ଆତ୍ମହତ୍ୟା କଲେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ, ନିକଟରେ ଭେଟିଥିଲେ ରାହୁଲ

ପାଟନା,୩।୨: ବିହାରର ବରିଷ୍ଠ କଂଗ୍ରେସ ନେତା ଶକିଲ ଅହମ୍ମଦ ଖାନଙ୍କ ପୁଅ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୁହାଯାଉଛି ଯେ ସେ ପାଟନାର ଏମଏଲସି ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସଚିବାଳୟ ଡିଏସପି ଘଟଣାର ସତ୍ୟାସତ୍ୟ ପ୍ରକାଶ କରିଛନ୍ତି ଏବଂ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁଃଖଦ ଘଟଣା ରାଜନୈତିକ ମହଲରେ ଏକ ଆଲୋଡ଼ନ ସୃଷ୍ଟି କରିଛି ଏବଂ ରାଜନୀତିର କରିଡରରେ ଶୋକର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଜାନୁଆରୀ ୧୮ତାରିଖରେ ରାହୁଲ ଗାନ୍ଧୀଙ୍କ ବିହାର ଗସ୍ତ […] The post ଆତ୍ମହତ୍ୟା କଲେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ, ନିକଟରେ ଭେଟିଥିଲେ ରାହୁଲ appeared first on Dharitri Odia News.

ଆତ୍ମହତ୍ୟା କଲେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ, ନିକଟରେ ଭେଟିଥିଲେ ରାହୁଲ

ପାଟନା,୩।୨: ବିହାରର ବରିଷ୍ଠ କଂଗ୍ରେସ ନେତା ଶକିଲ ଅହମ୍ମଦ ଖାନଙ୍କ ପୁଅ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୁହାଯାଉଛି ଯେ ସେ ପାଟନାର ଏମଏଲସି ବାସଭବନରେ ଆତ୍ମହତ୍ୟା କରିଛନ୍ତି। ସଚିବାଳୟ ଡିଏସପି ଘଟଣାର ସତ୍ୟାସତ୍ୟ ପ୍ରକାଶ କରିଛନ୍ତି ଏବଂ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁଃଖଦ ଘଟଣା ରାଜନୈତିକ ମହଲରେ ଏକ ଆଲୋଡ଼ନ ସୃଷ୍ଟି କରିଛି ଏବଂ ରାଜନୀତିର କରିଡରରେ ଶୋକର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଜାନୁଆରୀ ୧୮ତାରିଖରେ ରାହୁଲ ଗାନ୍ଧୀଙ୍କ ବିହାର ଗସ୍ତ ସମୟରେ, ଶକିଲ ଅହମ୍ମଦ ଖାନଙ୍କ ପୁଅଙ୍କୁ ମଞ୍ଚ ଉପରେ ତାଙ୍କ ସହିତ ପରିଚିତ କରାଯାଇଥିଲା।
ଶକିଲ ଅହମ୍ମଦ ଖାନ କଦୱାର ବିଧାୟକ ଏବଂ ତାଙ୍କ ପୁଅଙ୍କ ନାମ ଅୟାନ ଖାନ ଥିଲା। ଅୟାନ ଶକିଲ ଅହମ୍ମଦ ଖାନଙ୍କ ଏକମାତ୍ର ପୁଅ ଥିଲେ। ତାଙ୍କର ଗୋଟିଏ ଝିଅ ଅଛନ୍ତି ଯିଏ ଇଂଲଣ୍ଡରେ ଆଇନ ପଢୁଛନ୍ତି। ଅୟାନ ଦ୍ୱାଦଶରେ ପଢୁଥିଲେ ଏବଂ ତାଙ୍କ ବୟସ ୧୭ ବର୍ଷ ଥିଲା। ତସୂଚନା ମୁତାବକ, ଶକିଲ ଅହମ୍ମଦ ଖାନ ଦିଲ୍ଲୀରେ ଥିଲେ ଏବଂ ଖବର ଶୁଣିବା ପରେ ସେ ଦିଲ୍ଲୀ ଛାଡି ପାଟନା ଯାଇଛନ୍ତି।
ଶକିଲ ଅହମ୍ମଦ ଖାନ ୨୦୧୫ରେ ବିହାରର କଟିହାର ଜିଲାର କଦୱା ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ। ଜୁନ ୨୦୨୩ରେ, ଡକ୍ଟର ଶକିଲ ଅହମ୍ମଦ ଖାନଙ୍କୁ ବିହାରରେ କଂଗ୍ରେସ ବିଧାୟକ ଦଳର ନେତା ନିଯୁକ୍ତ କରାଯାଇଥିଲା। ଶକିଲ ଅହମ୍ମଦ ଖାନଙ୍କ ସହ ରାହୁଲ ଗାନ୍ଧୀଙ୍କ ସିଧାସଳଖ ସମ୍ପର୍କ ଥିବାରୁ ତାଙ୍କର ଦବଦବା ଅନୁମାନ କରାଯାଇପାରେ। ନିକଟରେ, ଯେତେବେଳେ ରାହୁଲ ଗାନ୍ଧୀ ଜାନୁଆରୀ ୧୮ତାରିଖରେ ପାଟନା ପହଞ୍ଚିଥିଲେ, ସେ ତାଙ୍କ ପୁଅ ଅୟାନ ଖାନଙ୍କୁ ତାଙ୍କ ସହ ପରିଚୟ କରାଇଥିଲେ।

The post ଆତ୍ମହତ୍ୟା କଲେ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅ, ନିକଟରେ ଭେଟିଥିଲେ ରାହୁଲ appeared first on Dharitri Odia News.