ଟିକେଟ୍‌ ନ ମିଳିବା ପରେ ଏମିତି କହିଲେ ବସନ୍ତ

ଭୁବନେଶ୍ୱର,୨୫।୩: ଭାଜପାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୪ଟି ଆସନରେ ବିଜୟୀ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ଏଥର ଲୋକ ସଭା ଟିକେଟ ଦେଇନାହିଁ। ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ଏମ୍‌ପି ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ, ବସନ୍ତ ପଣ୍ଡା ଏବଂ ବିଶ୍ୱେଶ୍ୱର ଟୁଡୁଙ୍କୁ ଏଥର ଦଳ ପ୍ରାର୍ଥୀ କରିନାହିଁ। ତେବେ ଟିକେଟ୍‌ ନ ପାଇ ମଧ୍ୟ ଭାଜପାର ପ୍ରାର୍ଥୀ ତାଲିକାକୁ ବସନ୍ତ ପଣ୍ଡା ସ୍ବାଗତ କରିଛନ୍ତି। ସେ ମୋଦିଙ୍କ ବିକାଶ କାମକୁ ନେଇ ନିର୍ବାଚନ […] The post ଟିକେଟ୍‌ ନ ମିଳିବା ପରେ ଏମିତି କହିଲେ ବସନ୍ତ appeared first on Dharitri Odia News.

ଟିକେଟ୍‌ ନ ମିଳିବା ପରେ ଏମିତି କହିଲେ ବସନ୍ତ

ଭୁବନେଶ୍ୱର,୨୫।୩: ଭାଜପାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୪ଟି ଆସନରେ ବିଜୟୀ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ଏଥର ଲୋକ ସଭା ଟିକେଟ ଦେଇନାହିଁ। ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ଏମ୍‌ପି ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ, ବସନ୍ତ ପଣ୍ଡା ଏବଂ ବିଶ୍ୱେଶ୍ୱର ଟୁଡୁଙ୍କୁ ଏଥର ଦଳ ପ୍ରାର୍ଥୀ କରିନାହିଁ।
ତେବେ ଟିକେଟ୍‌ ନ ପାଇ ମଧ୍ୟ ଭାଜପାର ପ୍ରାର୍ଥୀ ତାଲିକାକୁ ବସନ୍ତ ପଣ୍ଡା ସ୍ବାଗତ କରିଛନ୍ତି। ସେ ମୋଦିଙ୍କ ବିକାଶ କାମକୁ ନେଇ ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି।

୨୦୨୪ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ରବିବାର ଓଡ଼ିଶାର ୧୮ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ହେଲେ ୬ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଦଳ ପ୍ରାର୍ଥୀ ବଦଳାଇଛି। ଏଥିରୁ ୪ଟି ଆସନରେ ବିଜୟୀ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ଲୋକ ସଭା ଟିକେଟ ଦେଇନାହିଁ। ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଭାଜପା ମୟୂରଭଞ୍ଜରୁ ଟିକେଟ ନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ରାଜ୍ୟର ୩ ପ୍ରମୁଖ ଲୋକ ସଭା ଆସନ କଟକ, ଯାଜପୁର ଏବଂ କନ୍ଧମାଳରେ ଭାଜପା କାହାକୁ ପ୍ରାର୍ଥୀ କରିବ ସେନେଇ ଘୋଷଣା ନ କରିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏହି ୩ ଆସନରେ ଭାଜପା ଅନ୍ୟ ଦଳରୁ ଆମଦାନୀ ନେତାଙ୍କୁ ପ୍ରାଧାନ୍ୟ ଦେଇପାରେ ବୋଲି କୁହାଯାଉଛି।

The post ଟିକେଟ୍‌ ନ ମିଳିବା ପରେ ଏମିତି କହିଲେ ବସନ୍ତ appeared first on Dharitri Odia News.