ସଂରକ୍ଷଣ ଭିତରେ କୋଟା, କ’ଣ ହେବ ଫାଇଦା?
ନୂଆଦିଲ୍ଲୀ,୨।୮: ତଫସିଲଭୁକ୍ତ ଜାତି (ଏସ୍ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍ଟି)ଙ୍କ ମଧ୍ୟରେ ଅଧିକ ପଛୁଆ ସମୁଦାୟର ଲୋକଙ୍କୁ ନେଇ ଉପବର୍ଗୀକରଣ କରାଯାଇପାରିବ। ସେମାନଙ୍କୁ ପୃଥକ୍ ଭାବେ ସଂରକ୍ଷଣ ସୁବିଧା ଅନୁମତି ଦିଆଯାଇପାରିବ। ସୁପ୍ରିମକୋର୍ଟ ଗୁରୁବାର ସାମାଜିକ ସମାନତା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଏହି ଐତିହାସିକ ରାୟ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ ସାମ୍ବିଧାନିକ ପୀଠର ୬ ବିଚାରପତି ଉପରୋକ୍ତ ରାୟ ଦେଇଥିବାବେଳେ ଜଷ୍ଟିସ୍ ବେଲା ତ୍ରିବେଦୀ […] The post ସଂରକ୍ଷଣ ଭିତରେ କୋଟା, କ’ଣ ହେବ ଫାଇଦା? appeared first on Dharitri Odia News.
ନୂଆଦିଲ୍ଲୀ,୨।୮: ତଫସିଲଭୁକ୍ତ ଜାତି (ଏସ୍ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍ଟି)ଙ୍କ ମଧ୍ୟରେ ଅଧିକ ପଛୁଆ ସମୁଦାୟର ଲୋକଙ୍କୁ ନେଇ ଉପବର୍ଗୀକରଣ କରାଯାଇପାରିବ। ସେମାନଙ୍କୁ ପୃଥକ୍ ଭାବେ ସଂରକ୍ଷଣ ସୁବିଧା ଅନୁମତି ଦିଆଯାଇପାରିବ। ସୁପ୍ରିମକୋର୍ଟ ଗୁରୁବାର ସାମାଜିକ ସମାନତା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଏହି ଐତିହାସିକ ରାୟ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୭ ଜଣିଆ ସାମ୍ବିଧାନିକ ପୀଠର ୬ ବିଚାରପତି ଉପରୋକ୍ତ ରାୟ ଦେଇଥିବାବେଳେ ଜଷ୍ଟିସ୍ ବେଲା ତ୍ରିବେଦୀ ଏହାର ବିପରୀତ ଭିନ୍ନ ମତ ପୋଷଣ କରିଛନ୍ତି।
ରାଜ୍ୟଗୁଡ଼ିକ ଏସ୍ସି/ଏସ୍ଟିଙ୍କ ମଧ୍ୟରେ ଉପଜାତିଗୁଡ଼ିକର ବର୍ଗୀକରଣ କରିପାରିବେ। ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅଧିକ ପଛୁଆ ଥିବା ଲୋକେ ଏହାଦ୍ୱାରା ସଂରକ୍ଷଣ ସୁବିଧା ପାଇପାରିବେ ବୋଲି ସିଜେଆଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ମନୋଜ ମିଶ୍ରା, ବି.ଆର୍. ଗଭାଇ, ବିକ୍ରମ ନାଥ, ପଙ୍କଜ ମିତ୍ତଲ, ସତୀଶ ଚନ୍ଦ୍ର ଶର୍ମା ୫୬୫ ପୃଷ୍ଠା ସମ୍ବଳିତ ରାୟ ଦେଇଛନ୍ତି। ସିଜେଆଇ ନିଜ ୧୪୦ ପୃଷ୍ଠାର ରାୟରେ କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୧୫(ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଜନ୍ମସ୍ଥାନ ଆଧାରରେ କୌଣସି ନାଗରିକଙ୍କ ବିରୋଧରେ ପକ୍ଷପାତୀ ନ ହେବା) ଏବଂ ୧୬ (ସରକାରୀ ନିଯୁକ୍ତିରେ ସମାନ ସୁଯୋଗ) ଅନୁସାରେ ରାଷ୍ଟ୍ର ନିଜ କ୍ଷମତା ପ୍ରୟୋଗ କରିପାରିବ। ତଦନୁସାରେ ସାମାଜିକ ପଛୁଆପଣର ବିଭିନ୍ନ ମାତ୍ରାକୁ ଚିହ୍ନଟ ଏବଂ ସଂରକ୍ଷଣ ଭଳି ସ୍ବତନ୍ତ୍ର ସୁବିଧା ପ୍ରଦାନ କରିବା ପାଇଁ ରାଷ୍ଟ୍ର ସ୍ବାଧୀନ। ଐତିହାସିକ ଓ ପୁରୁଣାକାଳିଆ ପ୍ରମାଣ ଦର୍ଶାଇଥାଏ ଯେ, ଏସ୍ସିମାନେ ହେଲେ ସାମାଜିକ ବିଜାତୀୟ ଶ୍ରେଣୀ। ତେଣୁ ପୃଥକୀକରଣର ଯୁକ୍ତିଯୁକ୍ତ ସିଦ୍ଧାନ୍ତ ଥିଲେ ଅନୁଚ୍ଛେଦ ୧୫(୪) ଓ ୧୬(୪) ବଳରେ ରାଜ୍ୟ ସରକାରମାନେ ଏହାର ପୁନଃ ବର୍ଗୀକରଣ କରିପାରିବେ ବୋଲି ସିଜେଆଇ ଦେଇଥିବା ରାୟ ସହ ଅନ୍ୟ ୫ ବିଚାରପତି ସହମତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଜଷ୍ଟିସ୍ ବେଲା ତ୍ରିବେଦୀ ୮୫ ପୃଷ୍ଠାର ରାୟରେ କହିଛନ୍ତି, ଏସ୍ସି ତାଲିକାରେ କୌଣସି ଜାତିକୁ ସାମିଲ କରିବା ବା ତହିଁରୁ ହଟାଇବା କ୍ଷମତା କେବଳ ପାର୍ଲାମେଣ୍ଟର ରହିଛି। ରାଜ୍ୟଗୁଡ଼ିକ ଏଥିରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ। ଏସ୍ସି ବର୍ଗର ଲୋକେ ବିଜାତୀୟ ଶ୍ରେଣୀର, ଯାହାଙ୍କୁ ନେଇ ଆହୁରି ଉପବର୍ଗୀକରଣ କରାଯାଇପାରିବ ନାହିଁ। ସଂରକ୍ଷଣ ପ୍ରଦାନ କିମ୍ବା ଏକ ନିର୍ଦ୍ଦିଷ୍ଟ ଜାତି/ଜାତିଗୁଡ଼ିକକୁ ପ୍ରାଥମିକତା ଭିତ୍ତିରେ ସ୍ବତନ୍ତ୍ର ସୁବିଧା ଦେବା ନେଇ ଆଇନ ପ୍ରଣୟନ କ୍ଷମତା ରାଜ୍ୟଗୁଡ଼ିକର ନାହିଁ।
ସଂଖ୍ୟାଗରିଷ୍ଠ ରାୟରେ ସିଜେଆଇ ଆହୁରି କହିଛନ୍ତି ଉପବର୍ଗୀକରଣ ଅନୁମତି ପ୍ରଦାନବେଳେ ରାଜ୍ୟ କୌଣସି ଉପବର୍ଗଙ୍କ ପାଇଁ ୧୦୦% ସଂରକ୍ଷଣ ନିର୍ଦ୍ଧାରଣ କରିପାରିବ ନାହିଁ। ଯଦି କୌଣସି ବର୍ଗର ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିନାହିଁ ତେବେ ସେନେଇ ଆବଶ୍ୟକ ଗଣନା ମଧ୍ୟ କରାଯିବା ଦରକାର। ପ୍ରକାଶ ଯେ, ଚିନ୍ନାଇଆହ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଫେବୃଆରୀ ୮ରେ ଶୀର୍ଷ ଅଦାଲତ ଏହାର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲେ।
The post ସଂରକ୍ଷଣ ଭିତରେ କୋଟା, କ’ଣ ହେବ ଫାଇଦା? appeared first on Dharitri Odia News.