ଅବସର ବୟସ ବଢ଼ାଇବାକୁ ଚାଇନାର ଯୋଜନା
ବେଜିଂ,୨୭ା୭(ପି.ଟି.): ଚାଇନାରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବାରୁ କର୍ମଚାରୀଙ୍କ ଅବସର ବୟସସୀମା ବଢ଼ାଇବାକୁ ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି ଯୋଜନା କରୁଥିବାରୁ ଏହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ବର୍ତ୍ତମାନ ଚାଇନାର ସହରାଞ୍ଚଳରେ ପୁରୁଷ କର୍ମଚାରୀମାନଙ୍କ ଅବସର ବୟସସୀମା ୬୦ ବର୍ଷ ହୋଇଥିବାବେଳେ ମହିଳାମାନଙ୍କ ପାଇଁ ଏହି ସୀମା ବୃତ୍ତି ଅନୁଯାୟୀ ୫୦ କିମ୍ବା ୫୫ ବର୍ଷ ରହିଛି। ନିକଟରେ ଶେଷ ହୋଇଥବା କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ତୃତୀୟ ବୈଠକରେ କର୍ମଚାରୀଙ୍କ ବୟସସୀମା ବଢ଼ାଇବା ନେଇ ଆଲୋଚନା ହୋଇଥିଲା। […] The post ଅବସର ବୟସ ବଢ଼ାଇବାକୁ ଚାଇନାର ଯୋଜନା appeared first on Dharitri Odia News.
ବେଜିଂ,୨୭ା୭(ପି.ଟି.): ଚାଇନାରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବାରୁ କର୍ମଚାରୀଙ୍କ ଅବସର ବୟସସୀମା ବଢ଼ାଇବାକୁ ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି ଯୋଜନା କରୁଥିବାରୁ ଏହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ବର୍ତ୍ତମାନ ଚାଇନାର ସହରାଞ୍ଚଳରେ ପୁରୁଷ କର୍ମଚାରୀମାନଙ୍କ ଅବସର ବୟସସୀମା ୬୦ ବର୍ଷ ହୋଇଥିବାବେଳେ ମହିଳାମାନଙ୍କ ପାଇଁ ଏହି ସୀମା ବୃତ୍ତି ଅନୁଯାୟୀ ୫୦ କିମ୍ବା ୫୫ ବର୍ଷ ରହିଛି। ନିକଟରେ ଶେଷ ହୋଇଥବା କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ତୃତୀୟ ବୈଠକରେ କର୍ମଚାରୀଙ୍କ ବୟସସୀମା ବଢ଼ାଇବା ନେଇ ଆଲୋଚନା ହୋଇଥିଲା। ବର୍ତ୍ତମାନ ଚାଇନା ଜନସଂଖ୍ୟା ୧୪୧ କୋଟି ଥିବାବେଳେ ୨୦୫୪ ବେଳକୁ ୧୨୧ କୋଟିକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।
The post ଅବସର ବୟସ ବଢ଼ାଇବାକୁ ଚାଇନାର ଯୋଜନା appeared first on Dharitri Odia News.