ଅଟଳ ସେତୁରେ ଆଉ ଏକ ଆତ୍ମହତ୍ୟା, ସମୁଦ୍ରକୁ ଡେଇଁ ପଡିଲେ ଯୁବ ଇଞ୍ଜିନିୟର, ସାମ୍ନାକୁ ଆସିଲା ଭିଡିଓ
ମୁମ୍ବାଇ ୨୫।୭: ଅଟଳ ସେତୁରୁ ସମୁଦ୍ରକୁ ଲମ୍ପ ଦେଇ ଆତ୍ମହତ୍ୟାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଇଞ୍ଜିନିୟର ବୁଧବାର କଥିତ ରୂପେ ଆତ୍ମହତ୍ୟା କରିଛନ୍ତି। ବୁଧବାର ମଧ୍ୟାହ୍ନରେ ଏକ ଟାଟା ନେକ୍ସନ କାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କରେ ଅଟକିଥିଲା। ଏଥିରୁ ଜଣେ ୩୮ ବର୍ଷ ବୟଷ୍କ ବ୍ୟକ୍ତି ବାହାରି ରେଲିଂ ଉପରେ ଚଢି ଯାଇଥିଲା, ଏହା ପରେ ସେ ସମୁଦ୍ରକୁ ଡେଇଁ ଜୀବନ ହାରି ଦେଇଛନ୍ତି। ଏହି ଦୃଶ୍ୟ ଅଟଳ ସେତୁରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଛି, ଯାହା ଭାଇରାଲ ହୋଇଯାଇଛି। ପୋଲିସ ସୂଚନା ଅନୁସାରେ ଆର୍ଥିକ ସଂକଟ କାରଣରୁ ଅଶାନ୍ତିରେ ଥିବା ୩୮ ବର୍ଷ ବୟଷ୍କ ୟୁବ ଇଞ୍ଜିନିୟକ ବୁଧବାର ମଧ୍ୟାହ୍ନରେ ଅଟଳ ସେତୁରୁ କଥିତ ଲମ୍ପ ପ୍ରଦାନ କରିଛନ୍ତି। ଇଞ୍ଜିନିୟରଙ୍କ ତଲାସ ଜାରି ରହିଛି। କୁହାଯାଇଛି ଡୋମ୍ବିଭଲି ନିବାସୀ କେ.ଶ୍ରୀନିବାସ ମଧ୍ୟାହ୍ନ ପାଖାପାଖି ସାଢେ ୧୨ଟା ବେଳେ ଅଳ ସେତୁର ନାଭାସେଭା ପଟେ ଗାଡି ପାର୍କ କରି ସମୁଦ୍ରକୁ ଡେଇଁ ପଡିଥିଲେ। ଅଧିକାରୀ କହିଛନ୍ତି ଯେ ନଭି ମୁମ୍ବାଇ ପୋଲିସ ଅଟଳ ସେତୁ ଉଦ୍ଧାରକାରୀ ଦଳ, ଉପକୂଳ ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ମିସି ତାଙ୍କର ଅନୁସନ୍ଧାନ କରୁଛନ୍ତି। Sensitive Visuals: 38yrs Old Man Jumps off Atal Setu. #MTHL Prayers for his family pic.twitter.com/poUxZOi0XB— Mihir Jha (@M
ମୁମ୍ବାଇ ୨୫।୭: ଅଟଳ ସେତୁରୁ ସମୁଦ୍ରକୁ ଲମ୍ପ ଦେଇ ଆତ୍ମହତ୍ୟାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଇଞ୍ଜିନିୟର ବୁଧବାର କଥିତ ରୂପେ ଆତ୍ମହତ୍ୟା କରିଛନ୍ତି। ବୁଧବାର ମଧ୍ୟାହ୍ନରେ ଏକ ଟାଟା ନେକ୍ସନ କାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କରେ ଅଟକିଥିଲା। ଏଥିରୁ ଜଣେ ୩୮ ବର୍ଷ ବୟଷ୍କ ବ୍ୟକ୍ତି ବାହାରି ରେଲିଂ ଉପରେ ଚଢି ଯାଇଥିଲା, ଏହା ପରେ ସେ ସମୁଦ୍ରକୁ ଡେଇଁ ଜୀବନ ହାରି ଦେଇଛନ୍ତି। ଏହି ଦୃଶ୍ୟ ଅଟଳ ସେତୁରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଛି, ଯାହା ଭାଇରାଲ ହୋଇଯାଇଛି।
ପୋଲିସ ସୂଚନା ଅନୁସାରେ ଆର୍ଥିକ ସଂକଟ କାରଣରୁ ଅଶାନ୍ତିରେ ଥିବା ୩୮ ବର୍ଷ ବୟଷ୍କ ୟୁବ ଇଞ୍ଜିନିୟକ ବୁଧବାର ମଧ୍ୟାହ୍ନରେ ଅଟଳ ସେତୁରୁ କଥିତ ଲମ୍ପ ପ୍ରଦାନ କରିଛନ୍ତି। ଇଞ୍ଜିନିୟରଙ୍କ ତଲାସ ଜାରି ରହିଛି। କୁହାଯାଇଛି ଡୋମ୍ବିଭଲି ନିବାସୀ କେ.ଶ୍ରୀନିବାସ ମଧ୍ୟାହ୍ନ ପାଖାପାଖି ସାଢେ ୧୨ଟା ବେଳେ ଅଳ ସେତୁର ନାଭାସେଭା ପଟେ ଗାଡି ପାର୍କ କରି ସମୁଦ୍ରକୁ ଡେଇଁ ପଡିଥିଲେ। ଅଧିକାରୀ କହିଛନ୍ତି ଯେ ନଭି ମୁମ୍ବାଇ ପୋଲିସ ଅଟଳ ସେତୁ ଉଦ୍ଧାରକାରୀ ଦଳ, ଉପକୂଳ ପୋଲିସ ଓ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ମିସି ତାଙ୍କର ଅନୁସନ୍ଧାନ କରୁଛନ୍ତି।
Sensitive Visuals: 38yrs Old Man Jumps off Atal Setu. #MTHL Prayers for his family pic.twitter.com/poUxZOi0XB— Mihir Jha (@MihirkJha) July 25, 2024
ଅଧିକାରୀଙ୍କ ସୂଚନା ଅନୁସାରେ ମଙ୍ଗଳବାର ରାତି ପାଖାପାଖି ସାଢେ ୧୧ଟା ବେଳେ ଘରୁ ବାହାରିଥିବା କେ. ଶ୍ରୀନିବାସ ଏହି ପଦକ୍ଷେପ ନେବା ପୂର୍ବରୁ ତାଙ୍କ ପତ୍ନୀ ଓ ୪ ବର୍ଷର ଝିଅ ସହ ଫୋନରେ କଥା ହୋଇଥିଲେ। ଅଧିକାରୀଙ୍କ ଅନୁସାରେ ଶ୍ରୀନିବାସଙ୍କ ପରିବାର ଗୁରୁତର ଆର୍ଥିକ ସଂକଟ ମଧ୍ୟରେ ଗତି କରୁଛନ୍ତି। ଅଧିକାରୀ କହିଛନ୍ତି ଯେ ଏହା ପୂର୍ବରୁ ୨୦୨୩ ମସିହାରେ ସେ କୁଏତରେ କାମ କରୁଥିବା ବେଳେ ଚଟାଣ ସଫା କରାଯାଉଥିବା ପଦାର୍ଥ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ତେବେ ଇଞ୍ଜନିୟରଙ୍କ ପୂର୍ବରୁ ଜଣେ ମହିଳା ଡାକ୍ତର ଗତ ମାର୍ଚ୍ଚ ମାସରେ ଅଟଳ ସେତୁରୁ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ଗତ ମାର୍ଚ୍ଚ ୧୮ ତାରିଖର ଥିଲା ବୋଲି ନଭାଶେଭା ପୋଲିସ ଷ୍ଟେସନର ଅଧିକାରୀ କହିଛନ୍ତି। ମହିଳା ଏକ ଟ୍ୟାକ୍ସିରେ ଦକ୍ଷିଣ ମୁମ୍ବାଇକୁ ନଭି ମୁମ୍ବାଇ ସହିତ ସଂଯୁକ୍ତ କରୁଥିବା ଅଟଳ ସେତୁରେ ଯାତ୍ରା କରୁଥିବା ବେଳେ ରାସ୍ତାରେ କାର ଅଟକାଇ ଆରବ ସାଗରକୁ ଡେଇଁ ପଡିଥିଲେ। ଘଟଣା ନେଇ ଟ୍ୟାକ୍ସି ଚାଳକ ତୁରନ୍ତ ପୋଲିସକୁ ସୂଚିତ କରିଥିଲେ ଓ ସମୁଦ୍ରରେ ମହିଳାଙ୍କୁ ଖୋଜିବାକୁ ଲାଗି ଅଭିଯାନ ଚଳା ଯାଇଥିଲା। ହେଲେ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା।