ଲଷ୍ମୀବସ୍‌ ଯିବାପାଇଁ ବାଟଫିଟିଲା: ଲୋକଙ୍କ ଜରୁରୀକାଳୀନ ଯାତାୟାତ ପାଇଁ ହେବ ବ୍ୟବସ୍ଥା

ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବା ଘଟଣାରେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଦାରିଙ୍ଗବାଡି ଠାରୁ ବୁଡ଼ାଗୁଡାକୁ ଯିବାପାଇଁ ଏକମାତ୍ର ରାସ୍ତା ସିମନବାଡି-ବୁଡ଼ାଗୁଡା ପୂର୍ତ୍ତ ବିଭାଗ ରାସ୍ତା ଗତ ୧୦ଦିନ ହେଲା ବିଚ୍ଛିନ୍ନ ହୋଇପଡିଛି। ଫଳରେ ତିଲୋରୀ ସମେତ ବୁଡ଼ାଗୁଡା ଏବଂ ଗୁମିକିଆ ପଞ୍ଚାୟତବାସୀ ନହିନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ଉକ୍ତ ୩ ପଞ୍ଚାୟତବାସୀଙ୍କ ଯାତାୟାତକୁ ସୁଗମ କରିବା ପାଇଁ […] The post ଲଷ୍ମୀବସ୍‌ ଯିବାପାଇଁ ବାଟଫିଟିଲା: ଲୋକଙ୍କ ଜରୁରୀକାଳୀନ ଯାତାୟାତ ପାଇଁ ହେବ ବ୍ୟବସ୍ଥା appeared first on Dharitri Odia News.

ଲଷ୍ମୀବସ୍‌ ଯିବାପାଇଁ ବାଟଫିଟିଲା: ଲୋକଙ୍କ ଜରୁରୀକାଳୀନ ଯାତାୟାତ ପାଇଁ ହେବ ବ୍ୟବସ୍ଥା

ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବା ଘଟଣାରେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଦାରିଙ୍ଗବାଡି ଠାରୁ ବୁଡ଼ାଗୁଡାକୁ ଯିବାପାଇଁ ଏକମାତ୍ର ରାସ୍ତା ସିମନବାଡି-ବୁଡ଼ାଗୁଡା ପୂର୍ତ୍ତ ବିଭାଗ ରାସ୍ତା ଗତ ୧୦ଦିନ ହେଲା ବିଚ୍ଛିନ୍ନ ହୋଇପଡିଛି। ଫଳରେ ତିଲୋରୀ ସମେତ ବୁଡ଼ାଗୁଡା ଏବଂ ଗୁମିକିଆ ପଞ୍ଚାୟତବାସୀ ନହିନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି। ଉକ୍ତ ୩ ପଞ୍ଚାୟତବାସୀଙ୍କ ଯାତାୟାତକୁ ସୁଗମ କରିବା ପାଇଁ ବିଡ଼ିଓ ଗୁମାଡି ଯାଇ ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ଲଷ୍ମୀବସକୁ ଉକ୍ତ ୩ଟି ପଞ୍ଚାୟତକୁ ଯାତାୟାତ ପାଇଁ ବିକଳ୍ପ ରାସ୍ତା ବଛାଯାଇଛି।
ମଙ୍ଗଳବାରଠାରୁ ଲଷ୍ମୀବସ ଦାରିଙ୍ଗବାଡିରୁ ବାହାରି ପର୍ତ୍ତମାହା ପଞ୍ଚାୟତ ଦେଇ କୋଟଗଡ଼ ବ୍ଲକ ପକାରୀ ଦେଇ ତିଲୋରୀ, ବୁଡ଼ାଗୁଡା ଏବଂ ଗୁମିକିଆ ପର୍ଯ୍ୟନ୍ତ ଯାତାୟାତ କରିବ ବୋଲି ବିଡିଓ କହିଛନ୍ତି। ସେହିପରି ୫୯ ନଂ ଜାତୀୟ ରାଜପଥର ଲକଟି ଠାରୁ ଦଡିକ୍ଲି୍ୟୁ ଗ୍ରାମ ଦେଇ ତିଲୋରୀ ଓ ଅନ୍ୟ ପଞ୍ଚାୟତକୁ ଯାତାୟାତ ବ୍ୟବସ୍ଥାକୁ ସୁଗମ କରାଯିବ। ଉକ୍ତ ରାସ୍ତାରେ ଏକ ଘାଟି ରାସ୍ତା ରହିଥିବାରୁ ତାକୁ କଟାଯାଇ ପ୍ରଶାସ୍ଥ କରାଯିବ ବୋଲି ବିଡ଼ିଓ ରଥ କହିଛନ୍ତି।

The post ଲଷ୍ମୀବସ୍‌ ଯିବାପାଇଁ ବାଟଫିଟିଲା: ଲୋକଙ୍କ ଜରୁରୀକାଳୀନ ଯାତାୟାତ ପାଇଁ ହେବ ବ୍ୟବସ୍ଥା appeared first on Dharitri Odia News.