ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସମସ୍ତ ୧୨ ଅଭିଯୁକ୍ତଙ୍କୁ…
ନୂଆଦିଲ୍ଲୀ,୨୪ା୭: ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ୧୨ ଅଭିଯୁକ୍ତଙ୍କ ଦୋଷମୁକ୍ତ ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଗୁରୁବାର ବମ୍ବେ ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଦାୟର ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ବାର୍ ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବମ୍ବେ ହାଇକୋର୍ଟର ନିଷ୍ପତ୍ତି ପରେ ନିର୍ଦ୍ଦୋଷ ପାଇଥିବା ସମସ୍ତ ୧୨ ଅଭିଯୁକ୍ତଙ୍କୁ ଆଉ ଗିରଫ କରାଯିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, […] The post ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସମସ୍ତ ୧୨ ଅଭିଯୁକ୍ତଙ୍କୁ… appeared first on Dharitri Odia News.
ନୂଆଦିଲ୍ଲୀ,୨୪ା୭: ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ୧୨ ଅଭିଯୁକ୍ତଙ୍କ ଦୋଷମୁକ୍ତ ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଗୁରୁବାର ବମ୍ବେ ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଦାୟର ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ।
ବାର୍ ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବମ୍ବେ ହାଇକୋର୍ଟର ନିଷ୍ପତ୍ତି ପରେ ନିର୍ଦ୍ଦୋଷ ପାଇଥିବା ସମସ୍ତ ୧୨ ଅଭିଯୁକ୍ତଙ୍କୁ ଆଉ ଗିରଫ କରାଯିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହା ଅନ୍ୟ MACOCA ମାମଲା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ବିଚାରପତି ଏମ୍.ଏମ୍. ସୁନ୍ଦରେଶ ଏବଂ ବିଚାରପତି ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲେ। ଏହି ମାମଲା ୨୦୦୬ର, ଯେତେବେଳେ ମୁମ୍ବାଇ ଲୋକାଲ ଟ୍ରେନରେ ସିରିଜ ବିସ୍ଫୋରଣରେ ୧୮୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୮୦୦ ରୁ ଅଧିକ ଆହତ ହୋଇଥିଲେ।
ବମ୍ବେ ହାଇକୋର୍ଟ ଜୁଲାଇ ୨୧ରେ ଏହି ମାମଲାରେ ସମସ୍ତ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରି କହିଥିଲେ ଯେ, ସରକାରୀ ଓକିଲ ଅପରାଧ ପ୍ରମାଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।
ହାଇକୋର୍ଟର ବିଚାରପତି ଜଷ୍ଟିସ ଅନିଲ କିଲୋର ଏବଂ ଜଷ୍ଟିସ ଶ୍ୟାମ ଚଣ୍ଡକ କହିଥିଲେ ଯେ, ଅପରାଧରେ ବ୍ୟବହୃତ ବୋମାଗୁଡ଼ିକର ପ୍ରକାରକୁ ମଧ୍ୟ ରେକର୍ଡରେ ଆଣିବାରେ ବିଫଳ ହୋଇଛନ୍ତି ଏବଂ ସେମାନଙ୍କ ଦ୍ୱାରା ନିର୍ଭର କରାଯାଇଥିବା ପ୍ରମାଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଚୂଡ଼ାନ୍ତ ନୁହେଁ।
୨୦୧୫ରେ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଆଇନ (ମାକୋକା) ଅଧୀନରେ ଏକ ଦୀର୍ଘଦିନର ବିଚାର ପରେ ଏକ ସ୍ବତନ୍ତ୍ର କୋର୍ଟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଏବଂ ୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କମଲ ଅନସାରୀ, ମହମ୍ମଦ ଫୈଜଲ ଆତୁର ରେହମାନ ଶେଖ୍, ଏହତେଶାମ କୁତୁବୁଦ୍ଦିନ ସିଦ୍ଦିକି, ନାଭିଦ ହୁସେନ୍ ଖାନ୍ ଏବଂ ଆସିଫ ଖାନ୍ଙ୍କୁ ବୋମା ଖଞ୍ଜିବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୨୧ରେ ନାଗପୁର ଜେଲରେ କମଲ ଅନସାରୀଙ୍କର କରୋନାରେ ମୃତ୍ୟୁ ହୋଇଥିଲା।
ଆଜୀବନ କାରାଦଣ୍ଡ ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ତନବୀର ଅହମ୍ମଦ ଅନସାରୀ, ମହମ୍ମଦ ମାଜିଦ ଶଫି, ଶେଖ ମହମ୍ମଦ ଅଲ୍ଲୀ ଆଲମ, ମହମ୍ମଦ ସାଜିଦ ମାର୍ଗୁବ ଅନସାରୀ, ମୁଜାମ୍ମିଲ ଆତାଉର ରହମାନ ଶେଖ, ସୁହେଲ ମେହମୁଦ ଶେଖ ଏବଂ ଜମିର ଅହମ୍ମଦ ଲତିଫୁର ରହମାନ ଶେଖ।
The post ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସମସ୍ତ ୧୨ ଅଭିଯୁକ୍ତଙ୍କୁ… appeared first on Dharitri Odia News.