ସୁରଦା, ପ୍ରତିଭା, କଳ୍ପନାଙ୍କୁ ନେଇ ତେଜୁଛି ରାଜନୀତି

ଫୁଲବାଣୀ, ୧୩ା୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଜନୀତି ଦିନକୁ ଦିନ ଗରମ ହେବାରେ ଲାଗିଛି । ବାଲିଗୁଡା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରଦା ପ୍ରଧାନ, ଭାଜପା ପ୍ରାର୍ଥୀ କଳ୍ପନା କହଁର ଏବଂ ଫୁଲବାଣୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ପ୍ରତିଭା କହଁରଙ୍କ ଟିକେଟ ତୁରନ୍ତ ଦଳ କାଟିବାକୁ କୁଇ ସମାଜ ସେବା ସମିତି ପୁଣି ଦାବି ଦୋହରାଇଛି। ଯଦି ଦଳ ଟିକେଟ ନ କାଟିବ ତା’ହେଲେ କୁଇ ସମାଜ ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ଶୁକ୍ରବାର ନିଜସ୍ବ କାର୍ଯ୍ୟାଳୟରେ […] The post ସୁରଦା, ପ୍ରତିଭା, କଳ୍ପନାଙ୍କୁ ନେଇ ତେଜୁଛି ରାଜନୀତି appeared first on Dharitri Odia News.

ସୁରଦା, ପ୍ରତିଭା, କଳ୍ପନାଙ୍କୁ ନେଇ ତେଜୁଛି ରାଜନୀତି

ଫୁଲବାଣୀ, ୧୩ା୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଜନୀତି ଦିନକୁ ଦିନ ଗରମ ହେବାରେ ଲାଗିଛି । ବାଲିଗୁଡା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରଦା ପ୍ରଧାନ, ଭାଜପା ପ୍ରାର୍ଥୀ କଳ୍ପନା କହଁର ଏବଂ ଫୁଲବାଣୀ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ପ୍ରତିଭା କହଁରଙ୍କ ଟିକେଟ ତୁରନ୍ତ ଦଳ କାଟିବାକୁ କୁଇ ସମାଜ ସେବା ସମିତି ପୁଣି ଦାବି ଦୋହରାଇଛି। ଯଦି ଦଳ ଟିକେଟ ନ କାଟିବ ତା’ହେଲେ କୁଇ ସମାଜ ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ଶୁକ୍ରବାର ନିଜସ୍ବ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୁଇ ସମାଜ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏଥିସହ ଆସନ୍ତା ୧୬ରେ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ନିଷ୍ପତ୍ତି ନିଆଯିବା ସହ ଡାକରା ଦିଆଯାଇଛି।
କୁଇ ସମାଜ ଅଭିଯୋଗ ଅନୁସାରେ, କଂଗ୍ରେସ ଚଳିତ ସାଧାରଣ ନିର୍ବାଚନରେ ଫୁଲବାଣୀ ନିର୍ବାଚନମଣ୍ଡଳୀରେ ପ୍ରତିଭା କହଁରଙ୍କୁ ବିଧାୟିକା ପ୍ରାର୍ଥୀ ଘୋଷଣା କରାଯାଇଛି। ସେ ଅନ୍ୟ ଜାତିରେ ବିବାହ କରିଛନ୍ତି। ଆଦିବାସୀ ସମାଜ ଦ୍ୱାରା ସେ ଗ୍ରହଣୀୟ ନୁହନ୍ତି। ତେଣୁ କଂଗ୍ରେସ ତୁରନ୍ତ ତାଙ୍କ ଟିକେଟ କାଟି ଜଣେ ଆଦିବାସୀଙ୍କୁ ଦେବାକୁ କହିଛନ୍ତି।
ବାଲିଗୁଡା ନିର୍ବାଚନମଣ୍ଡଳୀରେ କଗ୍ରେସ ସୁରଦା ପ୍ରଧାନଙ୍କୁ ଟିକେଟ ଦେଇଛି । ତାଙ୍କ ନାମରେ ଜାଲ୍‌ ପ୍ରମାଣପତ୍ର କେସ୍‌ ନଂ. ୪୦/୧୦ରେ ଆର୍‌ଡିସିଙ୍କ ପାଖରେ ବିଚାରାଧୀନ ଅଛି । ସେ ଚଞ୍ଚକତା କରି ଜାତି ପ୍ରମାଣପତ୍ର ଯୋଗାଡ କରିବାରେ ସକ୍ଷମ ହୋଇଛନ୍ତି। ବାଲିଗୁଡ଼ା ନିର୍ବାଚନୀମଣ୍ଡଳୀରେ ଭାଜପା ଦେଇଥିବା ପ୍ରାର୍ଥୀ କଳ୍ପନା କହଁର ଜଣେ ଅଣ ଆଦିବାସୀ ସାଧାରଣ ବର୍ଗର ଲୋକଙ୍କୁ ବିବାହ କରିଛନ୍ତି। ଆଦିବାସୀ ସମାଜରୁ ସେ ଅଲଗା ହୋଇ ରହିଛନ୍ତି। ତେଣୁ ଉଭୟ ଦଳ ସେମାନଙ୍କ ଟିକେଟ କାଟି ପ୍ରକୃତ ଆଦିବାସୀ ପ୍ରାର୍ଥୀ ଦିଅନ୍ତୁ ବୋଲି କୁଇ ସମାଜ ସେବା ସମିତି ସମ୍ପାଦକ ଅବନୀ କୁମାର କହଁର ପ୍ରକାଶ କରିଛନ୍ତି। ଏଥିସହ ସମ୍ପାଦକ ଅଚ୍ୟୁତ ଜାନି, ନାରୀ ସଭାନେତ୍ରୀ ସୌଦାମିନୀ କହଁର, ଫିରିଙ୍ଗିଆ ଶାଖା ସଭାପତି ମୁକୁନ୍ଦ କହଁର, ଗୋଲକ କହଁର, ସଦସ୍ୟ ରମାକାନ୍ତ ମଲ୍ଲିକ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।

 

The post ସୁରଦା, ପ୍ରତିଭା, କଳ୍ପନାଙ୍କୁ ନେଇ ତେଜୁଛି ରାଜନୀତି appeared first on Dharitri Odia News.