ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ: ଏହି କଥାକୁ ନେଇ ଚିନ୍ତାପ୍ରକଟ
ନୂଆଦିଲ୍ଲୀ,୨୮।୩: ଦେଶର ୬୦୦ରୁ ଅଧିକ ଓକିଲ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଛନ୍ତି। କୁହାଯାଇଛି ଯେ ଏକ ‘ନିର୍ଦ୍ଦିଷ୍ଟ ଗୋଷ୍ଠୀ’ ନ୍ୟାୟପାଳିକା ଉପରେ ଏହାର ପ୍ରଭାବ ପକାଇବାକୁ ଚେଷ୍ଟା କରୁଛି, ଯାହା ବିଷୟରେ ସେମାନେ ବହୁତ ଚିନ୍ତିତ। ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ହରିଶ ସାଲଭେ, ପିଙ୍କି ଆନନ୍ଦ, ମନନ କୁମାର ମିଶ୍ର, ହିତେଶ ଜୈନଙ୍କ ପରି ପ୍ରଖ୍ୟାତ ଆଇନଜୀବୀ ଅଛନ୍ତି। ଏଥିରେ କୁହାଯାଇଛି ଯେ ନ୍ୟାୟପାଳିକାର ସାର୍ବଭୌମତ୍ୱ […] The post ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ: ଏହି କଥାକୁ ନେଇ ଚିନ୍ତାପ୍ରକଟ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୩: ଦେଶର ୬୦୦ରୁ ଅଧିକ ଓକିଲ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କୁ ଚିଠି ଲେଖିଛନ୍ତି। କୁହାଯାଇଛି ଯେ ଏକ ‘ନିର୍ଦ୍ଦିଷ୍ଟ ଗୋଷ୍ଠୀ’ ନ୍ୟାୟପାଳିକା ଉପରେ ଏହାର ପ୍ରଭାବ ପକାଇବାକୁ ଚେଷ୍ଟା କରୁଛି, ଯାହା ବିଷୟରେ ସେମାନେ ବହୁତ ଚିନ୍ତିତ। ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ହରିଶ ସାଲଭେ, ପିଙ୍କି ଆନନ୍ଦ, ମନନ କୁମାର ମିଶ୍ର, ହିତେଶ ଜୈନଙ୍କ ପରି ପ୍ରଖ୍ୟାତ ଆଇନଜୀବୀ ଅଛନ୍ତି। ଏଥିରେ କୁହାଯାଇଛି ଯେ ନ୍ୟାୟପାଳିକାର ସାର୍ବଭୌମତ୍ୱ ତଥା ସ୍ବାଧୀନତା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଉଛି।
ଓକିଲମାନେ ଦାବି କରିଛନ୍ତି ଯେ, ଏହି ‘ସ୍ବତନ୍ତ୍ର ଗୋଷ୍ଠୀ’ କୋର୍ଟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ପ୍ରଭାବିତ କରିବା ପାଇଁ ଚାପ କୌଶଳ ଅବଲମ୍ବନ କରୁଛନ୍ତି। ବିଶେଷକରି ରାଜନୈତିକ ନେତା ତଥା ଦୁର୍ନୀତି ଅଭିଯୋଗ ସହ ଜଡିତ ଥିବା କ୍ଷେତ୍ରରେ ଏହାର ଚାପ ଅଧିକ ଦେଖାଯାଉଛି। ଓକିଲମାନେ ଆହୁରି କହିଛନ୍ତି, ସ୍ବତନ୍ତ୍ର ଗୋଷ୍ଠୀ ଦ୍ୱାରା କରାଯାଉଥିବା ଏହି କାର୍ଯ୍ୟଗୁଡ଼ିକ ଗଣତାନ୍ତ୍ରିକ ଗଠନ ଏବଂ ନ୍ୟାୟିକ ପ୍ରକ୍ରିୟାରେ ରଖାଯାଇଥିବା ବିଶ୍ୱାସ ପ୍ରତି ବିପଦ ସୃଷ୍ଟି କରିଛି। ଆସନ୍ତା ମାସରୁ ଲୋକ ସଭା ନିର୍ବାଚନ ହେବାକୁ ଥିବା ସମୟରେ ଏହି ଚିଠି ଲେଖାଯାଇଛି।
The post ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ରୁ ଅଧିକ ଓକିଲ: ଏହି କଥାକୁ ନେଇ ଚିନ୍ତାପ୍ରକଟ appeared first on Dharitri Odia News.