ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା, ପୁରୀରେ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଦେବେ ଯୋଗ
ଭୁବନେଶ୍ୱର,୨୫।୨: ୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏହି ସମୟରେ ପୁରୀରେ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏଥିରେ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ ନେଇ କାର୍ଯ୍ୟକ୍ରମ ହେବ। ଅନ୍ୟପଟେ ଭାଜପା ରାଜ୍ୟ ସଭାପତି କିଏ ହେବେ ସେନେଇ ଚୟନ ହୋଇନାହିଁ। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଭାଜପା […] The post ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା, ପୁରୀରେ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଦେବେ ଯୋଗ appeared first on Dharitri Odia News.
ଭୁବନେଶ୍ୱର,୨୫।୨: ୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏହି ସମୟରେ ପୁରୀରେ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏଥିରେ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ ନେଇ କାର୍ଯ୍ୟକ୍ରମ ହେବ।
ଅନ୍ୟପଟେ ଭାଜପା ରାଜ୍ୟ ସଭାପତି କିଏ ହେବେ ସେନେଇ ଚୟନ ହୋଇନାହିଁ। ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଭାଜପା ରାଜ୍ୟ ସଭାପତି ନାଁ ହେବ ଘୋଷଣା କରାଯିବ। ରାଜ୍ୟ ଭାଜପା ସଭାପତି କିଏ ହେବେ, ଏପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଏନେଇ ଶୀଘ୍ର ନିଷ୍ପତ୍ତି ନେବେ ଭାଜପା ଜାତୀୟ ନେତୃତ୍ୱ।
The post ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା, ପୁରୀରେ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଦେବେ ଯୋଗ appeared first on Dharitri Odia News.