ଆଲକହଲ ପିଇଲେ କମିଯାଏ ପେଟର ଚର୍ବି! ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ…
ମଦ ସୌକିନ ଲୋକ ମଦ ପିଇବା ପାଇଁ ବିଭିନ୍ନ ବାହାନା ଆପଣାଇଥା’ନ୍ତି। କ୍ଷତି ଠାରୁ ଅଧିକ ଲୋକଙ୍କୁ ସେମାନେ ଲାଭ ସମ୍ପର୍କରେ ସୂଚନା ଦେଇଥାନ୍ତି। ତେବେ ଆଲକହଲ ମୋଟା କି ପତଳା କେଉଁ ଲୋକଙ୍କ ବେଶୀ କ୍ଷତି କରାଏ ଜାଣନ୍ତି କି… ଅନେକ ଅଧ୍ୟୟନରୁ ଜଣାପଡିଛି କି, ସୀମିତ ପରିମାଣରେ ମଦ୍ୟପାନ କରିବା ସ୍ବାସ୍ଥ୍ୟ ପକ୍ଷେ ଭଲ। ଅନେକ କ୍ଷେତ୍ରରେ ଦେଖାଯାଏ ଯେ, ମୋଟା ଲୋକମାନେ ଯୁକ୍ତି ବାଢନ୍ତି କି, ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ପେଟର […] The post ଆଲକହଲ ପିଇଲେ କମିଯାଏ ପେଟର ଚର୍ବି! ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ… appeared first on Dharitri Odia News.
ମଦ ସୌକିନ ଲୋକ ମଦ ପିଇବା ପାଇଁ ବିଭିନ୍ନ ବାହାନା ଆପଣାଇଥା’ନ୍ତି। କ୍ଷତି ଠାରୁ ଅଧିକ ଲୋକଙ୍କୁ ସେମାନେ ଲାଭ ସମ୍ପର୍କରେ ସୂଚନା ଦେଇଥାନ୍ତି। ତେବେ ଆଲକହଲ ମୋଟା କି ପତଳା କେଉଁ ଲୋକଙ୍କ ବେଶୀ କ୍ଷତି କରାଏ ଜାଣନ୍ତି କି…
ଅନେକ ଅଧ୍ୟୟନରୁ ଜଣାପଡିଛି କି, ସୀମିତ ପରିମାଣରେ ମଦ୍ୟପାନ କରିବା ସ୍ବାସ୍ଥ୍ୟ ପକ୍ଷେ ଭଲ। ଅନେକ କ୍ଷେତ୍ରରେ ଦେଖାଯାଏ ଯେ, ମୋଟା ଲୋକମାନେ ଯୁକ୍ତି ବାଢନ୍ତି କି, ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ପେଟର ଚର୍ବି କମିଥାଏ। ଅନ୍ୟପକ୍ଷରେ, ମଦ୍ୟପାନ କରୁଥିବା ପତଳା ଲୋକ ଯୁକ୍ତି କରନ୍ତି ଯେ, ମଦ ପିଇବା ଦ୍ୱାରା ଖାଦ୍ୟ ସଠିକ ଭାବରେ ହଜମ ହୋଇଥାଏ। ତେବେ ଏହା କଣ ସତ?
ଏହି ପରିପ୍ରେକ୍ଷୀରେ, ଦିଲ୍ଲୀର ଲିଭର ହସ୍ପିଟାଲ ଇନଷ୍ଟିଚ୍ୟୁଟ ଅଫ ଲିଭର ଏବଂ ବିଲିୟାରି ସାଇନ୍ସର ନିର୍ଦ୍ଦେଶକ ଡକ୍ଟର ଏସ.କେ ସରିନ କହିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତି ମଦ୍ୟପାନ କରନ୍ତି, ଏହା ସିଧାସଳଖ ପେଟରେ ଅବର୍ଜଭ ହୋଇଯାଏ। ଅବଶିଷ୍ଟ, ଖାଦ୍ୟ ଅନ୍ତନଳୀ ଦେଇ ଯାଇ ହଜମ ହୁଏ। ୯୦ ପ୍ରତିଶତ ମଦ ପେଟରୁ ସିଧାସଳଖ ଯକୃତକୁ ଯାଏ। ଏପରି ପରିସ୍ଥିତିରେ, ମଦ୍ୟପାନ ଯକୃତରେ ପ୍ରଭାବ ପକାଇଥାଏ।
ଏହି କାରଣରୁ ଯକୃତର ସମ୍ପୂର୍ଣ୍ଣ ଏନଜାଇମ ପ୍ରଣାଳୀ ବିଷାକ୍ତ ହୋଇଯାଏ ଏବଂ ସମସ୍ତ କୋଷରେ ଚର୍ବି ଜମା ହୋଇଯାଏ। ଶରୀରରେ ମୋଟାପଣ ହେତୁ ଯକୃତକୁ ଆସୁଥିବା ଚର୍ବି, ଆହୁରି ତିନି-ଚାରି ପେଗ୍ ପରେ ଯକୃତରେ ଚର୍ବି ବଢାଇଥାଏ। ଯାହାଯୋଗୁ ଲିଭର ଫ୍ୟାଟି ଲିଭର ହୋଇଯାଏ। ଏପରି ପରିସ୍ଥିତିରେ, ଯଦି ଜଣେ ବ୍ୟକ୍ତି ପୂର୍ବରୁ ମେଦବହୁଳତାର ଶିକାର ହୋଇଥାନ୍ତି, ଆଲକହଲ ପିଇବା ଦ୍ୱାରା ଲିଭରରେ ଚର୍ବି ଜମା ହୋଇ ଏଥିରେ ଗୁରୁତର ପ୍ରଭାବ ପଡିଥାଏ।
The post ଆଲକହଲ ପିଇଲେ କମିଯାଏ ପେଟର ଚର୍ବି! ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ… appeared first on Dharitri Odia News.