ସରକାରଙ୍କ ବଡ଼ ଘୋଷଣା: ଏଣିକି ବୃଦ୍ଧାବୃଦ୍ଧଙ୍କୁ ମିଳିବ ପେନ୍ସନ୍
ନୂଆଦିଲ୍ଲୀ,୨୫।୧୧: ନିର୍ବାଚନ ପୂର୍ବରୁ ହଜାର ହଜାର ବୃଦ୍ଧବୃଦ୍ଧାଙ୍କୁ ଦିଲ୍ଲୀ ସରକାର ଏକ ବଡ ଉପହାର ଦେଇଛନ୍ତି। ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀର ଲକ୍ଷ ଲକ୍ଷ ବୟସ୍କ ବ୍ୟକ୍ତି ପେନସନ ପାଇବେ। ଆଜି ଦିଲ୍ଲୀ ସରକାରଙ୍କ ଦ୍ୱାରା ୮୦,୦୦୦ ବୃଦ୍ଧାବୃଦ୍ଧ ପେନ୍ସନ୍ ସ୍କିମ୍ ଖୋଲିଛି। ବର୍ତ୍ତମାନ ଦିଲ୍ଲୀର ପାଞ୍ଚ ଲକ୍ଷ ୩୦ ହଜାରରୁ ଅଧିକ ବୃଦ୍ଧ ୨୫୦୦ ଟଙ୍କା ପର୍ଯ୍ୟନ୍ତ ପେନ୍ସନ ପାଇବେ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସଂଯୋଜକ […] The post ସରକାରଙ୍କ ବଡ଼ ଘୋଷଣା: ଏଣିକି ବୃଦ୍ଧାବୃଦ୍ଧଙ୍କୁ ମିଳିବ ପେନ୍ସନ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୧୧: ନିର୍ବାଚନ ପୂର୍ବରୁ ହଜାର ହଜାର ବୃଦ୍ଧବୃଦ୍ଧାଙ୍କୁ ଦିଲ୍ଲୀ ସରକାର ଏକ ବଡ ଉପହାର ଦେଇଛନ୍ତି। ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀର ଲକ୍ଷ ଲକ୍ଷ ବୟସ୍କ ବ୍ୟକ୍ତି ପେନସନ ପାଇବେ। ଆଜି ଦିଲ୍ଲୀ ସରକାରଙ୍କ ଦ୍ୱାରା ୮୦,୦୦୦ ବୃଦ୍ଧାବୃଦ୍ଧ ପେନ୍ସନ୍ ସ୍କିମ୍ ଖୋଲିଛି। ବର୍ତ୍ତମାନ ଦିଲ୍ଲୀର ପାଞ୍ଚ ଲକ୍ଷ ୩୦ ହଜାରରୁ ଅଧିକ ବୃଦ୍ଧ ୨୫୦୦ ଟଙ୍କା ପର୍ଯ୍ୟନ୍ତ ପେନ୍ସନ ପାଇବେ।
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଆଜି ଆମେ ଦିଲ୍ଲୀର ବୃଦ୍ଧାବୃଦ୍ଧମାନଙ୍କ ପାଇଁ ଏକ ଖୁସି ଖବର ଆଣିଛୁ। ୮୦ ହଜାର ପୁରୁଣା ପେନସନ ଖୋଲାଯାଉଛି। ବର୍ତ୍ତମାନ ସମୁଦାୟ ପାଞ୍ଚ ଲକ୍ଷ ୩୦ ହଜାର ବୃଦ୍ଧାବୃଦ୍ଧ ବ୍ୟକ୍ତି ପେନସନ ପାଇବେ। କ୍ୟାବିନେଟ ଏହାକୁ ପାରିତ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ଆବେଦନ ଗ୍ରହଣ କରାଯାଇଛି। ୨୦୨୫ରେ ସରକାର ଗଠନ କରିବା ପରେ ଆମେ ପେନ୍ସନ ବୃଦ୍ଧି କରିଛୁ। ଦେଶରେ ଦିଲ୍ଲୀର ସର୍ବାଧିକ ପେନ୍ସନ ରହିଛି।
The post ସରକାରଙ୍କ ବଡ଼ ଘୋଷଣା: ଏଣିକି ବୃଦ୍ଧାବୃଦ୍ଧଙ୍କୁ ମିଳିବ ପେନ୍ସନ୍ appeared first on Dharitri Odia News.