ରେଳବାଇଙ୍କ ବଡ଼ ପଦକ୍ଷେପ, ମୁମ୍ବାଇ ଲୋକାଲ ଭଳି କୋଲକାତାରେ ବି ଚାଲିବ AC ଟ୍ରେନ୍

କୋଲକାତା ୧୨।୩: ପଶ୍ଚିମବଙ୍ଗରେ ରେଳବାଇ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଏଥିରେ ଏବେ କୋଲକାତାରେ ୨ଟି ଲୋକାଲ ବାତାନୁକୂଳିତ (ଏସି) ଟ୍ରେନ ଚାଲିବ। ଏହା ଦ୍ୱାରା ଯାତ୍ରୀଙ୍କୁ ଅଧିକ ଆରାମଦାୟକ ଓ ସୁରକ୍ଷିତ ଯାତ୍ରାର ଅନୁଭବ ମିଳିପାରିବ। ଏହି ଯୋଜନା ମୁମ୍ବାଇରେ ଚାଲୁଥିବା ଏସି ଲୋକାଲ ଟ୍ରେନ ଭଳି ହେବ, ଯାହା ଯାତ୍ରୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇ ପାରିଛି। ରେଳବାଇଙ୍କ ଉଦ୍ଦେଶ୍ୟ ମୁମ୍ବାଇ ଭଳି କୋଲକାତାରେ ମଧ୍ୟ ଲୋକଙ୍କୁ ଆରାମପ୍ରଦ ଟ୍ରେନ ଯାତ୍ରାର ଅନୁଭବ ମିଳୁ। ନୂଆ ଏସି ଲୋକାଲ ଟ୍ରେନ ଚାଲିବା ଦ୍ୱାରା କେବଳ ଯାତ୍ରୀଙ୍କୁ ନୁହେଁ ଇନଫ୍ସାଷ୍ଟ୍ରକ୍ଚର କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ। ଅର୍ଥାତ ରେଳବାଇଙ୍କ ଉଦ୍ୟମ ନିଯୁକ୍ତି ଓ ବ୍ୟବସାୟର ଅବସର ସୃଷ୍ଟି କରିବ। ଏହା ଛଡା ରାଜ୍ୟରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବ। ଏଥିରେ  ରେଳବାଇଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ନିର୍ବାଚନୀ ଚାଲ ବୋଲି ମନେ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୨ଟି ଲୋକାଲ ଏସି ଟ୍ରେନ ଚଳାଯିବ। ଯାହାର ସଂଖ୍ୟା ପର୍ଯ୍ୟାୟକ୍ରମେ ବଢିବ। ଏହି ଟ୍ରେନକୁ ଚେନ୍ନାଇର ଇଣ୍ଟିଗ୍ରେଟେଡ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ)ରେ ତିଆରି କରାଯାଉଛି। ଏହି ଟ୍ରେନ ଦୁଇଟି ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ। ଏହା ଦ୍ୱାରା ଟ୍ରେନ ଅଧିକ ମଜଭୁତ ହେବା ସହ ଓଜନ କମ ରହିବ। ଏହି ଟ୍ରେନରେ ମୋଟ ୧୨ଟି ବଗି ରହିବ ଓ ଯାତ୍ରୀଙ୍କ ବସିବା କ୍ଷମତା ୧,୧୧୮ ହେ

ରେଳବାଇଙ୍କ ବଡ଼ ପଦକ୍ଷେପ, ମୁମ୍ବାଇ ଲୋକାଲ ଭଳି କୋଲକାତାରେ ବି ଚାଲିବ AC ଟ୍ରେନ୍

କୋଲକାତା ୧୨।୩: ପଶ୍ଚିମବଙ୍ଗରେ ରେଳବାଇ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଏଥିରେ ଏବେ କୋଲକାତାରେ ୨ଟି ଲୋକାଲ ବାତାନୁକୂଳିତ (ଏସି) ଟ୍ରେନ ଚାଲିବ। ଏହା ଦ୍ୱାରା ଯାତ୍ରୀଙ୍କୁ ଅଧିକ ଆରାମଦାୟକ ଓ ସୁରକ୍ଷିତ ଯାତ୍ରାର ଅନୁଭବ ମିଳିପାରିବ। ଏହି ଯୋଜନା ମୁମ୍ବାଇରେ ଚାଲୁଥିବା ଏସି ଲୋକାଲ ଟ୍ରେନ ଭଳି ହେବ, ଯାହା ଯାତ୍ରୀଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇ ପାରିଛି। ରେଳବାଇଙ୍କ ଉଦ୍ଦେଶ୍ୟ ମୁମ୍ବାଇ ଭଳି କୋଲକାତାରେ ମଧ୍ୟ ଲୋକଙ୍କୁ ଆରାମପ୍ରଦ ଟ୍ରେନ ଯାତ୍ରାର ଅନୁଭବ ମିଳୁ। 

ନୂଆ ଏସି ଲୋକାଲ ଟ୍ରେନ ଚାଲିବା ଦ୍ୱାରା କେବଳ ଯାତ୍ରୀଙ୍କୁ ନୁହେଁ ଇନଫ୍ସାଷ୍ଟ୍ରକ୍ଚର କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ। ଅର୍ଥାତ ରେଳବାଇଙ୍କ ଉଦ୍ୟମ ନିଯୁକ୍ତି ଓ ବ୍ୟବସାୟର ଅବସର ସୃଷ୍ଟି କରିବ। ଏହା ଛଡା ରାଜ୍ୟରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବ। ଏଥିରେ  ରେଳବାଇଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ନିର୍ବାଚନୀ ଚାଲ ବୋଲି ମନେ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୨ଟି ଲୋକାଲ ଏସି ଟ୍ରେନ ଚଳାଯିବ। ଯାହାର ସଂଖ୍ୟା ପର୍ଯ୍ୟାୟକ୍ରମେ ବଢିବ। 

ଏହି ଟ୍ରେନକୁ ଚେନ୍ନାଇର ଇଣ୍ଟିଗ୍ରେଟେଡ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ)ରେ ତିଆରି କରାଯାଉଛି। ଏହି ଟ୍ରେନ ଦୁଇଟି ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ। ଏହା ଦ୍ୱାରା ଟ୍ରେନ ଅଧିକ ମଜଭୁତ ହେବା ସହ ଓଜନ କମ ରହିବ। ଏହି ଟ୍ରେନରେ ମୋଟ ୧୨ଟି ବଗି ରହିବ ଓ ଯାତ୍ରୀଙ୍କ ବସିବା କ୍ଷମତା ୧,୧୧୮ ହେବ। ଟ୍ରେନର ଡିଜାଇନ ବନ୍ଦେ ଭାରତ ଟ୍ରେନ ଭଳି ହେବ। ଏହି ଲୋକାଲ ଟ୍ରେନରେ ଅନେକ ଅତ୍ୟାଧୁନିକ ସୁବିଧା ମଧ୍ୟ ମିଳିବ। ଏହି ନୂଆ ଏସି ଲୋକାଲ ଟ୍ରେନ କୋଲକାତାରେ ଲୋକାଲ ଯାତ୍ରାର ଅନୁଭବକୁ ସମ୍ପୂର୍ଣ୍ଣ ବଦଳେଇ ଦେବ ବୋଲି କୁହାଯାଉଛି।