ଜଗନ୍ନାଥବଲ୍ଲଭରେ ଅଭାବନୀୟ ଦୃଶ୍ୟ, ଗାଡ଼ି ପାର୍କିଂରେ ପଡ଼ି ଠାକୁରଙ୍କ ୨୫ ବେଶ ଖତ

ପୁରୀ,୧୪।୭(ତୁଷାର ରଞ୍ଜନ ନାୟକ): ଅସହାୟ ଅବସ୍ଥାରେ ଚତୁର୍ଦ୍ଧାମୂର୍ତ୍ତି। ଏତେ ଅସହାୟ ଯେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧିବୁନ୍ଧି ପକାଇ ଦେଇଛନ୍ତି ଆଜିର ମଣିଷ । ଏମିତି ରହିଛି ଠାକୁରଙ୍କ ପ୍ରତି ଭାବ ପରିଚାଳନାକାରୀଙ୍କ ଦାୟିତ୍ୱବୋଧ। ଥାକ ଥାକ ହୋଇ ବନ୍ଧାପଡିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ। କୌଣସି ଡେକୋରେଟରଙ୍କ ଗୋଦାମଘର ନୁହେଁ, ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ମହାପ୍ରଭୁଙ୍କ ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥବଲ୍ଲଭରେ । ବହୁତଳ ଗାଡି ପାର୍କିଂରେ ଖୋଦ ଶ୍ରୀମନ୍ଦିର ପ୍ରଶାସନ ଦେବଦେବୀଙ୍କୁ ଏଭଳି […] The post ଜଗନ୍ନାଥବଲ୍ଲଭରେ ଅଭାବନୀୟ ଦୃଶ୍ୟ, ଗାଡ଼ି ପାର୍କିଂରେ ପଡ଼ି ଠାକୁରଙ୍କ ୨୫ ବେଶ ଖତ appeared first on Dharitri Odia News.

ଜଗନ୍ନାଥବଲ୍ଲଭରେ ଅଭାବନୀୟ ଦୃଶ୍ୟ, ଗାଡ଼ି ପାର୍କିଂରେ ପଡ଼ି ଠାକୁରଙ୍କ ୨୫ ବେଶ ଖତ

ପୁରୀ,୧୪।୭(ତୁଷାର ରଞ୍ଜନ ନାୟକ): ଅସହାୟ ଅବସ୍ଥାରେ ଚତୁର୍ଦ୍ଧାମୂର୍ତ୍ତି। ଏତେ ଅସହାୟ ଯେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧିବୁନ୍ଧି ପକାଇ ଦେଇଛନ୍ତି ଆଜିର ମଣିଷ । ଏମିତି ରହିଛି ଠାକୁରଙ୍କ ପ୍ରତି ଭାବ ପରିଚାଳନାକାରୀଙ୍କ ଦାୟିତ୍ୱବୋଧ। ଥାକ ଥାକ ହୋଇ ବନ୍ଧାପଡିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ। କୌଣସି ଡେକୋରେଟରଙ୍କ ଗୋଦାମଘର ନୁହେଁ, ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ମହାପ୍ରଭୁଙ୍କ ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥବଲ୍ଲଭରେ । ବହୁତଳ ଗାଡି ପାର୍କିଂରେ ଖୋଦ ଶ୍ରୀମନ୍ଦିର ପ୍ରଶାସନ ଦେବଦେବୀଙ୍କୁ ଏଭଳି ସ୍ଥିତିରେ ରଖିଛି। ପଡି ପଡି ଖତ ଖାଉଛି ମହାପ୍ରଭୁଙ୍କ ୨୫ ବେଶ ସାମଗ୍ରୀ । ଲୋକଙ୍କ କଷ୍ଟ ଲବ୍ଧ ଧନରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ସରକାର ଏସବୁ ତିଆରି ଅଲୋଡା କରି ପାଣିରେ ପକାଇଦେଲେ । ଜଗନ୍ନାଥ ପ୍ରେମୀ ଠାକୁରଙ୍କ ଏଭଳି ସ୍ଥିତି ଦେଖି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

୨୦୨୪ ଆରମ୍ଭରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ସମୟରେ ସରକାରଙ୍କ ପକ୍ଷରୁ ଭବ୍ୟ ପ୍ରସ୍ତୁତି ହୋଇଥିଲା। ଜଗନ୍ନାଥ ବଲ୍ଲଭ ପରିସରରେ ଶୀତତାପ ନିୟନ୍ତ୍ରିତ କୋଠରିରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ ପ୍ରଦର୍ଶିତ ହୋଇଥିଲା । ଠାକୁରଙ୍କ ନିକଟରେ ମହାଲକ୍ଷ୍ମୀ ଓ ସରସ୍ବତୀ ଅଧିଷ୍ଠିତ ହୋଇଥିଲେ। ଅବକାଶ ବେଶ ଠାରୁ ବଡସିଂହାର ବେଶ ତଥା ୧୨ ମାସରେ ଶ୍ରୀବିଗ୍ରହଙ୍କ ଯେତେ ବେଶ ରହିଛି ସବୁକୁ ଖୋଦ୍‌ ପ୍ରଶାସନ ପ୍ରସ୍ତୁତ କରିଥିଲା। ଅନେକ ଦିନରୁ ହେଉ ନଥିବା ରଘୁନାଥ ବେଶ ମଧ୍ୟ ସେଥିରେ ସ୍ଥାନ ପାଇଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ଭଳି ଦୁଇଟି ବିଶାଳ ସିଂହ ଶୋଭା ପାଉଥିଲେ। ଦର୍ଶନାର୍ଥୀମାନେ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସି ଗୋଟିଏ ସ୍ଥାନରେ ଏସବୁ ବେଶ ଦେଖି କୃତ୍ୟକୃତ୍ୟ ହେଉଥିଲେ । ଶ୍ରୀମନ୍ଦିରକୁ ଯାଇ ପାରୁ ନଥିବା ଭକ୍ତମାନେ ମଧ୍ୟ ଜଗନ୍ନାଥ ବଲ୍ଲଭକୁ ଆସି ଠାକୁରଙ୍କ ଆଭୂଷଣ ଦେଖି ଧନ୍ୟ ହୋଇ ଯାଉଥିଲେ । ବେଶ କିଛି ଦିନ ଜଗନ୍ନାଥ ପ୍ରେମୀଙ୍କୁ ପ୍ରଶାସନ ପକ୍ଷରୁ ଏଭଳି ସୁଯୋଗ ଯୋଡାଗଲା । ପରେ ସରକାର ବଦଳିଲେ। ସ୍ଥିତି ବଦଳିଗଲା । ଏପରିକି ଠାକୁରମାନଙ୍କୁ ମଧ୍ୟ ଅଲୋଡା କରି ଛାଡି ଦିଆଗଲା । ବେଶ ସାମଗ୍ରୀ ମଧ୍ୟ ନଷ୍ଟ ହେଉଛି । ୨୫ଟି ରତ୍ନମଣ୍ଡପ ତିଆରି ହୋଇ ୨୫ ସେଟ ଚତୁର୍ଦ୍ଧାମୂର୍ତ୍ତି ଅଧିଷ୍ଠିତ ହୋଇଥିଲେ । କେଉଁ ତିଥିରେ ଠାକୁରଙ୍କ କେଉଁ ବେଶ ହୁଏ ଉଲ୍ଲେଖ ଥିଲା । ପ୍ରତି ବେଶ ଷ୍ଟଲ ଉପରେ ନୂତନ ଚାନ୍ଦୁଆ ଲାଗିଥିଲା । ଠାକୁରଙ୍କ ଟାହିଆ ଓ ଭଳିକି ଭଳି ପୁଷ୍ପଅଳଙ୍କାର ଶୋଭା ପାଉଥିଲେ । ପରିକ୍ରମା ପ୍ରକଳ୍ପ ଦେଖିବାକୁ ଆସୁଥିବା ଯାତ୍ରୀ ବେଶ ପ୍ରଦର୍ଶନୀ ଦେଖି ଅତ୍ୟନ୍ତ ଆନନ୍ଦିତ ହେଉଥିଲେ ।ଶାସକ ଦଳ ବଦଳିଲେ ମଧ୍ୟ ଜନସାଧାରଣଙ୍କ ପାଇଁ ଶାସନ କଳ ଏକ । ଗଣଧନ ଖର୍ଚ୍ଚ କରି ତାହାର ଉପଯୋଗିତା ପାଇଁ ସରକାର ଲୋକଙ୍କ ପାଖରେ ଦାୟୀ ରହିବା କଥା । ଜଗନ୍ନାଥ ଧାମରେ ସର୍ବ ସମ୍ମୁଖରେ ପୁଣି ଗା ପାର୍କିଂ ସ୍ଥାନରେ ଠାକୁରଙ୍କୁ ହତାଦାର କରି ପକାଇବା ନିହାତି ଅଶୋଭନୀୟ ।

The post ଜଗନ୍ନାଥବଲ୍ଲଭରେ ଅଭାବନୀୟ ଦୃଶ୍ୟ, ଗାଡ଼ି ପାର୍କିଂରେ ପଡ଼ି ଠାକୁରଙ୍କ ୨୫ ବେଶ ଖତ appeared first on Dharitri Odia News.