ସ୍ମାର୍ଟ ପୋଲିସିଂ ବ୍ୟବସ୍ଥା ଉପରେ ପିଏମ୍‌ ମୋଦୀଙ୍କ ଗୁରୁତ୍ୱ, AIର ଉପଯୋଗ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର: ସ୍ମାର୍ଟ ପୋଲିସିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ୟବସ୍ଥାକୁ ରଣନୀତିକ, ଯତ୍ନଶୀଳ, ନିର୍ଭରଯୋଗ୍ୟ ଓ ସ୍ୱଚ୍ଛ ପାଇଁ ସେ ଆହ୍ୱାନ କରିଛନ୍ତି। ଡିଜିଟାଲ୍ ଠକେଇ, ସାଇବର ଅପରାଧ ରୋକିବାକୁ AI ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି- ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଆସପ୍ରିରେସନାଲ୍ ଇଣ୍ଡିଆ ହେଉଛି ଡବଲ୍ AIଭୁବନେଶ୍ବର ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଥିଲା ଶେଷ ଦିନ। ଅନ୍ତିମ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ମାଓ ମୁକାବିଲା ନେଇ ପ୍ରସ୍ତୁତ ହୋଇଥିଲା ରୋଡମ୍ୟାପ୍। ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଡିଜିପି ଏବଂ ଆଇଜିମାନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସ୍ମାର୍ଟ ପୋଲିସିଂ ବ୍ୟବସ୍ଥା ଉପରେ ପିଏମ୍‌ ମୋଦୀଙ୍କ ଗୁରୁତ୍ୱ, AIର ଉପଯୋଗ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର: ସ୍ମାର୍ଟ ପୋଲିସିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ୟବସ୍ଥାକୁ ରଣନୀତିକ, ଯତ୍ନଶୀଳ, ନିର୍ଭରଯୋଗ୍ୟ ଓ ସ୍ୱଚ୍ଛ ପାଇଁ ସେ ଆହ୍ୱାନ କରିଛନ୍ତି। ଡିଜିଟାଲ୍ ଠକେଇ, ସାଇବର ଅପରାଧ ରୋକିବାକୁ AI ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି- ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଆସପ୍ରିରେସନାଲ୍ ଇଣ୍ଡିଆ ହେଉଛି ଡବଲ୍ AI

ଭୁବନେଶ୍ବର ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଥିଲା ଶେଷ ଦିନ। ଅନ୍ତିମ ଦିନରେ ସାଇବର ଅପରାଧଠୁ ଆରମ୍ଭ କରି ତଟ ସୁରକ୍ଷା ଏବଂ ମାଓ ମୁକାବିଲା ନେଇ ପ୍ରସ୍ତୁତ ହୋଇଥିଲା ରୋଡମ୍ୟାପ୍। ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍, ଡିଜିପି ଏବଂ ଆଇଜିମାନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।