କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ

ନୂଆଦିଲ୍ଲୀ,୨୯।୩: କଂଗ୍ରେସ ପରେ ଏବେ ଅନ୍ୟ ଏକ ଦଳର ସମସ୍ୟା ବଢିଥିବା ସୂଚନା ମିଳିଛି। ଏହି ପାର୍ଟିକୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ ମିଳିଛି। ଘଟଣା ହେଲା କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ) ଏହି ବିଜ୍ଞପ୍ତି ଗ୍ରହଣ କରିଛି। ଏହି ବିଜ୍ଞପ୍ତିରେ ଦଳକୁ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ବେଳେ ପୁରୁଣା ପାନ କାର୍ଡ ବ୍ୟବହାର ପାଇଁ ୧୧କୋଟି ଟଙ୍କା ‘ଦେୟ’ ଦେବାକୁ କୁହାଯାଇଛି। ସିପିଆଇ କହିଛି ଯେ ଟିକସ କର୍ତ୍ତୃପକ୍ଷଙ୍କ ନୋଟିସକୁ ଚ୍ୟାଲେଞ୍ଜ […] The post କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ appeared first on Dharitri Odia News.

କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ

ନୂଆଦିଲ୍ଲୀ,୨୯।୩: କଂଗ୍ରେସ ପରେ ଏବେ ଅନ୍ୟ ଏକ ଦଳର ସମସ୍ୟା ବଢିଥିବା ସୂଚନା ମିଳିଛି। ଏହି ପାର୍ଟିକୁ ଆୟକର ବିଭାଗ ପକ୍ଷରୁ ଏକ ନୋଟିସ ମଧ୍ୟ ମିଳିଛି। ଘଟଣା ହେଲା କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ) ଏହି ବିଜ୍ଞପ୍ତି ଗ୍ରହଣ କରିଛି।
ଏହି ବିଜ୍ଞପ୍ତିରେ ଦଳକୁ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ବେଳେ ପୁରୁଣା ପାନ କାର୍ଡ ବ୍ୟବହାର ପାଇଁ ୧୧କୋଟି ଟଙ୍କା ‘ଦେୟ’ ଦେବାକୁ କୁହାଯାଇଛି।
ସିପିଆଇ କହିଛି ଯେ ଟିକସ କର୍ତ୍ତୃପକ୍ଷଙ୍କ ନୋଟିସକୁ ଚ୍ୟାଲେଞ୍ଜ କରିବାକୁ ଆମେ ଆମର ଓକିଲଙ୍କ ସହ ପରାମର୍ଶ କରୁଛୁ। ସୂତ୍ରରୁ ପ୍ରକାଶ ଯେ, ଆଇଟି ବିଭାଗକୁ ଦିଆଯିବାକୁ ଥିବା ଦେୟ ପାର୍ଟି ଦ୍ୱାରା ପୁରୁଣା ପାନ କାର୍ଡ ବ୍ୟବହାରରେ ତ୍ରୁଟି ଯୋଗୁଁ ଅଧିକାରୀମାନଙ୍କୁ ଦିଆଯିବାକୁ ଥିବା ଜରିମାନା ଏବଂ ସୁଧ ଅନ୍ତର୍ଭୁକ୍ତ।
ଜଣେ ବରିଷ୍ଠ ସିପିଆଇ ନେତା ପିଟିଆଇକୁ କହିଛନ୍ତି ଯେ ଆମେ ଆଇନ ସହାୟତା ଏବଂ ଆମର ଓକିଲଙ୍କ ସହ ପରାମର୍ଶ କରୁଛୁ।

The post କଂଗ୍ରେସ ପରେ ବଢିଲା ଏହି ଦଳର ମୁଣ୍ଡବ୍ୟଥା, ଆୟକର ବିଭାଗରୁ ମିଳିଲା ନୋଟିସ appeared first on Dharitri Odia News.