ମୋ ନାଁରେ ମିଛ ପ୍ରଚାର ହେଉଛି ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୧।୧୨: ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ଶନିବାର ସାରେ ଜୁବୁଲି ପାହାଡରେ ଥିବା ତାଙ୍କ ବାସଭବନରେ ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ପୁଷ୍ପା-୨ ଦଳାଚକଟା ବିବାଦକୁ ନେଇ ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟା ରଖିଛନ୍ତି। ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟାରେ କହିଛନ୍ତି, ମୋ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଉଛି। ଅନେକ ମିଛ କଥା ପ୍ରଚାର ହେଉଛି। ଯାହା ଘଟିଗଲା ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦଳାଚକଟା ସମ୍ପୂର୍ଣ୍ଣ ରୂପେ ଏକ ଦୁର୍ଘଟଣା। ପୀଡ଼ିତାଙ୍କ ପରିବାର […] The post ମୋ ନାଁରେ ମିଛ ପ୍ରଚାର ହେଉଛି ଅଲ୍ଲୁ ଅର୍ଜୁନ appeared first on Dharitri Odia News.

ମୋ ନାଁରେ ମିଛ ପ୍ରଚାର ହେଉଛି ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୧।୧୨: ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ଶନିବାର ସାରେ ଜୁବୁଲି ପାହାଡରେ ଥିବା ତାଙ୍କ ବାସଭବନରେ ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ପୁଷ୍ପା-୨ ଦଳାଚକଟା ବିବାଦକୁ ନେଇ ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟା ରଖିଛନ୍ତି। ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟାରେ କହିଛନ୍ତି, ମୋ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଉଛି। ଅନେକ ମିଛ କଥା ପ୍ରଚାର ହେଉଛି। ଯାହା ଘଟିଗଲା ସେଥିପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦଳାଚକଟା ସମ୍ପୂର୍ଣ୍ଣ ରୂପେ ଏକ ଦୁର୍ଘଟଣା। ପୀଡ଼ିତାଙ୍କ ପରିବାର ସହ ସମବେଦନା ରହିଛି ବୋଲି ସୁପରଷ୍ଟାର ଅଲୁ ଅର୍ଜୁନ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ, ଡିସେମ୍ବର ୪ରେ, ପୁଷ୍ପା-୨ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସା ଥିଏଟର ନିକଟରେ ଦଳାଚକଟା ହୋଇଥିଲା। ଏଥିରେ ରେବଥି ନାମକ ଜଣେ ୩୯ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏପରିକି ତାଙ୍କର ୮ ବର୍ଷର ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏନେଇ ମହିଳାଙ୍କ ପରିବାର ଲୋକେ ଡିସେମ୍ବର ୫ରେ ଅଲ୍ଲୁ ଅର୍ଜୁନଙ୍କ ସହ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟଙ୍କ ବିରୋଧରେ ଏତଲା ଦେଇଥିଲେ।

ଏତଲାକୁ ଭିତ୍ତି କରି ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା। ଗିରଫ ହେବାର ୪ ଘଣ୍ଟା ପରେ ତେଲଙ୍ଗାନା ହାଇକୋର୍ଟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

 

The post ମୋ ନାଁରେ ମିଛ ପ୍ରଚାର ହେଉଛି ଅଲ୍ଲୁ ଅର୍ଜୁନ appeared first on Dharitri Odia News.