ରାହୁଲଙ୍କ ଗସ୍ତ ପୂର୍ବରୁ ଭାଜପା ନେତାଙ୍କ ବିସ୍ଫୋରକ ବୟାନ, କହିଲେ ହତାଶା ହୋଇଗଲାଣି…
ଭୁବନେଶ୍ୱର,୧୧।୭: ଆଜି ଆସୁଛନ୍ତି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଡଗ ସ୍କ୍ବାଡ ଓ ବମ ସ୍କ୍ବାଡ ଟିମ ନିୟୋଜିତ ହୋଇଛନ୍ତି। ଏହାପରେ ବିମାନବନ୍ଦରଠାରୁ ମେଡିକାଲ ଛକ ଯାଏ ରୋଡ ଶୋ ହେବ। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ରାଜ୍ୟ ଭାଜପା ପ୍ରେସମିଟ କରି କଂଗ୍ରେସ […] The post ରାହୁଲଙ୍କ ଗସ୍ତ ପୂର୍ବରୁ ଭାଜପା ନେତାଙ୍କ ବିସ୍ଫୋରକ ବୟାନ, କହିଲେ ହତାଶା ହୋଇଗଲାଣି… appeared first on Dharitri Odia News.
ଭୁବନେଶ୍ୱର,୧୧।୭: ଆଜି ଆସୁଛନ୍ତି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଡଗ ସ୍କ୍ବାଡ ଓ ବମ ସ୍କ୍ବାଡ ଟିମ ନିୟୋଜିତ ହୋଇଛନ୍ତି। ଏହାପରେ ବିମାନବନ୍ଦରଠାରୁ ମେଡିକାଲ ଛକ ଯାଏ ରୋଡ ଶୋ ହେବ।
ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ରାଜ୍ୟ ଭାଜପା ପ୍ରେସମିଟ କରି କଂଗ୍ରେସ ଉପରେ ବର୍ଷିଛନ୍ତି। ରାଜ୍ୟ ଭାଜପା ଉପସଭାପତି ବିରଞ୍ଚି ତ୍ରିପାଠୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, କଂଗ୍ରେସ ଆଜି ମଧ୍ୟ ହତାସା ଭିତରେ ରହିଛି। କଂଗ୍ରେସ ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି। ସମ୍ବିଧାନ ବଞ୍ଚାଅ ସମାବେଶ ନୁହଁ ଏହା କଂଗ୍ରେସ ବଞ୍ଚାଅ ସମାବେଶ ।
ସୂଚନାଯୋଗ୍ୟ, ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଶୁକ୍ରବାର ଆୟୋଜିତ ହେବ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ। ଏଥିରେ ରାହୁଲ ଗାନ୍ଧୀଙ୍କ ସହିତ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମାବେଶକୁ ସଫଳ କରିବାପାଇଁ କଂଗ୍ରେସ ନେତୃବୃନ୍ଦ ଦିନରାତି ଏକାଠି କରିଦେଇଛନ୍ତି। ତୃଣମୂଳସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସବୁଆଡ଼େ ପୋଷ୍ଟର ବ୍ୟାନର ଛାଇଗଲାଣି। ହେଲେ ଏତିକି ବେଳେ ଡ୍ରାଇଭର ମହାସଂଘର ଆନ୍ଦୋଳନ ସମାବେଶରେ କେଁ କରିବ ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ରାଜନୈତିକ ବାଦ ବିବାଦ ଲାଗି ରହିଛି। ଅନ୍ୟପକ୍ଷରେ କଂଗ୍ରେସ ରାଜ୍ୟରେ ବଢ଼ିଚାଲିଥିବା ନାରୀ ନିର୍ଯାତନା କୃଷକ ଅବହେଳାଠାରୁ ଆରମ୍ଭ କରି ଆଦିବାସୀ ଓ ପଛୁଆବର୍ଗଙ୍କୁ ସରକାରଙ୍କ ପକ୍ଷପାତିତା ସହିତ ହଇଜା ଓ ଅପପୁଷ୍ଟି ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛି। ଏତିକିବେଳେ ରାହୁଲଙ୍କ ଗସ୍ତ ରାଜ୍ୟ କଂଗ୍ରେସକୁ କିଭଳି ବରଦାନ ହେଉଛି ତାକୁ ନେଇ ରାଜନୈତିକ ମହଲରେ ଉତ୍ସୁକତାର ସହ ଅପେକ୍ଷା ରହିଛି।
The post ରାହୁଲଙ୍କ ଗସ୍ତ ପୂର୍ବରୁ ଭାଜପା ନେତାଙ୍କ ବିସ୍ଫୋରକ ବୟାନ, କହିଲେ ହତାଶା ହୋଇଗଲାଣି… appeared first on Dharitri Odia News.