ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା

ପାଟଣା,୨୬ା୯(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ପଞ୍ଚାୟତର ମୋଟ ୧୧ ଜଣ ୱାର୍ଡ ସଦସ୍ୟଙ୍କ ମଧ୍ୟରୁ ୯ ଜଣ ଗତ ଅଗଷ୍ଟ ୨୭ରେ ଉପ ଜିଲାପାଳ ଉମାଶଙ୍କର ଦଳେଇଙ୍କୁ ଭେଟି ଲିଖିତ ଭାବେ ଅନାସ୍ଥା ପାଇଁ ଆବେଦନ କରିଥିଲେ। ତେବେ ଉପଜିଲାପାଳ ଚଳିତ ମାସ ୩୦ ତାରିଖ ୧୧ ଟାରେ ଏରେଣ୍ଡେଇ ପଞ୍ଚାୟତ କାର୍ଯ୍ୟାଳୟରେ ସାହରପଡ଼ା ବିଡିଓ ମାଧବ ଚନ୍ଦ୍ର ବିରୁଆଙ୍କ ଅଧ୍ୟକ୍ଷତାରେ ଅନାସ୍ଥା […] The post ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା appeared first on Dharitri Odia News.

ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା

ପାଟଣା,୨୬ା୯(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ପଞ୍ଚାୟତର ମୋଟ ୧୧ ଜଣ ୱାର୍ଡ ସଦସ୍ୟଙ୍କ ମଧ୍ୟରୁ ୯ ଜଣ ଗତ ଅଗଷ୍ଟ ୨୭ରେ ଉପ ଜିଲାପାଳ ଉମାଶଙ୍କର ଦଳେଇଙ୍କୁ ଭେଟି ଲିଖିତ ଭାବେ ଅନାସ୍ଥା ପାଇଁ ଆବେଦନ କରିଥିଲେ। ତେବେ ଉପଜିଲାପାଳ ଚଳିତ ମାସ ୩୦ ତାରିଖ ୧୧ ଟାରେ ଏରେଣ୍ଡେଇ ପଞ୍ଚାୟତ କାର୍ଯ୍ୟାଳୟରେ ସାହରପଡ଼ା ବିଡିଓ ମାଧବ ଚନ୍ଦ୍ର ବିରୁଆଙ୍କ ଅଧ୍ୟକ୍ଷତାରେ ଅନାସ୍ଥା ଭୋଟ ପାଇଁ ସମୟ ଧାର୍ଯ୍ୟ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଏରେଣ୍ଡେଇ ସରପଞ୍ଚଭାବେ ପାର୍ବତୀ ଚଳିତ ଥରକୁ ମିଶାଇ ୪ର୍ଥ ଥର ସରପଞ୍ଚ ହୋଇଛନ୍ତି। ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ କହିଛନ୍ତି, ଆବଶ୍ୟକ ସଂଖ୍ୟାରୁ ଅଧିକ ୱାର୍ଡ ସଦସ୍ୟ ମୋ ସପକ୍ଷରେ ଅଛନ୍ତି। ଆସ୍ଥାଭୋଟରେ ମୁଁ ନିଶ୍ଚିତ ଜିତିବି। ତେବେ ସରପଞ୍ଚ ଉପଜିଲାପାଳଙ୍କ ଅଫିସକୁ ଯାଇଛନ୍ତି କହି ଚଞ୍ଚକତା ପୂର୍ବକ ଜଣେ ୱାର୍ଡ ସଦସ୍ୟ ୮ ଜଣ ୱାର୍ଡ ସଦସ୍ୟଙ୍କୁ ଡାକି ନେଇ ସେଠାରେ ଦସ୍ତଖତ କରାଇଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ନେତୃତ୍ୱ ନେଉଥିବା ନାଏବ ସରପଞ୍ଚ ଉମାକାନ୍ତ ମହାନ୍ତ କହିଛନ୍ତି, ସରପଞ୍ଚ ଆସ୍ଥାଭୋଟରେ ହାରିବେ, ଆମେ ନିଶ୍ଚୟ ବିଜୟୀ ହେବୁ।

The post ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା appeared first on Dharitri Odia News.