ଦିନକ ପରେ ବଡଦିନ: ନିରାଶ କରୁଛି ବର୍ଷା 

ଦାରିଙ୍ଗବାଡି,୨୪/୧୨( ଅରୁଣ ସାହୁ)-ବଡଦିନ ପାଇଁ ଚାରିଆଡେ ଉତ୍ସବମୁଖର। ଏହି ସମୟରେ ଦାରିଙ୍ଗବାଡି ବର୍ଷାରେ ଭିଜିଛି। ଲଘୁଚାପଜନିତ ପ୍ରଭାବରେ ସୋମବାର ବିଳମ୍ବିତ ରାତିରେ ବର୍ଷା ହୋଇଥିବା ବେଳେ ମଙ୍ଗଳବାର କୋହଲା ପବନ ବୋହିବା ସହ ଦିନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ରାତିରେ ତାପମାତ୍ରା ବୃଦ୍ଧି ପାଉଥିବା ବ୍ଲକ ପ୍ରଶାସନ ସୂତ୍ର ରୁ ସୂଚନା ମିଳିଛି ସର୍ବନିମ୍ମ ତାପମାତ୍ରା ୧୨. ୫ ଡିଗ୍ରୀ ରହିଥିବା ଜଣାପଡିଛି। ପ୍ରକାଶ ଯେ,ଆଜି ବିଳମ୍ବିତ ରାତିରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପାଳନ ପାଇଁ ସମସ୍ତ […] The post ଦିନକ ପରେ ବଡଦିନ: ନିରାଶ କରୁଛି ବର୍ଷା  appeared first on Dharitri Odia News.

ଦିନକ ପରେ ବଡଦିନ: ନିରାଶ କରୁଛି ବର୍ଷା 

ଦାରିଙ୍ଗବାଡି,୨୪/୧୨( ଅରୁଣ ସାହୁ)-ବଡଦିନ ପାଇଁ ଚାରିଆଡେ ଉତ୍ସବମୁଖର। ଏହି ସମୟରେ ଦାରିଙ୍ଗବାଡି ବର୍ଷାରେ ଭିଜିଛି। ଲଘୁଚାପଜନିତ ପ୍ରଭାବରେ ସୋମବାର ବିଳମ୍ବିତ ରାତିରେ ବର୍ଷା ହୋଇଥିବା ବେଳେ ମଙ୍ଗଳବାର କୋହଲା ପବନ ବୋହିବା ସହ ଦିନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି ରାତିରେ ତାପମାତ୍ରା ବୃଦ୍ଧି ପାଉଥିବା ବ୍ଲକ ପ୍ରଶାସନ ସୂତ୍ର ରୁ ସୂଚନା ମିଳିଛି ସର୍ବନିମ୍ମ ତାପମାତ୍ରା ୧୨. ୫ ଡିଗ୍ରୀ ରହିଥିବା ଜଣାପଡିଛି।

ପ୍ରକାଶ ଯେ,ଆଜି ବିଳମ୍ବିତ ରାତିରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପାଳନ ପାଇଁ ସମସ୍ତ ଚର୍ଚ୍ଚ, ପ୍ରାର୍ଥନା ଗୃହରେ ଆଲୋକମାଳା ରେ ସୁସଜ୍ଜିତ ହୋଇସାରିଛି।ରାତିରେ କେକ୍ କଟିଙ୍ଗ କରାଯିବା ସହ ବାଇବଲ ପଠନ, ସାମୁହିକ ପ୍ରାର୍ଥନା କରାଯିବା ସହ ଉତ୍ସବକୁ ଧୂମଧାମରେ ପାଳନ କରାଯିବ ସେହିପରି ଘରେ ଘରେ ମଧ୍ୟ ଏହି ଉତ୍ସବ ପାଳନ ପାଇଁ ବିଭିନ୍ନ ସ୍ଥାନରେ ଥିବା ପରିବାର ଲୋକ ନିଜ ଗାଁ, ଘରକୁ ଫେରିଛନ୍ତି। ନୂଆ ପୋଷାକ, ପିଠା, ପଣା କରିବା ସହ ଘରକୁ ସୁସଜ୍ଜିତ କରିଛନ୍ତି ଖ୍ରୀଷ୍ଟ ଶ୍ରଦ୍ଧାଳୁମାନେ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ତେବେ କୋହଲା ପାଗ ଯୋଗୁ ଚଳିତ ବଡଦିନ ପାଳନ ପ୍ରଭାବିତ କରୁଛି ଖ୍ରୀଷ୍ଟ ଶ୍ରଦ୍ଧାଳୁଙ୍କୁ ବର୍ଷା ଓ ପାଗ ମେଘୁଆ ନିରାଶ କରିଥିବା କୁହାଯାଇଛି ତେବେ ଏଭଳି କୋହଲା ପାଗର ମଜା ନେଉଛନ୍ତି ପର୍ଯ୍ୟଟକ।ଏବେ ଶୀତ ଛୁଟି ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡିକୁ ସୁଅ ଛୁଟୁଛି। ବଣଭୋଜି କରି ମଜା ନେବା ସହ ପରିବାର ସହ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବୁଲି ମଜା ନେଉଛନ୍ତି। କଫି ବଗିଚା ସମେତ ହିଲଭିୟୁପାର୍କ,ମିଡିୟୁଵାନ୍ଦା ଜଳପ୍ରପାତ, ପାଟାବାନ୍ଧା ଜଳପ୍ରପାତ, ଲଭର୍ସ ପଏଣ୍ଟ, ସାଇଲେଣ୍ଟ ଭ୍ୟାଲି, ଆଦି ପର୍ଯ୍ୟଟନକ୍ଷେତ୍ରରେ ଭିଡ଼ ଦେଖିବାକୁ ମିଳିଛି।

The post ଦିନକ ପରେ ବଡଦିନ: ନିରାଶ କରୁଛି ବର୍ଷା  appeared first on Dharitri Odia News.