ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୮।୧୦: ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି ଓଡିଶା ସରକାର। ମଙ୍ଗଳବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ବଢାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟି (DCRG)କୁ ୧୫ ଲକ୍ଷ ରୁ ୨୦ ଲକ୍ଷ ଟଙ୍କାକୁ ତା ୦୧.୦୧.୨୦୨୪ ରୁ ପିଛିଲା ଭାବରେ ଲାଗୁ କରାଗଲା । ରାଜ୍ୟର ବିଭିନ୍ନ ସେବା ସଙ୍ଗଠନ ଗୁଡିକ […] The post ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ବଢାଇଲେ ରାଜ୍ୟ ସରକାର appeared first on Dharitri Odia News.

ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୮।୧୦: ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଇଛନ୍ତି ଓଡିଶା ସରକାର। ମଙ୍ଗଳବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ବଢାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟି (DCRG)କୁ ୧୫ ଲକ୍ଷ ରୁ ୨୦ ଲକ୍ଷ ଟଙ୍କାକୁ ତା ୦୧.୦୧.୨୦୨୪ ରୁ ପିଛିଲା ଭାବରେ ଲାଗୁ କରାଗଲା । ରାଜ୍ୟର ବିଭିନ୍ନ ସେବା ସଙ୍ଗଠନ ଗୁଡିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ୦୧.୦୧.୨୦୨୪ରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନ୍ସନ୍) ନିୟମ ଅନୁଯାୟୀ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟିକୁ ବୃଦ୍ଧି କରିଛନ୍ତି।

The post ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ବଢାଇଲେ ରାଜ୍ୟ ସରକାର appeared first on Dharitri Odia News.