୧ ନମ୍ବରକୁ ଫେରିଲେ ସାତ୍ତ୍ୱିକ-ଚିରାଗ
ନୂଆଦିଲ୍ଲୀ,୨୩ା୧: ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍) ପୁରୁଷ ଡବଲ୍ସ ର଼୍ୟାଙ୍କିଙ୍ଗ ତାଲିକାର ନମ୍ବର ଓ୍ବାନ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏସିଆନ ଗେମ୍ସ ଚାମ୍ପିୟନ ମାଲେସିଆ ଓପନ ସୁପର ୧୦୦୦ ଏବଂ ଇଣ୍ଡିଆ ଓପନ ସୁପର ୭୫୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ରନରଅପ୍ ହେବା ଯୋଗୁ ଦ୍ୱିତୀୟ ଥର ପାଇଁ ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ହାସଲ କରି ପାରିଛନ୍ତି। ଭାରତୀୟ ଯୋଡ଼ି ହାଙ୍ଗଝୋ ଏସିଆନ ଗେମ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ […] The post ୧ ନମ୍ବରକୁ ଫେରିଲେ ସାତ୍ତ୍ୱିକ-ଚିରାଗ appeared first on Dharitri Odia News.
ନୂଆଦିଲ୍ଲୀ,୨୩ା୧: ଭାରତର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ବ୍ୟାଡ୍ମିଣ୍ଟନ ଓ୍ବାଲର୍ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍) ପୁରୁଷ ଡବଲ୍ସ ର଼୍ୟାଙ୍କିଙ୍ଗ ତାଲିକାର ନମ୍ବର ଓ୍ବାନ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଏସିଆନ ଗେମ୍ସ ଚାମ୍ପିୟନ ମାଲେସିଆ ଓପନ ସୁପର ୧୦୦୦ ଏବଂ ଇଣ୍ଡିଆ ଓପନ ସୁପର ୭୫୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ରନରଅପ୍ ହେବା ଯୋଗୁ ଦ୍ୱିତୀୟ ଥର ପାଇଁ ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ହାସଲ କରି ପାରିଛନ୍ତି। ଭାରତୀୟ ଯୋଡ଼ି ହାଙ୍ଗଝୋ ଏସିଆନ ଗେମ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରଥମଥର ନମ୍ବର ଓ୍ବାନ ସ୍ଥାନ ସ୍ଥାନ ଅଧିକାର କରିଥିଲେ।
ବିଶ୍ୱର ନମ୍ବର-୨ ଯୋଡ଼ି ଭାବେ ଇଣ୍ଡିଆ ଓପନରେ ପ୍ରବେଶ କରିଥିବା ସାତ୍ତ୍ୱିକ ଓ ଚିରାଗ ରବିବାର ବିଶ୍ୱ ଚାମ୍ପିୟନ କାଙ୍ଗ୍ ମିନ୍ ହ୍ୟୁକ୍ ଓ ସିଓ ସାଙ୍ଗ୍ ଜାଇଙ୍କଠାରୁ ହାରିଯାଇଥିଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଏଚ୍ଏସ୍ ପ୍ରଣୟ ଗୋଟିଏ ସ୍ଥାନ ଉପରକୁ ଉଠି ବିଶ୍ୱର ୮ନମ୍ବର ହୋଇଥିବା ବେଳେ ଲକ୍ଷ୍ୟ ସେନ୍, କିଡାମ୍ବି ଶ୍ରୀକାନ୍ତ ଓ ପ୍ରିୟାଂଶୁ ରାଜାଓ୍ବତ ଯଥାକ୍ରମେ ସେମାନଙ୍କ ୧୯ତମ, ୨୫ତମ ଓ ୩୦ତମ ସ୍ଥାନ ବଜାୟ ରଖିଛନ୍ତି।
The post ୧ ନମ୍ବରକୁ ଫେରିଲେ ସାତ୍ତ୍ୱିକ-ଚିରାଗ appeared first on Dharitri Odia News.