୮ ତାରିଖରୁ ନିଖୋଜ ଥିଲେ, ଆଜି ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ
କୋକସରା,୧୭ା୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ପଞ୍ଚାୟତ ବାଙ୍କୀମୁଣ୍ଡା ଗ୍ରାମର ଯୁବକ ଗୋରାଙ୍ଗ ପୂଜାରୀ(୫୦)ଙ୍କ ଝୁଲନ୍ତା ମୃତଦେହ ଶାହାଜଖୋଲ ଜଙ୍ଗଲ ମଧ୍ୟରୁ ଗଳିତ ଅବସ୍ଥାରେ ଜବତ କରାଯାଇଛି। ସେ ଗତ ୮ ତାରିଖରୁ ନିଖୋଜ ରହିଥିଲେ। ଏନେଇ ପରିବାର ଲୋକେ କୋକସରା ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ବୁଧବାର ଜଙ୍ଗଲକୁ ଯାଇଥିବା କିଛି ଲୋକେ ଜଙ୍ଗଲ ମଧ୍ୟରେ ଜନୈକ ବ୍ୟକ୍ତିଙ୍କ ଗଳିତ ଝୁଲନ୍ତା ମୃତଦେହ ଶିଆଳି ଗଛରେ ଥିବା […] The post ୮ ତାରିଖରୁ ନିଖୋଜ ଥିଲେ, ଆଜି ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ appeared first on Dharitri Odia News.
କୋକସରା,୧୭ା୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ପଞ୍ଚାୟତ ବାଙ୍କୀମୁଣ୍ଡା ଗ୍ରାମର ଯୁବକ ଗୋରାଙ୍ଗ ପୂଜାରୀ(୫୦)ଙ୍କ ଝୁଲନ୍ତା ମୃତଦେହ ଶାହାଜଖୋଲ ଜଙ୍ଗଲ ମଧ୍ୟରୁ ଗଳିତ ଅବସ୍ଥାରେ ଜବତ କରାଯାଇଛି। ସେ ଗତ ୮ ତାରିଖରୁ ନିଖୋଜ ରହିଥିଲେ। ଏନେଇ ପରିବାର ଲୋକେ କୋକସରା ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ବୁଧବାର ଜଙ୍ଗଲକୁ ଯାଇଥିବା କିଛି ଲୋକେ ଜଙ୍ଗଲ ମଧ୍ୟରେ ଜନୈକ ବ୍ୟକ୍ତିଙ୍କ ଗଳିତ ଝୁଲନ୍ତା ମୃତଦେହ ଶିଆଳି ଗଛରେ ଥିବା ନେଇ ଦେଖି ଆମପାଣି ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ମାଜିଷ୍ଟ୍ରେଟ ମୋହନ ଚରଣ ଜେନାଙ୍କ ଉପସ୍ଥିତିରେ ଡାକ୍ତର ମୃତଦେହ ବ୍ୟବଚ୍ଛେଦ କରିଥିଲେ। ମୃତ ବ୍ୟକ୍ତି ଜଣକ ନିଜ ଶ୍ବଶୁର ଘର ଆମପାଣି ନିକଟସ୍ଥ ଆନ୍ଧି ଝରଣ ଗ୍ରାମକୁ ଯାଇଥିବା ବେଳେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ପୋଲିସ ଏଏସ୍ଆଇ ରାଜେଶ ପରଡ଼ା ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଆମପାଣି ଥାନାରେ କେସ୍ ନମ୍ବର ୧/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
The post ୮ ତାରିଖରୁ ନିଖୋଜ ଥିଲେ, ଆଜି ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ appeared first on Dharitri Odia News.