କୋଦାଳ ଧରି ରାସ୍ତା ସଫା କଲେ ସିଆରପିଏଫ ଯବାନ

ତୁମୁଡିବନ୍ଧ,୨୨।୧୦(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ବେଲଘର ସିଆରପିଏଫ କ୍ୟାମ୍ପର ୧୨୭ କେନ୍ଦ୍ରୀୟ ବଳ ଦ୍ୱାରା ଆଜି ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି। ୧୨୭ ସିଆରପିଏଫ ବାଲିଗୁଡା ମୁଖ୍ୟ କାର୍ଯ୍ୟାଳୟ, କନ୍ଧମାଳର କମାଡେଣ୍ଟ ପଙ୍କଜ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଗୀଥାମା.ଏସଙ୍କ ନେତୃତ୍ୱରେ ଯବାନମାନେ ଦା’ ଓ କୋଦାଳ ଧରି ବେଲଘର ତିନି ଛକ ଠାରୁ ରାସ୍ତାର ଉଭୟ ପାର୍ଶ୍ୱ ସଫା କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚି ପରିସରର ଭିତରେ […] The post କୋଦାଳ ଧରି ରାସ୍ତା ସଫା କଲେ ସିଆରପିଏଫ ଯବାନ appeared first on Dharitri Odia News.

କୋଦାଳ ଧରି ରାସ୍ତା ସଫା କଲେ ସିଆରପିଏଫ ଯବାନ

ତୁମୁଡିବନ୍ଧ,୨୨।୧୦(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ବେଲଘର ସିଆରପିଏଫ କ୍ୟାମ୍ପର ୧୨୭ କେନ୍ଦ୍ରୀୟ ବଳ ଦ୍ୱାରା ଆଜି ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି। ୧୨୭ ସିଆରପିଏଫ
ବାଲିଗୁଡା ମୁଖ୍ୟ କାର୍ଯ୍ୟାଳୟ, କନ୍ଧମାଳର କମାଡେଣ୍ଟ ପଙ୍କଜ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଗୀଥାମା.ଏସଙ୍କ ନେତୃତ୍ୱରେ ଯବାନମାନେ ଦା’ ଓ କୋଦାଳ ଧରି ବେଲଘର ତିନି ଛକ ଠାରୁ ରାସ୍ତାର ଉଭୟ ପାର୍ଶ୍ୱ ସଫା କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚି ପରିସରର ଭିତରେ ପଡିଥିବା ଅଳିଆ ଆବର୍ଜନା ପିଙ୍ଗିଥିଲେ।

ଏହି କାର୍ଯ୍ୟକ୍ରମରେ ବେଲଘର ପ୍ରାଥମିକ ସାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରଶନ କୁମାର ସୁନା ଓ କର୍ମଚାରୀ ଓ ବେଲଘର ଗ୍ରାମ ବାସୀ ମାନେମଧ୍ୟ ସାମିଲ ହୋଇଥିଲେ। ବେଲଘର ଏକ କୁଟିଆ ଆଦିବାସୀ ଅଧ୍ୟୁଷିତ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ହୋଇଥିବାରୁ ପରିବେଶ ସଫା ସୁତରା ରଖିବା ନିହାତି ଜରୁରୀ ଅଟେ। ଗାଁ ସଫା ରହିଲେ ସବୁଜ ସୁନ୍ଦର ଗାଁ ହେବ ଓ ସବୁଜ ଭାରତ ହେବ ବୋଲି ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଗୀଥାମ୍ମ.ଏସ କହିବା ସହିତ ଏହି ଅଭିଯାନ ବାର୍ତ୍ତା ବେଲଘର ଅଞ୍ଚଳର ପ୍ରତ୍ୟେକ ଗ୍ରାମରେ ପହଞ୍ଚାଇବା ଆମର କର୍ତ୍ତବ୍ୟ ବୋଲି ମତ ଦେଇଛନ୍ତି।

 

The post କୋଦାଳ ଧରି ରାସ୍ତା ସଫା କଲେ ସିଆରପିଏଫ ଯବାନ appeared first on Dharitri Odia News.