୧୧୨ ବିଲିୟନ୍ ଡଲାର ସହ ରିଲାଏନ୍ସ ଜିଓର ହୋଇପାରେ ଲିଷ୍ଟିଂ, ୨୦୨୫ ସୁଦ୍ଧା ଆସିପାରେ IPO

ନୂଆଦିଲ୍ଲୀ: ରିଲାଏନ୍ସ ଉଦ୍ୟୋଗର ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ୨୦୨୫ରେ ସମ୍ଭାବିତ ରୂପେ ୧୧୨ ବିଲିୟନ ଡଲାର ଭେଲ୍ୟୁଏସନ ସହ ବଜାରରେ ସୂଚୀବଦ୍ଧ ହୋଇପାରେ । ଗ୍ଲୋବାଲ୍ ବ୍ରୋକରେଜ ଫାର୍ମ ଜେଫରିଜ ଜୁଲାଇ ୧୦ରେ ଏକ ରିପୋର୍ଟରେ କହିଛି ଯେ ରିଲାଏନ୍ସ ଲିମିଟେଡ୍ ସଠିକ୍ ଭେଲ୍ୟୁଏସନ ମିଳିବା ପରେ ଜିଓ ପ୍ଲାଟଫର୍ମକୁ ଅଲଗା କରି ଲିଷ୍ଟିଂ କରିପାରେ ।ଜେଫରିଜ କହିଛି, ଯଦି ଜିଓ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଷ୍ଟେବଲ ଆଉଟଲୁକରୁ ଅଲଗା ହୁଏ, ତେବେ ଆମ ପାଇଁ ଆରଆଇଏଲ ଷ୍ଟକର ଉଚିତ ମୂଲ୍ୟ ୩,୫୮୦ ଟଙ୍କା ହେବ । ଯଦି ଆଇପିଓ ଆସେ ତେବେ ବେସ୍ କେସ୍‌ରେ ଆରଆଇଏଲର ଉଚିତ ମୂଲ୍ୟ ୩,୩୬୫ ଟଙ୍କା ଯାଏ ଖସି ଆସିବ ।କମ୍ପାନି ଅଲଗା କରିବା ମାମଲାରେ ଜେଫରିଜର ଟାର୍ଗେଟ୍ ପ୍ରାଇସ୍ ଏହାର ବେସ୍ ପ୍ରାଇସଠାରୁ ୧୪ ପ୍ରତିଶତ ବୃଦ୍ଧିର ସଂକେତ ଦେଉଛି । ବୁଲ୍ କେସ୍‌ରେ ଆରଆଇଏଲର ଷ୍ଟକ୍ ପ୍ରାଇସ୍ ୩୭୦୦ ଟଙ୍କା ରହିବ, ଯାହା ୧୮ ପ୍ରତିଶତ ବୃଦ୍ଧିର ସଂକେତ ଦେଉଛି ।ଜେଫରିଜ କହିଛି, ଏହି ପଦକ୍ଷେପ ଆମ ମତରେ କ୍ୟାଲେଣ୍ଡର ବର୍ଷ ୨୫ (CY୨୫) ସମ୍ଭାବିତ ପବ୍ଲିକ୍ ଲିଷ୍ଟିଂ ହୋଇପାରେ । ଆର୍‌ଆଇଏଲ୍ ଜିଓକୁ ଆଇପିଓ କିମ୍ୱା ଅଲଗା କରିବା ଉପରେ ବିଚାର କରିପାରେ, ଯାହା ପୂର୍ବରୁ ସେ ଜିଓ ଫାଇନାନସିଆଲ୍ ସର୍ଭିସେସ୍ ସହ କରିଥିଲା ।ଟ୍ରାଇର ଏପ୍ରିଲ୍ ଡାଟା ଅନୁସାରେ, ରିଲାଏନ୍ସ ଜିଓ ପାଖରେ ମୋଟ ୪୮୪.୦୪ ମିଲିୟନ ଅର୍ଥାତ୍ ୪୮.୪୦ କୋଟି ୟୁଜର୍ସ ଅଛନ୍ତି । ଅନ୍ୟପଟେ ଏୟ

୧୧୨ ବିଲିୟନ୍ ଡଲାର ସହ ରିଲାଏନ୍ସ ଜିଓର ହୋଇପାରେ ଲିଷ୍ଟିଂ, ୨୦୨୫ ସୁଦ୍ଧା ଆସିପାରେ IPO

ନୂଆଦିଲ୍ଲୀ: ରିଲାଏନ୍ସ ଉଦ୍ୟୋଗର ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ୨୦୨୫ରେ ସମ୍ଭାବିତ ରୂପେ ୧୧୨ ବିଲିୟନ ଡଲାର ଭେଲ୍ୟୁଏସନ ସହ ବଜାରରେ ସୂଚୀବଦ୍ଧ ହୋଇପାରେ । ଗ୍ଲୋବାଲ୍ ବ୍ରୋକରେଜ ଫାର୍ମ ଜେଫରିଜ ଜୁଲାଇ ୧୦ରେ ଏକ ରିପୋର୍ଟରେ କହିଛି ଯେ ରିଲାଏନ୍ସ ଲିମିଟେଡ୍ ସଠିକ୍ ଭେଲ୍ୟୁଏସନ ମିଳିବା ପରେ ଜିଓ ପ୍ଲାଟଫର୍ମକୁ ଅଲଗା କରି ଲିଷ୍ଟିଂ କରିପାରେ ।

ଜେଫରିଜ କହିଛି, ଯଦି ଜିଓ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଷ୍ଟେବଲ ଆଉଟଲୁକରୁ ଅଲଗା ହୁଏ, ତେବେ ଆମ ପାଇଁ ଆରଆଇଏଲ ଷ୍ଟକର ଉଚିତ ମୂଲ୍ୟ ୩,୫୮୦ ଟଙ୍କା ହେବ । ଯଦି ଆଇପିଓ ଆସେ ତେବେ ବେସ୍ କେସ୍‌ରେ ଆରଆଇଏଲର ଉଚିତ ମୂଲ୍ୟ ୩,୩୬୫ ଟଙ୍କା ଯାଏ ଖସି ଆସିବ ।

କମ୍ପାନି ଅଲଗା କରିବା ମାମଲାରେ ଜେଫରିଜର ଟାର୍ଗେଟ୍ ପ୍ରାଇସ୍ ଏହାର ବେସ୍ ପ୍ରାଇସଠାରୁ ୧୪ ପ୍ରତିଶତ ବୃଦ୍ଧିର ସଂକେତ ଦେଉଛି । ବୁଲ୍ କେସ୍‌ରେ ଆରଆଇଏଲର ଷ୍ଟକ୍ ପ୍ରାଇସ୍ ୩୭୦୦ ଟଙ୍କା ରହିବ, ଯାହା ୧୮ ପ୍ରତିଶତ ବୃଦ୍ଧିର ସଂକେତ ଦେଉଛି ।

ଜେଫରିଜ କହିଛି, ଏହି ପଦକ୍ଷେପ ଆମ ମତରେ କ୍ୟାଲେଣ୍ଡର ବର୍ଷ ୨୫ (CY୨୫) ସମ୍ଭାବିତ ପବ୍ଲିକ୍ ଲିଷ୍ଟିଂ ହୋଇପାରେ । ଆର୍‌ଆଇଏଲ୍ ଜିଓକୁ ଆଇପିଓ କିମ୍ୱା ଅଲଗା କରିବା ଉପରେ ବିଚାର କରିପାରେ, ଯାହା ପୂର୍ବରୁ ସେ ଜିଓ ଫାଇନାନସିଆଲ୍ ସର୍ଭିସେସ୍ ସହ କରିଥିଲା ।

ଟ୍ରାଇର ଏପ୍ରିଲ୍ ଡାଟା ଅନୁସାରେ, ରିଲାଏନ୍ସ ଜିଓ ପାଖରେ ମୋଟ ୪୮୪.୦୪ ମିଲିୟନ ଅର୍ଥାତ୍ ୪୮.୪୦ କୋଟି ୟୁଜର୍ସ ଅଛନ୍ତି । ଅନ୍ୟପଟେ ଏୟାରଟେଲ୍ ପାଖରେ ୨୭୫.୪୧ ମିଲିୟନ (୨୭.୫୪ କୋଟି) ଏବଂ ଭୋଡାଫୋନ ପାଖରେ ୧୨୬.୪୪ ମିଲିୟନ (୧୨.୬୪ କୋଟି) ୟୁଜର ଅଛନ୍ତି । ଅନ୍ୟପଟେ ସରକାରୀ କମ୍ପାନି ବିଏସଏନଏଲ୍ ପାଖରେ ୨୪.୯୮ ମିଲିୟନ (୨.୪୯ କୋଟି) ୟୁଜର ଅଛନ୍ତି ।