ଶୁଝିପାରିଲେନି ଲୋନ୍‌, ଘର ସିଲ୍‌ କଲା ବ୍ୟାଙ୍କ

ହିଞ୍ଜିଳିକାଟୁ,୨୧ା୧୨: ବ୍ୟାଙ୍କରୁ ଘର ବନ୍ଧକ ରଖି ଆଣିଥିଲେ ଋଣ। ବ୍ୟାଙ୍କର ବାରମ୍ବାର ସୂଚନା ସତ୍ତ୍ବେ ଦୀର୍ଘଦିନ ଧରି ଋଣ ଟଙ୍କା ଶୁଝି ନ’ପାରିବାରୁ ଋଣଖିଲାପକାରୀଙ୍କ ଘରକୁ ସିଲ୍‌ କରିଛି ବ୍ୟାଙ୍କ। ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସାରୁ ଗ୍ରାମରେ ଶୁକ୍ରବାର କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ଘରକୁ ମାଜିଷ୍ଟ୍ରେଟ୍‌ ଓ ପୋଲିସ ଉପସ୍ଥିତିରେ ସିଲ୍‌ ହୋଇଛି। ପ୍ରକାଶ ଯେ, ୨୦୨୦ରେ ବ୍ରହ୍ମପୁର ବ୍ରହ୍ମାନଗର ଏସ୍‌ବିଆଇ ଆଞ୍ଚଳିକ ଶାଖାରୁ ଘର ବନ୍ଧକ ରଖି ସାରୁ ଗାଁର କୃଷ୍ଣଚନ୍ଦ୍ର ଋଣ ଆଣିଥିଲେ। ଚୁକ୍ତିନାମା […] The post ଶୁଝିପାରିଲେନି ଲୋନ୍‌, ଘର ସିଲ୍‌ କଲା ବ୍ୟାଙ୍କ appeared first on Dharitri Odia News.

ଶୁଝିପାରିଲେନି ଲୋନ୍‌, ଘର ସିଲ୍‌ କଲା ବ୍ୟାଙ୍କ

ହିଞ୍ଜିଳିକାଟୁ,୨୧ା୧୨: ବ୍ୟାଙ୍କରୁ ଘର ବନ୍ଧକ ରଖି ଆଣିଥିଲେ ଋଣ। ବ୍ୟାଙ୍କର ବାରମ୍ବାର ସୂଚନା ସତ୍ତ୍ବେ ଦୀର୍ଘଦିନ ଧରି ଋଣ ଟଙ୍କା ଶୁଝି ନ’ପାରିବାରୁ ଋଣଖିଲାପକାରୀଙ୍କ ଘରକୁ ସିଲ୍‌ କରିଛି ବ୍ୟାଙ୍କ। ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସାରୁ ଗ୍ରାମରେ ଶୁକ୍ରବାର କୃଷ୍ଣଚନ୍ଦ୍ର ପାଢ଼ୀଙ୍କ ଘରକୁ ମାଜିଷ୍ଟ୍ରେଟ୍‌ ଓ ପୋଲିସ ଉପସ୍ଥିତିରେ ସିଲ୍‌ ହୋଇଛି।
ପ୍ରକାଶ ଯେ, ୨୦୨୦ରେ ବ୍ରହ୍ମପୁର ବ୍ରହ୍ମାନଗର ଏସ୍‌ବିଆଇ ଆଞ୍ଚଳିକ ଶାଖାରୁ ଘର ବନ୍ଧକ ରଖି ସାରୁ ଗାଁର କୃଷ୍ଣଚନ୍ଦ୍ର ଋଣ ଆଣିଥିଲେ। ଚୁକ୍ତିନାମା ଅନୁଯାୟୀ, ବ୍ୟାଙ୍କ ଋଣ ଶୁଝି ନ ପାରିବା ଫଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ଶୁଝିବା ଲାଗି ୨୦୨୩ ମେ’ ୧୧ରେ ଋଣ ବାବଦକୁ ୧୮ ଲକ୍ଷ ୯୧ ହଜାର ୯୮ ଟଙ୍କା ପରିଶୋଧ କରିବା ପାଇଁ ନୋଟିସ୍‌ ଦେଇଥିଲେ। କିନ୍ତୁ ଋଣ ଗ୍ରହୀତା ଟଙ୍କା ଶୁଝି ନ ପାରିବା ଫଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ଗଞ୍ଜାମ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲାପାଳଙ୍କ ଆଦେଶ ସଂଖ୍ୟା- ୫୨୩୯(୨୭/୨୪)/୦୬.୧୨.୨୦୨୪ ପ୍ରକାରେ ସଂପୃକ୍ତ ଋଣ ଖିଲାପକାରୀଙ୍କ ହିଞ୍ଜିଳି ଥାନା ସାରୁ ଗ୍ରାମ ବାସଗୃହ ଜବତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ସୂରଜ ନାୟକ ବେହେରା, ପୋଲିସ ଓ ବ୍ୟାଙ୍କ ଏନ୍‌ଫୋର୍ସମେଣ୍ଟ ଟିମ୍‌ ମୁଖ୍ୟ ତଥା ମୁଖ୍ୟ ଶାଖା ପରିଚାଳକ ଶୁଭେନ୍ଦୁ ଶଙ୍କର ଜେନା, ସାରୁ ଷ୍ଟେଟ୍‌ବ୍ୟାଙ୍କ ଶାଖା ପରିଚାଳକ ଭୁବନ କୁମାର, ହିଞ୍ଜିଳି ଥାନା ଏସ୍‌.ଆଇ. ସୁରେଶ କୁମାର ସାହୁ ପ୍ରମୁଖଙ୍କ ସହ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଘରକୁ ସିଲ୍‌ କରିଛନ୍ତି।

The post ଶୁଝିପାରିଲେନି ଲୋନ୍‌, ଘର ସିଲ୍‌ କଲା ବ୍ୟାଙ୍କ appeared first on Dharitri Odia News.