ବୁଗୁଡାର ନୂତନ ବିଡିଓ ଭାବେ ଯୋଗଦେଲେ ଦୂତିକୃଷ୍ଣ ପାତ୍ର
ବୁଗୁଡ଼ା,୧୮।୧(କାଳିଚରଣ ଦାଶ): ବୁଗୁଡ଼ା ବ୍ଲକରେ ନୂତନ ବିଡିଓ ଭାବେ ଦୂତିକୃଷ୍ଣ ପାତ୍ର ଯୋଗଦେଇଛନ୍ତି । ପାତ୍ର ପୂର୍ବରୁ କୋରାପୁଟ ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସେ ବୁଗୁଡ଼ା ବିଡିଓ ଭାବେ ଯୋଗଦେବା ପରେ ବ୍ଲକ କର୍ମଚାରୀ ମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ସେଠାରେ ଥିବା ପୂର୍ବ ବିଡିଓ ସନ୍ତୋଷ କୁମାର ଜେନା କେନ୍ଦ୍ରାପଡ଼ା ବଦଳି ହେବାପରେ ପରେ ଦୀର୍ଘଦିନ ହେଲା ତହସିଲଦାର ତାପସ ରାଉତ ବିଡିଓ ଦାୟିତ୍ୱରେ ଥିଲେ। ବର୍ତ୍ତମାନ ସ୍ଥାୟୀ […] The post ବୁଗୁଡାର ନୂତନ ବିଡିଓ ଭାବେ ଯୋଗଦେଲେ ଦୂତିକୃଷ୍ଣ ପାତ୍ର appeared first on Dharitri Odia News.
ବୁଗୁଡ଼ା,୧୮।୧(କାଳିଚରଣ ଦାଶ): ବୁଗୁଡ଼ା ବ୍ଲକରେ ନୂତନ ବିଡିଓ ଭାବେ ଦୂତିକୃଷ୍ଣ ପାତ୍ର ଯୋଗଦେଇଛନ୍ତି । ପାତ୍ର ପୂର୍ବରୁ କୋରାପୁଟ ମ୍ୟୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସେ ବୁଗୁଡ଼ା ବିଡିଓ ଭାବେ ଯୋଗଦେବା ପରେ ବ୍ଲକ କର୍ମଚାରୀ ମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ସେଠାରେ ଥିବା ପୂର୍ବ ବିଡିଓ ସନ୍ତୋଷ କୁମାର ଜେନା କେନ୍ଦ୍ରାପଡ଼ା ବଦଳି ହେବାପରେ ପରେ ଦୀର୍ଘଦିନ ହେଲା ତହସିଲଦାର ତାପସ ରାଉତ ବିଡିଓ ଦାୟିତ୍ୱରେ ଥିଲେ। ବର୍ତ୍ତମାନ ସ୍ଥାୟୀ ବିଡିଓ କାର୍ଯ୍ୟଭାର ଗ୍ରହଣ କଲାପରେ ପଞ୍ଚାୟତ ସ୍ତରୀୟ ବିଭିନ୍ନ ଉନ୍ନୟନ କାର୍ଯ୍ୟ ତ୍ୱରାନୱିତ ହୋଇପାରିବ ବୋଲି ଆଶା କରାଯାଉଛ। ଏ ଅବସରରେଶନିବାର ଦିନ ଅନୁଷ୍ଠିତ ଏକ ଷ୍ଟାଫ ମିଟିଙ୍ଗରେ ବିଡିଓ ପାତ୍ର ନିଷ୍ଠାର ସହ ଯେ ଯାହାର କାର୍ଯ୍ୟ ଠିକ ଭାବେ ସମ୍ପାଦନ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।
The post ବୁଗୁଡାର ନୂତନ ବିଡିଓ ଭାବେ ଯୋଗଦେଲେ ଦୂତିକୃଷ୍ଣ ପାତ୍ର appeared first on Dharitri Odia News.