ଜାନୁଆରୀ ୧ରୁ ଓଡ଼ିଶାରୁ ୭ ସହରକୁ ସିଧାସଳଖ ଉଡ଼ିବ ବିମାନ
ଭୁବନେଶ୍ୱର,୩୦।୧୨(ଅନିଲ ଦାସ): ଆସନ୍ତା ଜାନୁୟାରୀ ପହିଲାରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ୪ଟି ସହରକୁ ଏବଂ ଜାନୁଆରୀ ୩ ତାରିଖରୁ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ୫ ସହରକୁ ବିମାନ ଉଡ଼ିବ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଜାନୁଆରୀ ୧ ତାରିଖରୁ ଝାରସୁଗୁଡା ବିମାନବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇ ସହରକୁ ସିଧାସଳଖ ବିମାନ ଚଳାଚଳ କରିବ। ସେହିପରି ଭୁବନେଶ୍ୱର ବିମାନବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର […] The post ଜାନୁଆରୀ ୧ରୁ ଓଡ଼ିଶାରୁ ୭ ସହରକୁ ସିଧାସଳଖ ଉଡ଼ିବ ବିମାନ appeared first on Dharitri Odia News.
ଭୁବନେଶ୍ୱର,୩୦।୧୨(ଅନିଲ ଦାସ): ଆସନ୍ତା ଜାନୁୟାରୀ ପହିଲାରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ୪ଟି ସହରକୁ ଏବଂ ଜାନୁଆରୀ ୩ ତାରିଖରୁ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ୫ ସହରକୁ ବିମାନ ଉଡ଼ିବ।
ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ଜାନୁଆରୀ ୧ ତାରିଖରୁ ଝାରସୁଗୁଡା ବିମାନବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇ ସହରକୁ ସିଧାସଳଖ ବିମାନ ଚଳାଚଳ କରିବ।
ସେହିପରି ଭୁବନେଶ୍ୱର ବିମାନବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର ଏବଂ ଲକ୍ଷ୍ନୌକୁ ସିଧାସଳଖ ବିମାନ ଚଳାଚଳ କରିବ। ଏହା ଓଡ଼ିଶାର ଯୋଗାଯୋଗ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଯୋଡ଼ିବା ସହ ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ମାଧ୍ୟମରେ ସୂଚନା ଦିଆଯାଇଛି।
The post ଜାନୁଆରୀ ୧ରୁ ଓଡ଼ିଶାରୁ ୭ ସହରକୁ ସିଧାସଳଖ ଉଡ଼ିବ ବିମାନ appeared first on Dharitri Odia News.