କମଲା ହ୍ୟାରିସ୍ ଙ୍କ ନିର୍ବାଚନୀ ଟିମ୍ ସପ୍ତାହକରେ ସଂଗ୍ରହ କଲେ ୨୦ କୋଟି ଡଲାର
ୱାସିଂଟନ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରସ୍ତୁତି ଏବେ ଚରମ ପର୍ଯ୍ୟାୟରେ ପହଞ୍ଚିଛି। ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ଓ କମଲା ହ୍ୟାରିସ୍ଙ୍କ ଡେମୋକ୍ରାଟିକପାର୍ଟି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଏଥି ମଧ୍ୟରେ କମଲା ହ୍ୟାରିସଙ୍କ ଅଭିଯାନ (ନିର୍ବାଚନୀ ଟିମ୍) କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ କମଲା ପ୍ରାର୍ଥୀ ହେବା ପରଠାରୁ ମାତ୍ର ସପ୍ତାହକ ମଧ୍ୟରେ ଆମେ ଅଭୂତପୂର୍ବ ଭାବେ ୨୦ କୋଟି ଡଲାର ସଂଗ୍ରହ କରିପାରିଛୁ। ଅଭିଯାନ ଅନୁସାରେ କମଲାଙ୍କ ପ୍ରତି ଜନସମର୍ଥନ ଏବେ ବଢିବାରେ ଲାଗିଛି। ଜୋ ବାଇଡେନ ରାଷ୍ଟ୍ରପତି ପଦବୀ ନିମନ୍ତେ ପ୍ରାର୍ଥୀ ନ ହେବାରୁ ଡେମୋକ୍ରାଟିକ ପାର୍ଟି ଉପରାଷ୍ଟ୍ରପତି କମଲା ହ୍ୟାରିସ୍ଙ୍କୁ ଦଳର ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ହ୍ୟାରିସଙ୍କ ଅଭିଯାନର ସୂଚନା ନିର୍ଦ୍ଦେଶକ ମାଇକେଲ ଟେଲର କହିଛନ୍ତି ଯେ ‘ଯୋ ବାଇଡେନ ରାଷ୍ଟ୍ରପତି ଦୌଡରୁ ଓହରିବା ପରେ ଟିମ୍ ହ୍ୟାରିସ ମାତ୍ର ଗୋଟିଏ ସପ୍ତାହରେ ପାର୍ଟି ପାଇଁ ୨୦ କୋଟି ଡଲାରର ପାଣ୍ଠି ସଂଗ୍ରହ କରିବାରେ ସଫଳ ହୋଇଛି ’। ଏଥିରେ ପ୍ରଥମ ଥର ଜଣେ ଦାତାଙ୍କଠାରୁ ରେକର୍ଡ ୬୬ ପ୍ରତିଶତ ଚାନ୍ଦା ସଂଗ୍ରହ କରାଯାଇ ପାରିଛି। ଏଥିରୁ ଉପରାଷ୍ଟ୍ରପତିଙ୍କୁ ନିର୍ବାଚନରେ ତୃଣମୂଳ ସ୍ତରରୁ ସମର୍ଥନ ମିଳୁଛି ବୋଲି ଟେଲର କହିଛନ୍ତି। କମଲା ହ୍ୟାରିସଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବାର ୧ ସପ୍ତାହରୁ ମଧ୍ୟ କମ୍ ସମୟ ହୋଇଛି। ତେବେ
ୱାସିଂଟନ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପ୍ରସ୍ତୁତି ଏବେ ଚରମ ପର୍ଯ୍ୟାୟରେ ପହଞ୍ଚିଛି। ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ଓ କମଲା ହ୍ୟାରିସ୍ଙ୍କ ଡେମୋକ୍ରାଟିକପାର୍ଟି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଏଥି ମଧ୍ୟରେ କମଲା ହ୍ୟାରିସଙ୍କ ଅଭିଯାନ (ନିର୍ବାଚନୀ ଟିମ୍) କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ କମଲା ପ୍ରାର୍ଥୀ ହେବା ପରଠାରୁ ମାତ୍ର ସପ୍ତାହକ ମଧ୍ୟରେ ଆମେ ଅଭୂତପୂର୍ବ ଭାବେ ୨୦ କୋଟି ଡଲାର ସଂଗ୍ରହ କରିପାରିଛୁ। ଅଭିଯାନ ଅନୁସାରେ କମଲାଙ୍କ ପ୍ରତି ଜନସମର୍ଥନ ଏବେ ବଢିବାରେ ଲାଗିଛି।
ଜୋ ବାଇଡେନ ରାଷ୍ଟ୍ରପତି ପଦବୀ ନିମନ୍ତେ ପ୍ରାର୍ଥୀ ନ ହେବାରୁ ଡେମୋକ୍ରାଟିକ ପାର୍ଟି ଉପରାଷ୍ଟ୍ରପତି କମଲା ହ୍ୟାରିସ୍ଙ୍କୁ ଦଳର ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ହ୍ୟାରିସଙ୍କ ଅଭିଯାନର ସୂଚନା ନିର୍ଦ୍ଦେଶକ ମାଇକେଲ ଟେଲର କହିଛନ୍ତି ଯେ ‘ଯୋ ବାଇଡେନ ରାଷ୍ଟ୍ରପତି ଦୌଡରୁ ଓହରିବା ପରେ ଟିମ୍ ହ୍ୟାରିସ ମାତ୍ର ଗୋଟିଏ ସପ୍ତାହରେ ପାର୍ଟି ପାଇଁ ୨୦ କୋଟି ଡଲାରର ପାଣ୍ଠି ସଂଗ୍ରହ କରିବାରେ ସଫଳ ହୋଇଛି ’। ଏଥିରେ ପ୍ରଥମ ଥର ଜଣେ ଦାତାଙ୍କଠାରୁ ରେକର୍ଡ ୬୬ ପ୍ରତିଶତ ଚାନ୍ଦା ସଂଗ୍ରହ କରାଯାଇ ପାରିଛି। ଏଥିରୁ ଉପରାଷ୍ଟ୍ରପତିଙ୍କୁ ନିର୍ବାଚନରେ ତୃଣମୂଳ ସ୍ତରରୁ ସମର୍ଥନ ମିଳୁଛି ବୋଲି ଟେଲର କହିଛନ୍ତି।
କମଲା ହ୍ୟାରିସଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବାର ୧ ସପ୍ତାହରୁ ମଧ୍ୟ କମ୍ ସମୟ ହୋଇଛି। ତେବେ ଏହି ସମୟ ମଧ୍ୟରେ କମଲା ହ୍ୟାରିସ୍ ଡେମୋକ୍ରାଟିକ ପାର୍ଟିକୁ ତାଙ୍କ ଅଭିଯାନରେ ଏକଜୁଟ କରିବାରେ ସଫଳ ହୋଇଛନ୍ତି। ମାଇକେଲ ଟେଲର କହିଛନ୍ତି ଯେ ରେକର୍ଡ ପରିମାଣରେ ଚାନ୍ଦା ସଂଗ୍ରହ କରାଯାଇଥିବା ବେଳେ ସେହି ଅନୁସାରେ ଏବେ ବହୁ ସଂଖ୍ୟାରେ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ଏଣୁ ରିପବ୍ଲିକାନ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ଜେ.ଡି ଭେନ୍ସ ଙ୍କ ବିପକ୍ଷରେ ଡେମୋକ୍ରାଟିକ ପାର୍ଟି ମଧ୍ୟ ନିଜର ମଜଭୁତ ପ୍ରାର୍ଥୀ ଛିଡା କରିବାକୁ ଯାଉଛି।
ଟେଲର କହିଛନ୍ତି ଯେ କମଲା ହ୍ୟାରିସ୍ଙ୍କୁ ନେଇ ସାରା ଦେଶରେ ଏକ ଅଲଗା ଉତ୍ସାହ ଦେଖିବାକୁ ମିଳୁଛି। ଖାସ କରି ଯୁବ ଭୋଟର, ଶ୍ରମିକ, ବାରାକ ଓବାମା ଓ ମିସେଲ ଓବାମାଙ୍କ ସମର୍ଥନ କମଲା ହ୍ୟାରିସଙ୍କ ନିର୍ବାଚନ ଅଭିଯାନକୁ ଏକ ନୂଆ ଜୀବନ ଦେଇଛି। ଟେଲର କହିଛନ୍ତି ଯେ କମଲା ହ୍ୟାରିସ୍ ପ୍ରାର୍ଥୀ ହେବା ଯୋଗୁ ଡେମୋକ୍ରାଟିକ ପାର୍ଟି ଏବେ ଏକଜୁଟ ହୋଇଯାଇଛି। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ କମଲା ହ୍ୟାରିସ୍ ସମସ୍ତଙ୍କ ଭରସା ଜିତିପାରିଛନ୍ତି ଓ ତାଙ୍କ ଅଭିଯାନ ସହିତ ନୂଆ ନୂଆ ଲୋକେ ସଂଯୁକ୍ତ ହେଉଛନ୍ତି।