ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭବାନୀପାଟଣା,୨୭ା୫(ଉତ୍ତମ କୁମାର ଦାଶ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ.ରାମପୁର କାଣୀଗୁମ୍ମା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସନ୍ନ୍ୟାସୀ ନାୟକ। ସୋମବାର ସକାଳେ ଅଭିଯୋଗକାରୀଙ୍କଠାରୁ ମନରେଗା ଯୋଜନାରେ ଶ୍ରମିକ ପାଉଣା ପ୍ରଦାନ କରିବା ଓ ମଷ୍ଟରରୋଲ୍‌ ଆଗେଇ ନେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ ବିଭାଗ। ପରେ ଲାଞ୍ଚ ଟଙ୍କା ସହ ପିଇଓଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ଭିଜିଲାନ୍ସ। ଅନ୍ୟପଟେ ପଞ୍ଚାୟତ […] The post ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ appeared first on Dharitri Odia News.

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭବାନୀପାଟଣା,୨୭ା୫(ଉତ୍ତମ କୁମାର ଦାଶ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ.ରାମପୁର କାଣୀଗୁମ୍ମା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସନ୍ନ୍ୟାସୀ ନାୟକ।

ସୋମବାର ସକାଳେ ଅଭିଯୋଗକାରୀଙ୍କଠାରୁ ମନରେଗା ଯୋଜନାରେ ଶ୍ରମିକ ପାଉଣା ପ୍ରଦାନ କରିବା ଓ ମଷ୍ଟରରୋଲ୍‌ ଆଗେଇ ନେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ ବିଭାଗ। ପରେ ଲାଞ୍ଚ ଟଙ୍କା ସହ ପିଇଓଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ଭିଜିଲାନ୍ସ। ଅନ୍ୟପଟେ ପଞ୍ଚାୟତ ଅଫିସ ସମେତ ଭବାନୀପାଟଣା ସହର ଜଳେଶ୍ୱର ମନ୍ଦିର ପାଖରେ ଥିବା ବାସଶ୍‌ଭବନରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି।

The post ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ appeared first on Dharitri Odia News.