ବ୍ୟକ୍ତିଗତ କାରଣ ଦର୍ଶାଇ ପଞ୍ଜାବର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ବନୱାରୀ ଲାଲ ପୁରୋହିତ

ଚଣ୍ଡିଗଡ଼ : ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡିଗଡର‌ ପ୍ରଶାସକ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଥିବା ଚିଠିରେ ବନୱାରୀ ଲାଲ ପୁରୋହିତ ପଞ୍ଜାବ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ‘ଦୟାକରି ଏହାକୁ ମୋର ଇସ୍ତଫା ପତ୍ର ରୂପେ ଗ୍ରହଣ କରନ୍ତୁ’ ବୋଲି ରାଷ୍ଟ୍ରପତି ମୁର୍ମୁଙ୍କୁ ଲେଖିଥିବା ଚିଠିରେ ପଞ୍ଜାବ ରାଜ୍ୟପାଳ […]

ବ୍ୟକ୍ତିଗତ କାରଣ ଦର୍ଶାଇ ପଞ୍ଜାବର ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ବନୱାରୀ ଲାଲ ପୁରୋହିତ
Banwarilal Purohit resigns as Punjab Governor citing ‘personal reasons’

ଚଣ୍ଡିଗଡ଼ : ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡିଗଡର‌ ପ୍ରଶାସକ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖିଥିବା ଚିଠିରେ ବନୱାରୀ ଲାଲ ପୁରୋହିତ ପଞ୍ଜାବ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ‘ଦୟାକରି ଏହାକୁ ମୋର ଇସ୍ତଫା ପତ୍ର ରୂପେ ଗ୍ରହଣ କରନ୍ତୁ’ ବୋଲି ରାଷ୍ଟ୍ରପତି ମୁର୍ମୁଙ୍କୁ ଲେଖିଥିବା ଚିଠିରେ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ଉଲ୍ଲେଖ କରିଛଛି।

ବନୱାରୀ ଅଗଷ୍ଟ ୨୦୨୧ରେ ପଞ୍ଜାବର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାର ସହ ବନୱାରୀ ଲାଲ ପୁରୋହିତଙ୍କ ବିବାଦ ଲାଗି ରହିଥିଲା। ଦୁଇ ଦିନ ତଳେ ହିଁ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ୍ ରାଜ୍ୟପାଳ ତାଙ୍କୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଭଗଓ୍ଵନ୍ତ ମାନ୍ କହିଥିଲେ ଯେ, ରାଜ୍ୟରେ ଆମର ଏକ ନିର୍ବାଚିତ ସରକାର ଅଛନ୍ତି । ଆମେ ନିର୍ବାଚିତ ଢଙ୍ଗରେ ରାଜ୍ କରିବୁ ଓ ସିଲେକ୍ଟେଡ୍ ଢଙ୍ଗରେ ଶାସନ କରିବୁ । ଗଣତନ୍ତ୍ରରେ ଶାସନ ନିର୍ବାଚନ ମାଧ୍ୟମରେ କରାଯାଇଥାଏ । ଭଗଓ୍ଵନ୍ତ ମାନ୍ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟପାଳ ପ୍ରତ୍ୟେକ କଥା କୁହନ୍ତି ଯେ ଏହା ବେଆଇନ ଏବଂ ଏହା ଆଇନଗତ ଅଟେ।

୮୩ ବର୍ଷୀୟ ବନୱାରୀ ଲାଲ ପୁରୋହିତ ପୂର୍ବରୁ ତାମିଲନାଡୁ ଓ ଆସାମର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ଵ ତୁଲାଇଛନ୍ତି। ବନୱାରୀ ଲାଲ ପୁରୋହିତ ବିଜେପି ଟିକେଟରେ ନାଗପୁର ଲୋକସଭା ଆସନରୁ ତିନିଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତା’ପୂର୍ବରୁ ସେ କଂଗ୍ରେସ ଟିକେଟରେ ମଧ୍ୟ ସେହି ଆସନରୁ ଦୁଇଥର ସାଂସଦ ହୋଇଥିଲେ।