IPL ଚୁକ୍ତିରୁ ଓହରିବା ଏହି ଖେଳାଳିଙ୍କୁ ପଡ଼ିଲା ମହଙ୍ଗା

ଲଣ୍ଡନ,୧୦ା୩: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିବା ଚୁକ୍ତିରୁ ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକ ଓହରି ଯାଇଛନ୍ତି। ଏଥିଯୋଗୁ ତାଙ୍କୁ ଆଇପିଏଲରୁ ଦୁଇ ବର୍ଷ ଲାଗି ବାସନ୍ଦ କରାଯାଇଛି। ଲଗାତର ଦ୍ୱିତୀୟ ସିଜନ ଲାଗି ନିଜକୁ ଅନୁପଲବ୍ଧ କରିଥିବା ବ୍ରୁକ ଦିଲ୍ଲୀ ଫ୍ରାଞ୍ଚାଇଜି ଓ ଏହାର ସମର୍ଥକଙ୍କଠାରୁ କ୍ଷମାପ୍ରାର୍ଥନା କରିଛନ୍ତି। ଆଗାମୀ ଆଇପିଏଲରୁ ଓହରିବାକୁ କଷ୍ଟକର ନିଷ୍ପତ୍ତି ନେଇଛି। ଏଥିଲାଗି ମୁଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ଏହାର […] The post IPL ଚୁକ୍ତିରୁ ଓହରିବା ଏହି ଖେଳାଳିଙ୍କୁ ପଡ଼ିଲା ମହଙ୍ଗା appeared first on Dharitri Odia News.

IPL ଚୁକ୍ତିରୁ ଓହରିବା ଏହି ଖେଳାଳିଙ୍କୁ ପଡ଼ିଲା ମହଙ୍ଗା

ଲଣ୍ଡନ,୧୦ା୩: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିବା ଚୁକ୍ତିରୁ ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକ ଓହରି ଯାଇଛନ୍ତି। ଏଥିଯୋଗୁ ତାଙ୍କୁ ଆଇପିଏଲରୁ ଦୁଇ ବର୍ଷ ଲାଗି ବାସନ୍ଦ କରାଯାଇଛି। ଲଗାତର ଦ୍ୱିତୀୟ ସିଜନ ଲାଗି ନିଜକୁ ଅନୁପଲବ୍ଧ କରିଥିବା ବ୍ରୁକ ଦିଲ୍ଲୀ ଫ୍ରାଞ୍ଚାଇଜି ଓ ଏହାର ସମର୍ଥକଙ୍କଠାରୁ କ୍ଷମାପ୍ରାର୍ଥନା କରିଛନ୍ତି।

ଆଗାମୀ ଆଇପିଏଲରୁ ଓହରିବାକୁ କଷ୍ଟକର ନିଷ୍ପତ୍ତି ନେଇଛି। ଏଥିଲାଗି ମୁଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ଏହାର ସମର୍ଥନଙ୍କଠାରୁ କ୍ଷମାପ୍ରାର୍ଥନା କରୁଛି। ଏହା ଇଂଲଣ୍ଡ କ୍ରିକେଟ ଲାଗି ଖୁବ ଗୁରୁତ୍ୱପୂର୍ଣ୍ଣ ସମୟ। ଆଗାମୀ ସିରିଜ ପାଇଁ ପ୍ରସ୍ତୁତିରେ ମୁଁ ସମୟ ଦେବାକୁ ଚାହୁଁଛି। ମୋତେ ମୋ କ୍ୟାରିୟରର ସବୁଠୁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଲାଗି ନିଜକୁ ରିଚାର୍ଜ କରିବା ଦରକାର।

ମୁଁ ଜାଣିଛି, ଏହାକୁ ସମସ୍ତେ ବୁଝି ପାରିବେ ନାହିଁ ଏବଂ ମୁଁ ଏହା ଆଶା ବି କରୁ ନାହିଁ। କିନ୍ତୁ ଯାହା ଉଚିତ ବୋଲି ମୁଁ ବିଶ୍ୱାସ କରେ, ମୋତେ ତାହା କରିବାକୁ ପଡ଼ିବ। ମୁଁ ଦେଶ ପାଇଁ ଖେଳିବାକୁ ପ୍ରାଥମିକତା ଦଉଛି ବୋଲି ବ୍ରୁକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଇଂଲଣ୍ଡ ଆସନ୍ତା ଜୁନରେ ଭାରତ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହାପରେ ନଭେମ୍ବରରେ ଆସେସ ଆରମ୍ଭ ହେବ। ଗତ ବର୍ଷ ବ୍ରୁକ ତାଙ୍କ ଜେଜେମାଙ୍କ ମୃତ୍ୟୁ ଯୋଗୁ ଆଇପିଏଲରୁ ଓହରି ଯାଇଥିଲେ। ଆଇପିଏଲ ନିୟମ ଅନୁଯାୟୀ, ଅକ୍ସନରେ ବିକ୍ରି ହେବା ପରେ ଆହତ ସମସ୍ୟା ବ୍ୟତୀତ ଅନ୍ୟ ଯେକୌଣସି କାରଣରୁ ସିଜନ ଲାଗି ଅନୁପଲବ୍ଧ ରହିଲେ ବିଦେଶୀ ଖେଳାଳିଙ୍କୁ ୨ ବର୍ଷ ଲାଗି ବାସନ୍ଦ କରାଯିବ।

The post IPL ଚୁକ୍ତିରୁ ଓହରିବା ଏହି ଖେଳାଳିଙ୍କୁ ପଡ଼ିଲା ମହଙ୍ଗା appeared first on Dharitri Odia News.