ହାଇକୋର୍ଟଙ୍କ ବଡ଼ ରାୟ: କୋହଳ ହେବ ଡ୍ରାଇଭର ନିଯୁକ୍ତି ବୟସ ସୀମା

ଭୁବନେଶ୍ୱର,୧୭।୧୨: ଓଡ଼ିଶା ପୋଲିସର ବିଭିନ୍ନ ବର୍ଗରେ ବର୍ତମାନ ନିଯୁକ୍ତି ଚାଲିଥିବା ବେଳେ କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ମଙ୍ଗଳବାର ଏକ ମାମଲାର ଶୁଣାଣି କରି କୋର୍ଟ ଡ୍ରାଇଭର ମାନଙ୍କୁ ନିଯୁକ୍ତି ଆଇନ ଚାଲିଥିବା ପ୍ରକ୍ରିୟାରେ ବୟସସୀମା କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ କାରଣରୁ ନିୟମିତ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସ କୋହଳ ଆବେଦନ ହୋଇଥିଲା। ଯାହାର ଶୁଣାଇ କରି କୋର୍ଟ ଏହି ରାୟ ଦେଇଛନ୍ତି। ୨୦୨୧ ମସିହା ପରେ ପ୍ରଥମ ଥର […] The post ହାଇକୋର୍ଟଙ୍କ ବଡ଼ ରାୟ: କୋହଳ ହେବ ଡ୍ରାଇଭର ନିଯୁକ୍ତି ବୟସ ସୀମା appeared first on Dharitri Odia News.

ହାଇକୋର୍ଟଙ୍କ ବଡ଼ ରାୟ: କୋହଳ ହେବ ଡ୍ରାଇଭର ନିଯୁକ୍ତି ବୟସ ସୀମା

ଭୁବନେଶ୍ୱର,୧୭।୧୨: ଓଡ଼ିଶା ପୋଲିସର ବିଭିନ୍ନ ବର୍ଗରେ ବର୍ତମାନ ନିଯୁକ୍ତି ଚାଲିଥିବା ବେଳେ କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ମଙ୍ଗଳବାର ଏକ ମାମଲାର ଶୁଣାଣି କରି କୋର୍ଟ ଡ୍ରାଇଭର ମାନଙ୍କୁ ନିଯୁକ୍ତି ଆଇନ ଚାଲିଥିବା ପ୍ରକ୍ରିୟାରେ ବୟସସୀମା କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ କାରଣରୁ ନିୟମିତ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସ କୋହଳ ଆବେଦନ ହୋଇଥିଲା। ଯାହାର ଶୁଣାଇ କରି କୋର୍ଟ ଏହି ରାୟ ଦେଇଛନ୍ତି। ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ବାହାରିଥିଲା ନିଯୁକ୍ତି ବିଜ୍ଞପ୍ତି, ପରେ ଜୁଲାଇ 2024ରେ ବାହାରିଥିଲା ନିଯୁକ୍ତି ପାଇଁ ବିଜ୍ଞପ୍ତି।

ଏହି ନିଯୁକ୍ତି ପ୍ରକ୍ରିୟାରେ ୪୦୫ଟି ପୋଲିସ ଡ୍ରାଇଭର ପଦବୀ ପୁରଣ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ଏହି ପଦବୀରେ ନିଯୁକ୍ତି ପାଇଁ ୦୧/୦୧/୨୪ ସୁଦ୍ଧା ସର୍ବାଧିକ ବୟସ ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା। ଯାହାକୁ ନେଇ ଆନେକ ଆଶାୟୀ ନିରାଶ ହୋଇଥିଲେ। ଯେଉଁମାନେ ଦୀର୍ଘଦିନ ଧରି ଏହି ନିଯୁକ୍ତି ପାଇଁ ଅପେକ୍ଷା କରିଛନ୍ତି। ତେବେ ବୟସସୀମା ଅତିକ୍ରମ କରିଥିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

The post ହାଇକୋର୍ଟଙ୍କ ବଡ଼ ରାୟ: କୋହଳ ହେବ ଡ୍ରାଇଭର ନିଯୁକ୍ତି ବୟସ ସୀମା appeared first on Dharitri Odia News.