ବସ୍‌ ଭିତରେ ଯୁବତୀଙ୍କ ମଥାରେ ଜୋରଜବରଦସ୍ତ ସିନ୍ଦୂର ବୋଳିଲେ ପ୍ରେମିକ

ଭବାନୀପାଟଣା,୨୭।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାରେ ଫିଲ୍ମ ଷ୍ଟାଇଲରେ ପ୍ରେମ ନିବେଦନ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବସ ଭିତରେ ଜଣେ ଯୁବତୀଙ୍କ ମଥାକୁ ମୁହଁକୁ ସିନ୍ଦୂର ବୋଳିବା ମହଙ୍ଗା ପଡିଛି ଜଣେ ପ୍ରେମିକଙ୍କୁ। ଶେଷରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି ପ୍ରେମିକ। ଗିରଫ ଯୁବକ ହେଲେ ଛତିଶଗଡ଼ ଦେଭୋଗ ସର୍ଗିଗୁଡା ଗ୍ରାମର ବିଦ୍ୟାଧର ଠାକୁର(୨୩)। ଯୁବତୀ ଜଣକ ବସରେ ଯାଉଥିବା ସମୟରେ ସମ୍ପୃକ୍ତ ଯୁବକ ସମସ୍ତ ଯାତ୍ରୀଙ୍କ ସମ୍ମୁଖରେ ଯୁବତୀଙ୍କ […] The post ବସ୍‌ ଭିତରେ ଯୁବତୀଙ୍କ ମଥାରେ ଜୋରଜବରଦସ୍ତ ସିନ୍ଦୂର ବୋଳିଲେ ପ୍ରେମିକ appeared first on Dharitri Odia News.

ବସ୍‌ ଭିତରେ ଯୁବତୀଙ୍କ ମଥାରେ ଜୋରଜବରଦସ୍ତ ସିନ୍ଦୂର ବୋଳିଲେ ପ୍ରେମିକ

ଭବାନୀପାଟଣା,୨୭।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାରେ ଫିଲ୍ମ ଷ୍ଟାଇଲରେ ପ୍ରେମ ନିବେଦନ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବସ ଭିତରେ ଜଣେ ଯୁବତୀଙ୍କ ମଥାକୁ ମୁହଁକୁ ସିନ୍ଦୂର ବୋଳିବା ମହଙ୍ଗା ପଡିଛି ଜଣେ ପ୍ରେମିକଙ୍କୁ। ଶେଷରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି ପ୍ରେମିକ। ଗିରଫ ଯୁବକ ହେଲେ ଛତିଶଗଡ଼ ଦେଭୋଗ ସର୍ଗିଗୁଡା ଗ୍ରାମର ବିଦ୍ୟାଧର ଠାକୁର(୨୩)। ଯୁବତୀ ଜଣକ ବସରେ ଯାଉଥିବା ସମୟରେ ସମ୍ପୃକ୍ତ ଯୁବକ ସମସ୍ତ ଯାତ୍ରୀଙ୍କ ସମ୍ମୁଖରେ ଯୁବତୀଙ୍କ ମଥା ଓ ମୁହଁରେ ସିନ୍ଦୂର ବୋଳି ଦେଇଥିଲେ। ଏ ନେଇ ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଭବାନୀପାଟଣା ଟାଉନ ଥାନାରେ ଏକ ମାମଲା (ନଂ.୧୯/୨୪)ରୁଜୁ ହୋଇଥିଲା।

The post ବସ୍‌ ଭିତରେ ଯୁବତୀଙ୍କ ମଥାରେ ଜୋରଜବରଦସ୍ତ ସିନ୍ଦୂର ବୋଳିଲେ ପ୍ରେମିକ appeared first on Dharitri Odia News.