ବାଲେଶ୍ୱର ସହରରେ କର୍ଫ୍ୟୁ ଜାରି: ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ,୧୮।୬ (ମାନସ ବିଶ୍ବାଳ ): ଅଶାନ୍ତ ବାଲେଶ୍ୱର ସହର। ସୋମବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁ ବାଲେଶର ପୌରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ୧୭ତାରିଖ ରାତ୍ରି ୧୨ରୁ ୧୮ତାରିଖ ରାତି ୧୨ଟା ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ। ପରିସ୍ଥିତି ଶାନ୍ତ ନପଡିବା ଯାଏଁ ପୌରାଞ୍ଚଳର ଜନସାଧାରଣ ଏହି ସମୟ ମଧ୍ୟରେ ଘରୁ ନ ବାହାରିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଦୋକାନ […] The post ବାଲେଶ୍ୱର ସହରରେ କର୍ଫ୍ୟୁ ଜାରି: ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ appeared first on Dharitri Odia News.

ବାଲେଶ୍ୱର ସହରରେ କର୍ଫ୍ୟୁ ଜାରି: ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ,୧୮।୬ (ମାନସ ବିଶ୍ବାଳ ): ଅଶାନ୍ତ ବାଲେଶ୍ୱର ସହର। ସୋମବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁ ବାଲେଶର ପୌରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ୧୭ତାରିଖ ରାତ୍ରି ୧୨ରୁ ୧୮ତାରିଖ ରାତି ୧୨ଟା ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ। ପରିସ୍ଥିତି ଶାନ୍ତ ନପଡିବା ଯାଏଁ ପୌରାଞ୍ଚଳର ଜନସାଧାରଣ ଏହି ସମୟ ମଧ୍ୟରେ ଘରୁ ନ ବାହାରିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଦୋକାନ ବଜାର ଓ ଯାତାୟତ ବନ୍ଦ ରହିବ । ସଦର ଥାନା, ଟାଉନ ଥାନା ସହଦେବ ଖୁଣ୍ଟା, ଶିଳ୍ପା ଞ୍ଚଳ ଥାନା ଅଧୀନରେ ଥିବା ପୌରାଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି। ଗତକାଲି ଦୁଇ ସମ୍ପ୍ରଦାୟ ମଧ୍ୟରେ ଲାଗିଥିବା ସାମାନ୍ୟ ଗଣ୍ଡଗୋଳକୁ ଭିତ୍ତିକରି ଏହି ପ୍ରତିଷେଧକ ମୂଳକ ପଦକ୍ଷେପ ପ୍ରଶାସନ ପକ୍ଷରୁ ନିଆଯାଇଛି। ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଆଇଜି ଡ. ଦୀପକ କୁମାର ଓ ଏସପି ସାଗରିକା ନାଥ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଘଟଣାରୁ ପ୍ରକାଶ, ବାଲେଶ୍ୱର ସହର ଭୁଜାଖିଆ ପୀର ନିକଟସ୍ଥ ନାଳରେ ପ୍ରବାହିତ ଲାଲ୍‌ ରଙ୍ଗର ପାଣିକୁ କେନ୍ଦ୍ରକରି ଉତ୍ତେଜନା ସୃଷ୍ଟି ହୋଇଛି। ଦୁଇ ଗୋଷ୍ଠୀ ମୁହଁାମୁହିଁ ହେବା ସହ ଆକ୍ରମଣ, ପ୍ରତି ଆକ୍ରମଣରେ ଉଭୟ ପକ୍ଷର ଅନେକ ଲୋକ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଥିଲା। ଉତ୍ତେଜନା ଲାଗିରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ଗୋଟିଏ ସ୍ଥାନରେ ୫ଜଣରୁ ଅଧିକ ଏକାଠି ନ ହେବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ କରାଯାଇଥିଲା।

The post ବାଲେଶ୍ୱର ସହରରେ କର୍ଫ୍ୟୁ ଜାରି: ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ appeared first on Dharitri Odia News.