ଭିନେଶଙ୍କ ଅଯୋଗ୍ୟତା ଉପରେ କ୍ରୀଡ଼ା ମନ୍ତ୍ରୀଙ୍କ ବୟାନ, ସବୁ ସହାୟତା ଯୋଗାଇ ଦେଇଛୁ , ଏବେ...
ନୂଆଦିଲ୍ଲୀ: ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ପରେ ପୁରା ଦେଶ ସ୍ତବ୍ଧ। କେବଳ ୧୦୦ ଗ୍ରାମ ଓଜନ ବଢିବାରୁ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଏହାକୁ ନେଇ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସଂସଦରେ ବୟାନ ଦେଇଛନ୍ତି। ସେ କହିଛନ୍ତି ଭାରତୀୟ ରେସଲର ଭିନେଶ ଫୋଗାଟ ନିର୍ଦ୍ଧାରିତ ବର୍ଗରେ ଅଧିକ ଓଜନ କାରଣରୁ ଅଲିମ୍ପିକ୍ସରୁ ବାଦ୍ ପଡ଼ିଛନ୍ତି। ଭାରତୀୟ ଅଲିମ୍ପିକ୍ସ ସଂଘର ପ୍ରମୁଖ ପିଟି ଉଷା ମଧ୍ୟ ପ୍ୟାରିସରେ ଅଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସହ କଥା ହୋଇ ଘଟଣା ବିଷୟରେ ପଚାରି ବୁଝିଛନ୍ତି। ମାଣ୍ଡଭିୟ କହିଛନ୍ତି, ପ୍ରଧାନମନ୍ତ୍ରୀ ପିଟି ଉଷାଙ୍କୁ ଏହି ଘଟଣାରେ ଉଚିତ ପଦକ୍ଷେପ ନେବାକୁ କହିଛନ୍ତି। ଭିନେଶଙ୍କୁ ସରକାର ଯଥା ସମ୍ଭବ ସାହାଯ୍ୟ କରିଛନ୍ତି। କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ଭିନେଶ ମଙ୍ଗଳବାର ତିନୋଟି ମୁକାବିଲା ଜିତି ପ୍ରଥମ ରେସଲର ଭାବେ ଫାଇନାଲ୍ରେ ପହଞ୍ଚିଥିଲେ। ଭାରତ ସରକାର ଭିନେଶଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିଛନ୍ତି। ତାଙ୍କ ପାଇଁ ରେସଲର କ୍ଷେତ୍ରର ବିଶେଷଜ୍ଞ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ କର୍ମଚାରୀ ବି ନିଯୁକ୍ତ କରାଯାଇଛି। ତାଙ୍କ ସହ ହଙ୍ଗେରୀର ବିଖ୍ୟାତ ପ୍ରଶିକ୍ଷକ ଓ ଫିଜିଓ ସର୍ବଦା ରହିଥାନ୍ତି। ମାଣ୍ଡଭିୟ କହିଛନ୍ତି, ସରକାର ଭିନେଶ ଫୋଗାଟଙ୍କୁ ସବୁ ପ୍ରକାରର କ୍ରୀଡ଼ା ସୁବିଧା ଏବଂ ସବୁ ପ୍ରକାରର ପ୍ରଶିକ୍ଷଣ ଉପଲବ୍ଧ କରାଇବେ। ଭିନେଶ
ନୂଆଦିଲ୍ଲୀ: ରେସଲର ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ହେବା ପରେ ପୁରା ଦେଶ ସ୍ତବ୍ଧ। କେବଳ ୧୦୦ ଗ୍ରାମ ଓଜନ ବଢିବାରୁ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଏହାକୁ ନେଇ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସଂସଦରେ ବୟାନ ଦେଇଛନ୍ତି। ସେ କହିଛନ୍ତି ଭାରତୀୟ ରେସଲର ଭିନେଶ ଫୋଗାଟ ନିର୍ଦ୍ଧାରିତ ବର୍ଗରେ ଅଧିକ ଓଜନ କାରଣରୁ ଅଲିମ୍ପିକ୍ସରୁ ବାଦ୍ ପଡ଼ିଛନ୍ତି। ଭାରତୀୟ ଅଲିମ୍ପିକ୍ସ ସଂଘର ପ୍ରମୁଖ ପିଟି ଉଷା ମଧ୍ୟ ପ୍ୟାରିସରେ ଅଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସହ କଥା ହୋଇ ଘଟଣା ବିଷୟରେ ପଚାରି ବୁଝିଛନ୍ତି। ମାଣ୍ଡଭିୟ କହିଛନ୍ତି, ପ୍ରଧାନମନ୍ତ୍ରୀ ପିଟି ଉଷାଙ୍କୁ ଏହି ଘଟଣାରେ ଉଚିତ ପଦକ୍ଷେପ ନେବାକୁ କହିଛନ୍ତି। ଭିନେଶଙ୍କୁ ସରକାର ଯଥା ସମ୍ଭବ ସାହାଯ୍ୟ କରିଛନ୍ତି।
କ୍ରୀଡ଼ା ମନ୍ତ୍ରୀ କହିଛନ୍ତି, ଭିନେଶ ମଙ୍ଗଳବାର ତିନୋଟି ମୁକାବିଲା ଜିତି ପ୍ରଥମ ରେସଲର ଭାବେ ଫାଇନାଲ୍ରେ ପହଞ୍ଚିଥିଲେ। ଭାରତ ସରକାର ଭିନେଶଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିଛନ୍ତି। ତାଙ୍କ ପାଇଁ ରେସଲର କ୍ଷେତ୍ରର ବିଶେଷଜ୍ଞ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ କର୍ମଚାରୀ ବି ନିଯୁକ୍ତ କରାଯାଇଛି। ତାଙ୍କ ସହ ହଙ୍ଗେରୀର ବିଖ୍ୟାତ ପ୍ରଶିକ୍ଷକ ଓ ଫିଜିଓ ସର୍ବଦା ରହିଥାନ୍ତି। ମାଣ୍ଡଭିୟ କହିଛନ୍ତି, ସରକାର ଭିନେଶ ଫୋଗାଟଙ୍କୁ ସବୁ ପ୍ରକାରର କ୍ରୀଡ଼ା ସୁବିଧା ଏବଂ ସବୁ ପ୍ରକାରର ପ୍ରଶିକ୍ଷଣ ଉପଲବ୍ଧ କରାଇବେ। ଭିନେଶଙ୍କୁ ପ୍ୟାରିସ ଅଲିମ୍ପକ୍ସ ପାଇଁ ୭୦ ଲକ୍ଷ ୪୫ ହଜାର ୭୭୫ ଟଙ୍କାର ସହାୟତା ଦିଆଯାଇଛି।
ମାଣ୍ଡଭିୟ କହିଛନ୍ତି, ସ୍ପେନର ଟ୍ରେନିଂ ସେସନରେ ଯୋଗ ଦେବା ପାଇଁ ଏବଂ ଅଲିମ୍ପିକ୍ସ ପୂର୍ବରୁ ପ୍ରସ୍ତୁତି ପାଇଁ ମଧ୍ୟ ଫଣ୍ଡିଂ କରାଯାଇଥିଲା। ହଙ୍ଗେରୀରେ ପ୍ରଶିକ୍ଷଣ ପାଇଁ ସରକାର ପୂରା ବ୍ୟବସ୍ଥା କରିଥିଲେ। ରୁଷରେ ମଧ୍ୟ ଅନ୍ତର୍ଜାତୀୟ ଶିବିରରେ ଯୋଗ ଦେବା ପାଇଁ ସରକାର ସବୁ ପ୍ରକାରର ସହାୟତା ଦେଇଥିଲେ।
ସୂଚନାଯୋଗ୍ୟ, ବୁଧବାର ଭିନେଶ ଫୋଗାଟଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଅଲିମ୍ପିକ୍ସ ଫାଇନାଲ୍ରେ ପହଞ୍ଚିବାରେ ଭିନେଶ ପ୍ରଥମ ଭାରତୀୟ ମହିଳା ରେସଲର ଭାବେ ଇତିହାସ ରଚିଥିଲେ। ଆଜି ସକାଳ ସୁଦ୍ଧା ରୌପ୍ୟ ପଦକ ସୁନିଶ୍ଚିତ ଲାଗୁଥିଲା। ମାତ୍ର ଏବେ ସେ ବିନା ପଦକରେ ଦେଶକୁ ଫେରିବେ। ୨୯ ବର୍ଷୀୟ ଭିନେଶଙ୍କ ଶରୀରରେ ପାନୀୟ ମାତ୍ରା ବହୁତ କମି ଯିବାରୁ ତାଙ୍କୁ ସକାଳେ କ୍ରୀଡ଼ାଗ୍ରାମରେ ସ୍ଥିତ ପୋଲି କ୍ଲିନିକ ନିଆଯାଇଥିଲା। ପରୀକ୍ଷଣରେ ତାଙ୍କର ଓଜନ ୧୦୦ ଗ୍ରାମ ଅଧିକ ରହିଥିବା ଜଣା ପଡ଼ିଥିଲ। ଫଳରେ ନିୟମ ଅନୁସାରେ ଫୋଗାଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା।
ଭାରତୀୟ ଅଲିମ୍ପିକ୍ସ ସଂଘ ଭିନେଶଙ୍କ ବ୍ୟକ୍ତିଗତକୁ ସମ୍ମାନ ଜଣାଇ କହିଛି ଯେ, ଦୁଃଖଦ ଖବର ଭିନେଶ ଫୋଗାଟ ମହିଳା କୁସ୍ତିରେ ୫୦ କିଲୋଗ୍ରାମ ବର୍ଗରେ ଅଯୋଗ୍ୟ ଘୋଷିତ କରାଯାଇଛି। ରାତିସାରା ଦଳର ଅକଥ ଉଦ୍ୟମ ସତ୍ତ୍ଵେ ସକାଳେ ଓଜନ ୫୦ କିଲୋରୁ ଅଧିକ ରହିଥିଲା। ଭାରତୀୟ ଦଳ ବର୍ତ୍ତମାନ ଭିନେଶଙ୍କ ବ୍ୟକ୍ତିଗତକୁ ସମ୍ମାନ ଜଣାଇବାକୁ ଅନୁରୋଧ କରୁଛି। ଭାରତୀୟ ଦଳ ବର୍ତ୍ତମାନ ନିଜର ଆଗାମୀ ପ୍ରତିଯୋଗିତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବ।