ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌ ଧରି ଦିନରାତି ଲାଗିରହନ୍ତି। ତେବେ ଏଠି ଯେଉଁ କ୍ୟୁବ୍‌ କଥା କୁହାଯାଉଛି ତାକୁ ହାତରେ ଧରି ବୁଲାଇ ବୁଲାଇ ସଲ୍‌ଭ କରିବା ଭାରି କଷ୍ଟକର। କାରଣ ଏହା ହେଉଛି ପୃଥିବୀର ସବୁଠାରୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌। ଜାପାନର ଟୟ ମେକର୍‌ ମେଗା ହାଉସ୍‌ ଏହି କ୍ୟୁବ୍‌କୁ ତିଆରି କରିଛି। ଆଲୁମିନିୟମ୍‌ରେ […] The post ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌ appeared first on Dharitri Odia News.

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌ ଧରି ଦିନରାତି ଲାଗିରହନ୍ତି। ତେବେ ଏଠି ଯେଉଁ କ୍ୟୁବ୍‌ କଥା କୁହାଯାଉଛି ତାକୁ ହାତରେ ଧରି ବୁଲାଇ ବୁଲାଇ ସଲ୍‌ଭ କରିବା ଭାରି କଷ୍ଟକର। କାରଣ ଏହା ହେଉଛି ପୃଥିବୀର ସବୁଠାରୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌। ଜାପାନର ଟୟ ମେକର୍‌ ମେଗା ହାଉସ୍‌ ଏହି କ୍ୟୁବ୍‌କୁ ତିଆରି କରିଛି। ଆଲୁମିନିୟମ୍‌ରେ ତିଆରି ଉକ୍ତ କ୍ୟୁବ୍‌ର ପ୍ରତି ସାଇଡ୍‌ ୦.୧୯ ଇଞ୍ଚ, ଓଜନ ୦.୩୩ ଗ୍ରାମ ଓ ଏହାର ମୂଲ୍ୟ ୫,୩୨୦ ଡଲାର। ଏହାକୁ ତିଆରି କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଏତେ ଛୋଟ କ୍ୟୁବ୍‌ର ରୋଟେଟିଂ ଫେସ୍‌ ତିଆରି କରିବା ସହଜ ନ ଥିଲା। ଉକ୍ତ ର୍ୟୁବିକ୍‌ କ୍ୟୁବ୍‌ ସାଧାରଣ କ୍ୟୁବ୍‌ଠାରୁ ୧୦୦୦ଗୁଣ ଛୋଟ। ଏତେ ଛୋଟ କ୍ୟୁବ୍‌ର ଏତେ ଦାମ୍‌ ହେବା ଫଳରେ ଏହା ସାଧାରଣଭାବେ ବ୍ୟବହାର ନ ହୋଇ ସଂଗ୍ରହାଳୟରେ ସାଇତା ସାମଗ୍ରୀ ହୋଇ ରହିଯିବ। ଗିନିଜ ଓ୍ବାଲର୍‌ଡ ରେକର୍ଡସ୍‌ରେ ଏହାକୁ ସବୁଠୁ କ୍ଷୁଦ୍ର କାର୍ଯ୍ୟକ୍ଷମ କ୍ୟୁବ୍‌ର ମାନ୍ୟତା ମିଳିଛି।

The post ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌ appeared first on Dharitri Odia News.