‘ବିଜୁଳି ତ ନାହିଁ, ବିଲ୍ ଦେବୁ କାହିଁପାଇଁ’
ଲାଞ୍ଜିଗଡ଼,୧୨।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଗରମ ଓ ଗୁଳୁଗୁଳିରେ ଅତିଷ୍ଟ ହୋଇପଡ଼ିଲେଣି ଲୋକେ। ଗ୍ରୀଷ୍ମଦିନ ଆରମ୍ଭରୁ ଦିନର ୨୪ ଘଣ୍ଟା ମଧ୍ୟରୁ ୧୬ରୁ ୧୭ ଘଣ୍ଟା ବିଦ୍ୟୁତ୍ କାଟ ହେଉଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି I ବିଦ୍ୟୁତ ବିଭାଗ ଟାଟା କମ୍ପାନୀକୁ ଯିବା ପରେ ଲୋକେ ଉତ୍ତମ ଗୁଣବତ୍ତା ସେବା ପାଇବେ ବୋଲି ଆଶା କରିଥିଲେ। […] The post ‘ବିଜୁଳି ତ ନାହିଁ, ବିଲ୍ ଦେବୁ କାହିଁପାଇଁ’ appeared first on Dharitri Odia News.
ଲାଞ୍ଜିଗଡ଼,୧୨।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଗରମ ଓ ଗୁଳୁଗୁଳିରେ ଅତିଷ୍ଟ ହୋଇପଡ଼ିଲେଣି ଲୋକେ। ଗ୍ରୀଷ୍ମଦିନ ଆରମ୍ଭରୁ ଦିନର ୨୪ ଘଣ୍ଟା ମଧ୍ୟରୁ ୧୬ରୁ ୧୭ ଘଣ୍ଟା ବିଦ୍ୟୁତ୍ କାଟ ହେଉଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି I ବିଦ୍ୟୁତ ବିଭାଗ ଟାଟା କମ୍ପାନୀକୁ ଯିବା ପରେ ଲୋକେ ଉତ୍ତମ ଗୁଣବତ୍ତା ସେବା ପାଇବେ ବୋଲି ଆଶା କରିଥିଲେ। ହେଲେ ଟାଟା କମ୍ପାନୀ ବିଦ୍ୟୁତ ବିଭାଗର ଦାୟିତ୍ୱ ନେବା ପରେ ବିଦ୍ୟୁତ ଦେୟ ପରିମାଣ ବଢ଼ିଲା ସିନା ଉପଯୁକ୍ତ ବିଦ୍ୟୁତ ସେବା ମିଳିଲା ନାହିଁ। ଏହାକୁ ନେଇ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଜନଆକ୍ରୋଶ ତୀବ୍ର ହେବାରେ ଲାଗିଛି I ବାରମ୍ବାର ବିଦ୍ୟୁତ କାଟ ଯୋଗୁ ବ୍ଲକର ଦୁର୍ଗମ ଅଞ୍ଚଳରେ ଚୋରି ଓ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନେକ ଛୋଟବଡ଼ ବିଦ୍ୟୁତ ଚାଳିତ କଳକାରଖାନା ବନ୍ଦ ହୋଇଯାଇଛି I ସେହିପରି ବୃଦ୍ଧ ବୃଦ୍ଧା , ରୋଗୀ ଓ ଶିଶୁମାନେ ବିଦ୍ୟୁତକାଟ ଯୋଗୁ ଅସ୍ତବ୍ୟସ୍ତ ହେଉଛନ୍ତି। ଦିନତମାମ ବିଦ୍ୟୁତ କାଟ୍ ଲାଗି ରହିଥିବାରୁ ଗରିବମାନେ ବିଦ୍ୟୁତ ସଂଯୋଗ ଥାଇ ବି ଅନ୍ଧାର ମଧ୍ୟରେ କାଳ କାଟୁଛନ୍ତି I ଦିନ ଓ ରାତିସାରା ଲୋକେ ପ୍ରବଳ ଗରମରେ ସିଝୁଥିବା ବେଳେ ମଶାକାମୁଡ଼ା ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଉଛି I ଅନ୍ୟ ପଟେ ବିଭାଗୀୟ ମନ୍ତ୍ରୀ ମହାଶୟ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ ପାଇଁ ଚେଷ୍ଟା କଲେ ତାଙ୍କ ମୋବାଇଲ ଫୋନ ସୁଇଚ ଅଫ ରହୁଛି। କେବେ କେବେ ଯୋଗାଯୋଗ ହେଲେ ବି ସାର ଫୋନ ଉଠାନ୍ତି ନାହିଁ ।
ଏଣୁ ବିଦ୍ୟୁତସେବା ଅନୁପାତରେ ହିଁ ବିଦ୍ୟୁତ ବିଲ ଦେବାକୁ ଜନସାଧାରଣ ମନସ୍ତ କରିଛନ୍ତି I ଏପରିକି “ବିଜୁଳି ନାହିଁ ତ ବିଲ ଦେବୁ କାହିଁ ପାଇଁ” ଓ “ଲାଞ୍ଜିଗଡ଼ ଅଞ୍ଚଳକୁ ୨୪X୭ ନିରନ୍ତର ବିଦ୍ୟୁତ ଯୋଗାଉ ଥିବାରୁ ବିଦ୍ୟୁତ ବିଭାଗକୁ ଅଶେଷ ଅଶେଷ ଧନ୍ୟବାଦ” ଶୀର୍ଷକ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି I ଏପରି ହେଲେ ଆଗାମୀ ଦିନରେ ବିଦ୍ୟୁତ ବିଭାଗର ରାଜସ୍ବ ଓ ଆୟ ଆଶାତୀତ ଭାବେ ହ୍ରାସ ପାଇବ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଉଛି I ଏଣୁ ସମୟ ଥାଉଣୁ ବିଦ୍ୟୁତ ବିଭାଗ ବିଦ୍ୟୁତସେବା ଓ ବିଦ୍ୟୁତ ଯୋଗାଣରେ ସୁଧାର ନଆଣିଲେ କମ୍ପାନୀକୁ ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଅଞ୍ଚଳରେ ଆଲୋଚନା ଜୋର ଧରିଛି I
The post ‘ବିଜୁଳି ତ ନାହିଁ, ବିଲ୍ ଦେବୁ କାହିଁପାଇଁ’ appeared first on Dharitri Odia News.