ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଝଡ଼, AMMAର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମୋହନଲାଲ
ତିରୁଅନନ୍ତପୁରମ: ଯୌନ ନିର୍ଯାତନା ମାମଲାକୁ ନେଇ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଝଡ଼। ତାରକା ଅଭିନେତା ମୋହନଲାଲ ଆସୋସିଏସନ ଅଫ ମାଲାୟଲମ ମୁଭି ଆର୍ଟିଷ୍ଟ(AMMA)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ କାର୍ଯ୍ୟକାରୀ କମିଟି ଭଙ୍ଗ ହୋଇଛି। ୨ ମାସରେ ନିର୍ବାଚନ ହେବ ଏବଂ ଏହା ପରେ ନୂତନ କମିଟି ଗଠନ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଅଭିନେତା ସିଦ୍ଦିକ ଜଣେ ଅଭିନେତ୍ରୀଙ୍କ ପକ୍ଷରୁ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିବା ପରେ ରବିବାର AMMAର ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଥିଲେ। ସେପଟେ ମାଲାୟଲମ ଫିଲ୍ମ ନିର୍ମାତା ରଞ୍ଜିତ ଅଭିନେତ୍ରୀଙ୍କ ପକ୍ଷରୁ ଦୁର୍ବ୍ୟବହାର ଅଭିଯୋଗକୁ ନେଇ କେରଳ ଚଳଚ୍ଚିତ୍ର ଏକାଡେମୀର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ହେମା କମିଟି ରିପୋର୍ଟରେ ମାଲାୟଲମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ମାମଲାର ଖୁଲାସା ହେବା ପରେ ମୋହନଲାଲଙ୍କ ନେତୃତ୍ବାଧୀନ ସଂଗଠନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ନେଇ ରିପୋର୍ଟ ଆସିବା ପରେ ମୋହନଲାଲଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏହାକୁ ନେଇ ଆଜି ମୋହନଲାଲ ଆସୋସିଏସନ୍ ଅଫ ମାଲାୟଲମ ମୁଭି ଆର୍ଟିଷ୍ଟ (AMMA)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହେବା ପରେ କେରଳ ସରକାର ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତ
ତିରୁଅନନ୍ତପୁରମ: ଯୌନ ନିର୍ଯାତନା ମାମଲାକୁ ନେଇ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଝଡ଼। ତାରକା ଅଭିନେତା ମୋହନଲାଲ ଆସୋସିଏସନ ଅଫ ମାଲାୟଲମ ମୁଭି ଆର୍ଟିଷ୍ଟ(AMMA)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ କାର୍ଯ୍ୟକାରୀ କମିଟି ଭଙ୍ଗ ହୋଇଛି। ୨ ମାସରେ ନିର୍ବାଚନ ହେବ ଏବଂ ଏହା ପରେ ନୂତନ କମିଟି ଗଠନ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଅଭିନେତା ସିଦ୍ଦିକ ଜଣେ ଅଭିନେତ୍ରୀଙ୍କ ପକ୍ଷରୁ ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିବା ପରେ ରବିବାର AMMAର ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଥିଲେ। ସେପଟେ ମାଲାୟଲମ ଫିଲ୍ମ ନିର୍ମାତା ରଞ୍ଜିତ ଅଭିନେତ୍ରୀଙ୍କ ପକ୍ଷରୁ ଦୁର୍ବ୍ୟବହାର ଅଭିଯୋଗକୁ ନେଇ କେରଳ ଚଳଚ୍ଚିତ୍ର ଏକାଡେମୀର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।
ହେମା କମିଟି ରିପୋର୍ଟରେ ମାଲାୟଲମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ମାମଲାର ଖୁଲାସା ହେବା ପରେ ମୋହନଲାଲଙ୍କ ନେତୃତ୍ବାଧୀନ ସଂଗଠନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ନେଇ ରିପୋର୍ଟ ଆସିବା ପରେ ମୋହନଲାଲଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏହାକୁ ନେଇ ଆଜି ମୋହନଲାଲ ଆସୋସିଏସନ୍ ଅଫ ମାଲାୟଲମ ମୁଭି ଆର୍ଟିଷ୍ଟ (AMMA)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।
ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହେବା ପରେ କେରଳ ସରକାର ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଅଭିନେତ୍ରୀଙ୍କୁ ଅତ୍ୟାଚାର ମାମଲାରେ ତଦନ୍ତ କରିବାକୁ ୭ ସଦସ୍ୟ ବିଶିଷ୍ଟ ଏକ ଟିମ୍ ଗଠନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ୨୦୧୭ରେ ଜଷ୍ଟିସ ହେମାଙ୍କ ନେତୃତ୍ବରେ ଗଠିତ କମିଟି ମାଲାୟଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କୁ ଅତ୍ୟାଚାର ଏବଂ ଶୋଷଣ କରାଯାଉଥିବା ଜାଣିବାକୁ ପାଇଥିଲେ। ଏବେ ଜଷ୍ଟିସ୍ ହେମା କମିଟି ଏନେଇ ରିପୋର୍ଟ ପ୍ରକାଶ କରିଛି । ଅଭିନେତ୍ରୀମାନଙ୍କ ପାଇଁ ମାଲାୟଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ କରିବା କଷ୍ଟକର ହୋଇପଡିଛି । ଅଭିନେତ୍ରୀ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ନିର୍ଯାତନାର ମଧ୍ୟ ଶିକାର ହେଉଥିବା ଖୁଲାସା ହୋଇଛି । ଅନେକ ଅଭିନେତ୍ରୀ ସାମ୍ନାକୁ ଆସି ଅଭିଯୋଗ କରିବା ପରେ ମାଲାୟାଲମ ସିନେ ଜଗତରେ ଝଡ଼ ସୃଷ୍ଟି ହୋଇଛି।