IPL 2024: ହାଇଦ୍ରାବାଦର ଶାଣିତ ବୋଲିଂ, ୧୬୨ ରନରେ ଅଟକିଲା ହାଇଦ୍ରାବାଦ
ଅହମ୍ମଦାବାଦ: ଗତ ମ୍ୟାଚ୍ରେ ସର୍ବାଧିକ ରନ କରି ଆଇପିଏଲରେ ଇତିହାସ ରଚିଥିବା ସନରାଇଜର୍ସ ହାଇଦ୍ରାବାଦ ଆଜି ବ୍ୟାଟିଂରେ ସଂଘର୍ଷ କରିଛି। ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ଜରାଇ ୧୬୨ ରନ କରିଛି। ଘରୋଇ ଗୁଜରାଟ ଟାଇଟନ୍ସ ସମ୍ମୁଖରେ ୧୬୩ ରନର ସହଜ ବିଜୟ ଲକ୍ଷ୍ୟ ରହିଛି। ଦଳର ଜଣେ ହେଲେ ବ୍ୟାଟର ୩୦ରୁ ଉର୍ଦ୍ଧ୍ଵ ସ୍କୋର କରିପାରି ନାହାନ୍ତି। ଅବଦୁଲ ସାମଦ ୨୯ ରନ କରିଥିବା ବେଳେ ଅଭିଷେକ ଶର୍ମା ମଧ୍ୟ ୨୯ ରନ କରିଛନ୍ତି। ଗୁଜରାଟ ପକ୍ଷରୁ ମୋହିତ ଶର୍ମା ୪ ଓଭରରେ ୨୫ ରନ ଦେଇ ୩ଟି ଓ୍ଵିକେଟ୍ ହାସଲ କରିଛନ୍ତି। ଗୁଜରାଟ ସମ୍ମୁଖରେ ୧୬୩ ରନର ସହଜ ବିଜୟ ଲକ୍ଷ୍ୟ ରହିଛି। ଉଭୟ ଦଳର ଏହା ହେଉଛି ୩ୟ ମ୍ୟାଚ୍। ଏଥିରୁ ପ୍ରତ୍ୟେକ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି।