ମୁଣ୍ଡ ବିନ୍ଧିବାରୁ ଡାକ୍ତରଖାନା ଯାଇଥିଲେ । ଟିକଟ କାଟିବା ବେଳେ ଚାଲିଗଲା ଜୀବନ

କନକ ବ୍ୟୁରୋ : ମୃତ୍ୟୁର ଠିକଣା ନାହିଁ , କେଉଁଠି ବି ଆସିପାରେ ମୃତ୍ୟୁ । ଦେହ ଦେଖାଇବାକୁ ମେଡିକାଲ ଗଲେ, ଟିକେଟ କାଉଣ୍ଟରରେ ଟିକେଟ କାଟିବା ସମୟରେ ହଠାତ ଟଳିପଡିଲେ। ସେହିଠାରେ ହିଁ ଚାଲିଗଲା ଜୀବନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଯାଇଛି। କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗାଁ ଗିରିଧାରୀ ବିଶ୍ୱାଳ ମୁଣ୍ଡ ବୁଲାଉଥିବାରୁ ଡାକ୍ତରଖାନାକୁ ଆସିଥିଲେ। ଟିକେଟ କାଉଣ୍ଟରରେ ଟିକେଟ କରୁଥିଲେ ଆଉ ସେତିକି ବେଳେ ହୃଦଘାତରେ ଗିରିଧାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।