ଏମ୍କେସିଜିରେ ରାଗିଂ ଘଟଣା: ୫ ସନିୟର୍ ଛାତ୍ରଙ୍କୁ ୬ମାସ ଯାଏଁ କ୍ୟାମ୍ପସ୍ ମନା
ବ୍ରହ୍ମପୁର,୩୦।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଏମବିବିଏସ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଘଟଣାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଏମ୍କେସିଜି ମେଡିକାଲ କଲେଜରେ ଆଣ୍ଟିଂ ରାଗିଂ କମିଟିର ବୈଠକ ପରେ ପ୍ରମାଣ ମିଳିବାରୁ ୫ଜଣ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ମାସ ପାଇଁ ସମ୍ପୂର୍ଣ ଭାବେ କ୍ୟାମ୍ପସ୍ ମନା କରାଯାଇଛି। ଏହି ୫ଜଣ ଛାତ୍ର ହଷ୍ଟେଲ୍ରେ ରହି ପାରିବେ ନାହିଁ କି କ୍ୟାମ୍ପସ୍କୁ ପ୍ରବେଶ କରି ପାରିବେ ନାହିଁ। […] The post ଏମ୍କେସିଜିରେ ରାଗିଂ ଘଟଣା: ୫ ସନିୟର୍ ଛାତ୍ରଙ୍କୁ ୬ମାସ ଯାଏଁ କ୍ୟାମ୍ପସ୍ ମନା appeared first on Dharitri Odia News.
ବ୍ରହ୍ମପୁର,୩୦।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଏମବିବିଏସ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଘଟଣାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଏମ୍କେସିଜି ମେଡିକାଲ କଲେଜରେ ଆଣ୍ଟିଂ ରାଗିଂ କମିଟିର ବୈଠକ ପରେ ପ୍ରମାଣ ମିଳିବାରୁ ୫ଜଣ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ମାସ ପାଇଁ ସମ୍ପୂର୍ଣ ଭାବେ କ୍ୟାମ୍ପସ୍ ମନା କରାଯାଇଛି। ଏହି ୫ଜଣ ଛାତ୍ର ହଷ୍ଟେଲ୍ରେ ରହି ପାରିବେ ନାହିଁ କି କ୍ୟାମ୍ପସ୍କୁ ପ୍ରବେଶ କରି ପାରିବେ ନାହିଁ। ଏପରିକି ସେମାନେ କ୍ଲାସ୍କୁ ମଧ୍ୟ ଆସି ପାରିବେ ନାହିଁ।
ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଭବିଷ୍ୟତରେ କୌଣସି ଛାତ୍ର କାହାକୁ ବି ରାଗିଂକରିବାକୁ ସାହସ କରିପାରିବେ ନାହିଁ। ଏପରିକି ରାଗିଂ କରିବାକୁ ସିନିୟର୍ ଛାତ୍ରଙ୍କ ମନରେ ଭୟ ରହିବ ବୋଲି ଏମ୍କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଡା. ସୁଚିତ୍ରା ଦାଶ ବୁଧବାର ସନ୍ଧ୍ୟାରେ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ସେପଟେ ସେହି ୫ଜଣ ଛାତ୍ରଙ୍କ ବିରୋଧରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହେବ। ଡିନ୍ଙ୍କ ଲିଖିତ ଏତଲା ପରେ ମାମଲା ରୁଜୁ କରାଯାଇ ପୋଲିସ ଘଟଣାର ତଦନ୍ତ କରିବ ବୋଲି ବ୍ରହ୍ମପୁର ଏସ୍ପି ଡା. ସର୍ଵଣା ବିବେକ ଏମ୍. ମଧ୍ୟ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ଏମ୍କେସିଜି ମେଡିକାଲ କଲେଜର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଗତ ୨୭ ତାରିଖରେ କେତେକ ସିନୀୟର ଛାତ୍ର ଛାତ୍ରାବାସ(ହୋଷ୍ଟେଲ) ଭିତରେ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ତାଙ୍କୁ ମାଡ ମାରିଥିଲେ।
ରାଗିଂର ଶିକାର ହୋଇଥିବା ଛାତ୍ର ମାନଙ୍କ ଅଭିଭାବକ ମାନେ ଏନେଇ ଦିଲ୍ଲୀ ସ୍ଥିତ ଏନ୍ଏମ୍ସିର ଆଣ୍ଟି ରାଗିଂ ସେଲ୍ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ଗତ ୨୫ତାରିଖରେ ଏମ୍କେସିଜି ଆଣ୍ଟିଂ ରାଗିଂ କମିଟିର ବୈଠକ ବସିଥିଲା। ବୈଠକରେ ପ୍ରାୟ ୧୨୦ଜଣ ଦ୍ବିତୀୟ ବର୍ଷର ଛାତ୍ର ଉପସ୍ଥିତ ଥିଲେ ସୁଦ୍ଧା କେହି ମୁହଁ ଖୋଲି ନଥିଲେ। ଫଳରେ କାହାରି ବିରୋଧରେ ପ୍ରମାଣ ମିଳି ନଥିଲା। ଏହାପରେ ଗତ ୨୮ତାରିଖ ସଂଧ୍ୟାରେ ଜଣେ ଛାତ୍ରଙ୍କ ଅଭିଭାବକ ରାଗିଂ ନେଇ ଡିନ୍ଙ୍କ ନିକଟରେ ୫ଜଣ ଛାତ୍ରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହିତ ହଷ୍ଟେଲ୍ରୁ ତାଙ୍କର ପୁଅକୁ ନେଇ ଯାଇଥିଲେ। ତେବେ ମଙ୍ଗଳବାର ପୁଣିଥରେ ଆଣ୍ଟି ରାଗିଂ ସେଲ୍ରୁ ଆଉ ଏକ ଅଭିଯୋଗ ଆସିଥିଲା।
ଏମ୍କେସିଜିର ୪ଜଣ ଛାତ୍ର ରାଗିଂ କରୁଥିବା ନେଇ ସେହି ଅଭିଯୋଗରେ ଦର୍ଶାଯାଇଥିଲା। କିନ୍ତୁ ଅଭିଯୋଗକାରୀଙ୍କ ନାମ ସେଥିରେ ନଥିଲା। ଏହି ସବୁ ଘଟଣାକୁ ନେଇ ବୁଧବାର ସଂଧ୍ୟାରେ ଏମ୍କେସିଜି ମେଡିକାଲ କଲେଜରେ ଆଣ୍ଟିଂ ରଗିଂ କମିଟିର ବୈଠକ ବସିଥିଲା। ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କିମିଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଡିନ୍ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଅଭିଭାବକ ଏବଂ ତାଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ। କମିଟି ସଦସ୍ୟ ସେମାନଙ୍କ ଅଭିଯୋଗ ଗ୍ରହଣ କରି ହଷ୍ଟେଲ୍ ୱାର୍ଡ଼େନ୍ଙ୍କ ଠାରୁ ମିଳିଥିବା ପ୍ରମାଣକୁ ଆଧାର କରି ୫ଜଣ ସିନିୟର୍ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଧ୍ୟରୁ ଜଣେ ଛାତ୍ରଙ୍କ ନାମରେ ପୂର୍ବରୁ ମଧ୍ୟ ଅଭିଯୋଗ ଆସିଥିଲା।
ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଦାଶ କହନ୍ତି, ଆଣ୍ଟି ରଗିଂ କମିଟିର ବୈଠକରେ ମିଳିଥିବା ପ୍ରମାଣକୁ ଆଧାର କରି ୫ଜଣ ଛାତ୍ରଙ୍କୁ ୬ମାସ ପାଇଁ କ୍ୟାମ୍ପସ୍ ମନା କରାଯାଇଛି। ୪ନମ୍ବର ହଷ୍ଟେଲ୍ରେ ଏଭଳି ରାଗିଂ ଚାଲିଥିଲା। ରାତିରେ ସନିୟର୍ ଛାତ୍ରମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଛାତ ଉପରକୁ ଡାକି ବିଭିନ୍ନ ପ୍ରକାର ଶରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ଅପଦସ୍ଥ କରୁଥିଲେ। ଏହାର ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନ୍ଏମ୍ସି ନିକଟରେ ହୋଇଥିବା ଆଉ ଏକ ଅଭିଯୋଗରେ ୪ଜଣ ଛାତ୍ରଙ୍କ ନାମରେ ରହିଛି। କିନ୍ତୁ ଅଭିଯୋଗକାରୀ ନଥିବାରୁ ସେମାନଙ୍କ ଉପରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେମାନଙ୍କ ବିରୋଧରେ ୩ମାସ ପର୍ଯ୍ୟନ୍ତ କ୍ୟାମ୍ପସ୍ ମନା କରିବାକୁ ବିଚାର କରାଯାଉଛି ବୋଲି ଅଧ୍ୟକ୍ଷ କହିଛନ୍ତି।
The post ଏମ୍କେସିଜିରେ ରାଗିଂ ଘଟଣା: ୫ ସନିୟର୍ ଛାତ୍ରଙ୍କୁ ୬ମାସ ଯାଏଁ କ୍ୟାମ୍ପସ୍ ମନା appeared first on Dharitri Odia News.