ଅକାଳୀ ଦଳର ଅଧ୍ୟକ୍ଷ ଭାବେ ପୁଣି ସୁଖବୀର ନିର୍ବାଚିତ

ଚଣ୍ଡିଗଡ଼,୧୨।୪: ସୁଖବୀର ସିଂ ବାଦଲ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)ର ଅଧ୍ୟକ୍ଷ ଭାବେ ଶନିବାର ନିର୍ଦ୍ୱନ୍ଦ୍ୱରେ ପୁନଃ ନିର୍ବାଚିତ ହୋଇଛନ୍ତି। ଧର୍ମୀୟ ଅସଦାଚରଣ ପାଇଁ ସେ ଗତବର୍ଷ ନଭେମ୍ବରରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ପଞ୍ଜାବ ଏବଂ ଅନ୍ୟ ରାଜ୍ୟର ୫୨୪ଜଣ ପ୍ରତିନିଧି ସୁଖବୀରଙ୍କୁ ସମର୍ଥନ ଜଣାଇଥିଲେ। ବାପା ପ୍ରକାଶ ସିଂ ବାଦଲଙ୍କ ପରେ ୨୦୦୮ରେ ସୁଖବୀର ପ୍ରଥମ ଥର ଏସ୍‌ଏଡି ଅଧ୍ୟକ୍ଷ ହୋଇଥିଲେ। ସେବେଠାରୁ ସେ ଗତବର୍ଷ ଇସ୍ତଫା ଦେବା ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇଆସୁଥିଲେ। […] The post ଅକାଳୀ ଦଳର ଅଧ୍ୟକ୍ଷ ଭାବେ ପୁଣି ସୁଖବୀର ନିର୍ବାଚିତ appeared first on Dharitri Odia News.

ଅକାଳୀ ଦଳର ଅଧ୍ୟକ୍ଷ ଭାବେ ପୁଣି ସୁଖବୀର ନିର୍ବାଚିତ

ଚଣ୍ଡିଗଡ଼,୧୨।୪: ସୁଖବୀର ସିଂ ବାଦଲ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)ର ଅଧ୍ୟକ୍ଷ ଭାବେ ଶନିବାର ନିର୍ଦ୍ୱନ୍ଦ୍ୱରେ ପୁନଃ ନିର୍ବାଚିତ ହୋଇଛନ୍ତି। ଧର୍ମୀୟ ଅସଦାଚରଣ ପାଇଁ ସେ ଗତବର୍ଷ ନଭେମ୍ବରରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ପଞ୍ଜାବ ଏବଂ ଅନ୍ୟ ରାଜ୍ୟର ୫୨୪ଜଣ ପ୍ରତିନିଧି ସୁଖବୀରଙ୍କୁ ସମର୍ଥନ ଜଣାଇଥିଲେ।

ବାପା ପ୍ରକାଶ ସିଂ ବାଦଲଙ୍କ ପରେ ୨୦୦୮ରେ ସୁଖବୀର ପ୍ରଥମ ଥର ଏସ୍‌ଏଡି ଅଧ୍ୟକ୍ଷ ହୋଇଥିଲେ। ସେବେଠାରୁ ସେ ଗତବର୍ଷ ଇସ୍ତଫା ଦେବା ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇଆସୁଥିଲେ। ଇସ୍ତଫା ପରେ ତାଙ୍କୁ ଧର୍ମୀୟ ଦଣ୍ଡବିଧାନ କରାଯାଇଥିଲା। ରବିବାର ଭଠିଣ୍ଡାରେ ଅନୁଷ୍ଠିତ ହେବାକୁ ଥିବା ରାଜନୈତିକ ସମ୍ମିଳନୀରେ ସେ ଦଳ ମୁଖ୍ୟ ଭାବେ ଉଦ୍‌ବୋଧନ ଦେବେ।

The post ଅକାଳୀ ଦଳର ଅଧ୍ୟକ୍ଷ ଭାବେ ପୁଣି ସୁଖବୀର ନିର୍ବାଚିତ appeared first on Dharitri Odia News.