ପ୍ରଥମ ବିଜୟରେ ପ୍ରଦୀପ ମନ୍ତ୍ରୀ
ଯାଜପୁର,୧୩ା୬(ହର୍ଷବର୍ଦ୍ଧନ ବେହେରା)ମୋହନ ମାଝିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଯାଜପୁର ଜିଲା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ(ଟୁଟୁ)ା ସେ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ପାହ୍ୟା) ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ ଉକ୍ତ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଶରତ ରାଉତ, ପ୍ରଫୁଲ୍ଲ ଘଡ଼େଇ ଓ ପ୍ରୀତିରଞ୍ଜନ ଘଡ଼େଇ ମନ୍ତ୍ରୀପଦ ପାଇଥିଲେ। ପ୍ରଦୀପ ପ୍ରଥମ ବିଜୟରେ ମନ୍ତ୍ରୀପଦ ପାଇଥିବାରୁ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି। ବଳସାମନ୍ତ ୯୦ ଦଶକରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ପ୍ରଫୁଲ୍ଲ ଘଡ଼େଇଙ୍କ ସହ […] The post ପ୍ରଥମ ବିଜୟରେ ପ୍ରଦୀପ ମନ୍ତ୍ରୀ appeared first on Dharitri Odia News.
ଯାଜପୁର,୧୩ା୬(ହର୍ଷବର୍ଦ୍ଧନ ବେହେରା)ମୋହନ ମାଝିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଯାଜପୁର ଜିଲା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ(ଟୁଟୁ)ା ସେ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ପାହ୍ୟା) ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ ଉକ୍ତ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଶରତ ରାଉତ, ପ୍ରଫୁଲ୍ଲ ଘଡ଼େଇ ଓ ପ୍ରୀତିରଞ୍ଜନ ଘଡ଼େଇ ମନ୍ତ୍ରୀପଦ ପାଇଥିଲେ। ପ୍ରଦୀପ ପ୍ରଥମ ବିଜୟରେ ମନ୍ତ୍ରୀପଦ ପାଇଥିବାରୁ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି।
ବଳସାମନ୍ତ ୯୦ ଦଶକରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ପ୍ରଫୁଲ୍ଲ ଘଡ଼େଇଙ୍କ ସହ ମିଶି କାମ କରିଥିଲେ। ୨୦୧୪ରେ ସୁକିନ୍ଦା ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ଭାବେ ଲଢ଼ି ସେ ପ୍ରାୟ ୧୮,୦୦୦ ଭୋଟ ପାଇଥିଲେ। ଏହାପରେ ୨୦୧୮ରେ ଭାଜପାରେ ଯୋଗଦେଇ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ। ସେଥିରେ ସେ ପ୍ରାୟ ୧୬ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ। କିନ୍ତୁ ଏଥର ସମୀକରଣ ବଦଳିଥିଲା। ଟୁଟୁ ୯,୫୭୭ ଭୋଟ ବ୍ୟବଧାନରେ ବିଜେଡିର ପ୍ରୀତିରଞ୍ଜନଙ୍କୁ ପରାଜିତ କରିଥିଲେ।
The post ପ୍ରଥମ ବିଜୟରେ ପ୍ରଦୀପ ମନ୍ତ୍ରୀ appeared first on Dharitri Odia News.