‘୧୯ ଅକ୍ଟୋବର ସୁଦ୍ଧା ଦିଲ୍ଲୀ ଛାଡନ୍ତୁ’, କାନାଡା କୂଟନୀତିଜ୍ଞଙ୍କୁ ଭାରତର ଅଲ୍ଟିମେଟମ
ନୂଆଦିଲ୍ଲୀ,୧୪।୧୦: କାନାଡା ସରକାରଙ୍କ ସହ ବିବାଦ ମଧ୍ୟରେ ଭାରତ ସରକାର ୬ ଜଣ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ଅକ୍ଟୋବର ୧୯ରେ ରାତି ୧୧:୫୯ରେ କିମ୍ବା ପୂର୍ବରୁ ଭାରତ ଛାଡିବାକୁ ପଡିବ। ଭାରତ ସରକାର ମଧ୍ୟ କାନାଡାରୁ ନିଜର କୂଟନୀତିଜ୍ଞଙ୍କୁ ଫେରାଇ ଆଣିଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ଘଟଣାର ତଦନ୍ତ ସହ ଏହି ଅଧିକାରୀମାନଙ୍କୁ ଯୋଡିବାରେ କାନାଡାର ପ୍ରୟାସର ଜବାବରେ ଭାରତ ଏହି ପଦକ୍ଷେପ ନେଇଛି। ଖଲିସ୍ତାନୀ ଆତଙ୍କବାଦୀ […] The post ‘୧୯ ଅକ୍ଟୋବର ସୁଦ୍ଧା ଦିଲ୍ଲୀ ଛାଡନ୍ତୁ’, କାନାଡା କୂଟନୀତିଜ୍ଞଙ୍କୁ ଭାରତର ଅଲ୍ଟିମେଟମ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୧୦: କାନାଡା ସରକାରଙ୍କ ସହ ବିବାଦ ମଧ୍ୟରେ ଭାରତ ସରକାର ୬ ଜଣ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କୁ ଅକ୍ଟୋବର ୧୯ରେ ରାତି ୧୧:୫୯ରେ କିମ୍ବା ପୂର୍ବରୁ ଭାରତ ଛାଡିବାକୁ ପଡିବ। ଭାରତ ସରକାର ମଧ୍ୟ କାନାଡାରୁ ନିଜର କୂଟନୀତିଜ୍ଞଙ୍କୁ ଫେରାଇ ଆଣିଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ଘଟଣାର ତଦନ୍ତ ସହ ଏହି ଅଧିକାରୀମାନଙ୍କୁ ଯୋଡିବାରେ କାନାଡାର ପ୍ରୟାସର ଜବାବରେ ଭାରତ ଏହି ପଦକ୍ଷେପ ନେଇଛି।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ବଢ଼ିଯାଇଛି। ପ୍ରତିବାଦରେ ନୂଆଦିଲ୍ଲୀ ସୋମବାର କାନାଡାରୁ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ ବରିଷ୍ଠ କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିଛି।
The post ‘୧୯ ଅକ୍ଟୋବର ସୁଦ୍ଧା ଦିଲ୍ଲୀ ଛାଡନ୍ତୁ’, କାନାଡା କୂଟନୀତିଜ୍ଞଙ୍କୁ ଭାରତର ଅଲ୍ଟିମେଟମ appeared first on Dharitri Odia News.