ବଡ଼ ଦୁର୍ଘଟଣା, ବରଫ ହ୍ରଦରେ କ୍ରାସ ହେଲା ହେଲିକପ୍ଟର

ଓ୍ବାଶିଂଟନ,୨୧।୨: ବିମାନ ଦୁର୍ଘଟଣା ପରେ ଏବେ ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଆମେରିକାର ଇଡାହୋରେ ଏକ ବରଫ ହ୍ରଦରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ବୋନେଭିଲ କାଉଣ୍ଟି ସେରିଫଙ୍କ କାର୍ଯ୍ୟାଳୟ କହିଛି ଯେ ପ୍ରଥମ ଉଦ୍ଧାରକାରୀମାନେ ସ୍ନୋମୋବାଇଲ ମାଧ୍ୟମରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଠାରେ ହେଲିକପ୍ଟର ଭିତରେ ଦୁଇଜଣଙ୍କୁ ମିଳିଥିଲା। ଏହି ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ […] The post ବଡ଼ ଦୁର୍ଘଟଣା, ବରଫ ହ୍ରଦରେ କ୍ରାସ ହେଲା ହେଲିକପ୍ଟର appeared first on Dharitri Odia News.

ବଡ଼ ଦୁର୍ଘଟଣା, ବରଫ ହ୍ରଦରେ କ୍ରାସ ହେଲା ହେଲିକପ୍ଟର

ଓ୍ବାଶିଂଟନ,୨୧।୨: ବିମାନ ଦୁର୍ଘଟଣା ପରେ ଏବେ ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଆମେରିକାର ଇଡାହୋରେ ଏକ ବରଫ ହ୍ରଦରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।
ବୋନେଭିଲ କାଉଣ୍ଟି ସେରିଫଙ୍କ କାର୍ଯ୍ୟାଳୟ କହିଛି ଯେ ପ୍ରଥମ ଉଦ୍ଧାରକାରୀମାନେ ସ୍ନୋମୋବାଇଲ ମାଧ୍ୟମରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଠାରେ ହେଲିକପ୍ଟର ଭିତରେ ଦୁଇଜଣଙ୍କୁ ମିଳିଥିଲା। ଏହି ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଆଶା କରୁଛି ସେ ବଞ୍ଚିଯିବେ।
ସେରିଫଙ୍କ କାର୍ଯ୍ୟାଳୟ କହିଛି ଯେ ଅଞ୍ଚଳକୁ ସୁରକ୍ଷିତ ରଖାଯାଇଛି। ଫେଡେରାଲ ଏଭିଏସନ ଆସୋସିଏସନ ଏବଂ ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡକୁ ଏ ନେଇ ସୂଚନା ଦିଆଯାଇଛି। ସେରିଫଙ୍କ କାର୍ଯ୍ୟାଳୟ ଅନୁଯାୟୀ, ସେହି ଅଞ୍ଚଳରେ ଏକ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାର ତଦନ୍ତ କରାଯାଉଛି।

The post ବଡ଼ ଦୁର୍ଘଟଣା, ବରଫ ହ୍ରଦରେ କ୍ରାସ ହେଲା ହେଲିକପ୍ଟର appeared first on Dharitri Odia News.