ଭୟାବହ ଅଗ୍ନିକାଣ୍ଡ, ଜଳି ପୋଡ଼ି ପାଉଁଶ ହୋଇଗଲା ୧୫ ଏକର ଆଖୁ ଚାଷ

କାମାକ୍ଷାନଗର: ଭୟାବହ ଅଗ୍ନିକାଣ୍ଡରେ ଜଳି ପୋଡ଼ି ନଷ୍ଟ ହୋଇଗଲା ୧୫ ଏକରର ଆଖୁ ଚାଷ। ଏହି ଅଗ୍ନିକାଣ୍ଡ ହୋଇଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ଗାଁରେ। ଗାଁର ୫ ଜଣ ଚାଷୀ ୫୦ ଏକରରେ କରିଥିବା ଆଖୁ ଚାଷ କରିଥିଲେ। ହେଲେ ରବିବାର ହଠାତ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ, ସୂଚନା ପାଇ ଘଟଣାସ୍ଥଳରେ କାମାକ୍ଷାନଗର ଓ ଭୁବନ ଅଗ୍ନିଶମ ବାହିନୀର ୩ ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ ପ୍ରାୟ ୧୫ ଏକରର ଆଖୁ ଚାଷ ପୋଡ଼ି ନଷ୍ଟ ହୋଇଯାଇଛି।ସେପଟେ ଅମଳ ହେବାକୁ କମ୍ ସମୟ ଥିବାବେଳେ ଏଭଳି କ୍ଷତି ଚିନ୍ତାରେ ପକାଇଛି ଏହି ଚାଷୀଙ୍କୁ। ଧାର କରଜ କରି ଆଖୁ ଚାଷ କରିଥିବାବେଳେ, ଏବେ କିପରି ଋଣ ସୁଝିବେ ତାକୁ ନେଇ ଏବେ ଚିନ୍ତାରେ। 

ଭୟାବହ ଅଗ୍ନିକାଣ୍ଡ, ଜଳି ପୋଡ଼ି ପାଉଁଶ ହୋଇଗଲା ୧୫ ଏକର ଆଖୁ ଚାଷ

କାମାକ୍ଷାନଗର: ଭୟାବହ ଅଗ୍ନିକାଣ୍ଡରେ ଜଳି ପୋଡ଼ି ନଷ୍ଟ ହୋଇଗଲା ୧୫ ଏକରର ଆଖୁ ଚାଷ। ଏହି ଅଗ୍ନିକାଣ୍ଡ ହୋଇଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ଗାଁରେ। ଗାଁର ୫ ଜଣ ଚାଷୀ ୫୦ ଏକରରେ କରିଥିବା ଆଖୁ ଚାଷ କରିଥିଲେ। ହେଲେ ରବିବାର ହଠାତ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। 

ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ, ସୂଚନା ପାଇ ଘଟଣାସ୍ଥଳରେ କାମାକ୍ଷାନଗର ଓ ଭୁବନ ଅଗ୍ନିଶମ ବାହିନୀର ୩ ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ ପ୍ରାୟ ୧୫ ଏକରର ଆଖୁ ଚାଷ ପୋଡ଼ି ନଷ୍ଟ ହୋଇଯାଇଛି।ସେପଟେ ଅମଳ ହେବାକୁ କମ୍ ସମୟ ଥିବାବେଳେ ଏଭଳି କ୍ଷତି ଚିନ୍ତାରେ ପକାଇଛି ଏହି ଚାଷୀଙ୍କୁ। ଧାର କରଜ କରି ଆଖୁ ଚାଷ କରିଥିବାବେଳେ, ଏବେ କିପରି ଋଣ ସୁଝିବେ ତାକୁ ନେଇ ଏବେ ଚିନ୍ତାରେ।