ଭାରତର ୯୧ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମଥର ଘଟିଲା ଏମିତି…
ଗ୍ରେଟର ନୋଏଡା,୧୩।୯: ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗ୍ରେଟର ନୋଏଡା ଟେଷ୍ଟକୁ ରଦ୍ଦ କରାଯାଇଛି। ଏପରିକି ଶୁକ୍ରବାର ଗୋଟିଏ ବି ବଲ ବୋଲିଂ କରାଯାଇପାରି ନାହିଁ କିମ୍ବା ଏହି ଟେଷ୍ଟରେ ଟସ ମଧ୍ୟ ହୋଇନାହିଁ। ଆଜି ପ୍ରବଳ ବର୍ଷା ହେତୁ ଶେଷ ଦିନର ଖେଳକୁ ବାତିଲ କରିବାକୁ ସକାଳେ ନିଷ୍ପତ୍ତି ନିଆଯାଇଥିଲା। ୧୯୩୩ ପରଠାରୁ ଭାରତରେ ଟେଷ୍ଟ ଖେଳାଯାଉଛି ଏବଂ ଏହା ପ୍ରଥମ ଥର ଯେ ଭାରତୀୟ ମାଟିରେ ଟେଷ୍ଟ ମ୍ୟାଚ ବିନା ଟସ କିମ୍ବା ବିନା […] The post ଭାରତର ୯୧ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମଥର ଘଟିଲା ଏମିତି… appeared first on Dharitri Odia News.
ଗ୍ରେଟର ନୋଏଡା,୧୩।୯: ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗ୍ରେଟର ନୋଏଡା ଟେଷ୍ଟକୁ ରଦ୍ଦ କରାଯାଇଛି। ଏପରିକି ଶୁକ୍ରବାର ଗୋଟିଏ ବି ବଲ ବୋଲିଂ କରାଯାଇପାରି ନାହିଁ କିମ୍ବା ଏହି ଟେଷ୍ଟରେ ଟସ ମଧ୍ୟ ହୋଇନାହିଁ। ଆଜି ପ୍ରବଳ ବର୍ଷା ହେତୁ ଶେଷ ଦିନର ଖେଳକୁ ବାତିଲ କରିବାକୁ ସକାଳେ ନିଷ୍ପତ୍ତି ନିଆଯାଇଥିଲା। ୧୯୩୩ ପରଠାରୁ ଭାରତରେ ଟେଷ୍ଟ ଖେଳାଯାଉଛି ଏବଂ ଏହା ପ୍ରଥମ ଥର ଯେ ଭାରତୀୟ ମାଟିରେ ଟେଷ୍ଟ ମ୍ୟାଚ ବିନା ଟସ କିମ୍ବା ବିନା ବଲରେ ରଦ୍ଦ ହୋଇଛି। ଏହାପୂର୍ବରୁ ଏସିଆର କେବଳ ଗୋଟିଏ ମ୍ୟାଚକୁ ଗୋଟିଏ ବଲ ବୋଲିଂ ନ କରି ବାତିଲ କରିଦିଆଯାଇଥିଲା। ୧୯୮୮ରେ ଫୈସଲାବାଦରେ ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ହୋଇଥିବା ମ୍ୟାଚରେ ଏହା ଘଟିଥିଲା। ମୋଟାମୋଟି ଭାବେ ସମଗ୍ର ବିଶ୍ୱରେ କେବଳ ୭ଟି ଟେଷ୍ଟକୁ ଗୋଟିଏ ବଲ ବୋଲିଂ ନ ହୋଇ ରଦ୍ଦ କରାଯାଇଛି।
ଏହି ଟେଷ୍ଟର ସମସ୍ତ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ମ୍ୟାଚ୍ରେ ଗୋଟିଏ ବି ବଲ ବୋଲିଂ କରାଯାଇପାରି ନ ଥିଲା। ପ୍ରଥମ ଦୁଇ ଦିନରେ ଆଉଟଫିଲ୍ଡ ଆର୍ଦ୍ର ହୋଇ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରିବାକୁ ଗ୍ରାଉଣ୍ଡର ପ୍ରସ୍ତୁତତା ଉପରେ ପ୍ରଶ୍ନ ଉଠାଇଥିଲା। ଏଥି ସହିତ ବର୍ଷା ହେତୁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଖେଳ ଖେଳାଯାଇ ପାରିଲା ନାହିଁ। ଟେଷ୍ଟ କ୍ରିକେଟ ଇତିହାସରେ ଏହା ହେଉଛି ଅଷ୍ଟମ ମ୍ୟାଚ ଯେତେବେଳେ ବଲ ବୋଲିଂ ନ କରି ମ୍ୟାଚ ରଦ୍ଦ କରାଯାଇଥିଲା।
The post ଭାରତର ୯୧ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମଥର ଘଟିଲା ଏମିତି… appeared first on Dharitri Odia News.