ରଥଯାତ୍ରା ୨୦୨୪, ପୁରୀ ସର୍କିଟ ହାଉସରେ ବସିବ ପ୍ରସ୍ତୁତି ବୈଠକ

ପୁରୀ ୨୮।୦୩ : ରଥଯାତ୍ରା ପ୍ରସ୍ତୁତି । ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ ହେବାକୁ ଯାଉଛି । ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ପୁରୀ ସର୍କିଟ ହାଉସ୍‌ଠାରେ ବସିବାକୁ ଥିବା ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଳା ପ୍ରଶାସନ ସମସ୍ତ ବିଭାଗୀୟ ଅଧିକାରୀ, ଏସ୍‌ପି ଓ ଜିଲ୍ଲା ପୁଲିସ ଅନ୍ୟ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନୂଆ ଜିଲ୍ଲାପାଳ ଓ ନୂଆ ଏସ୍‌ପିଙ୍କୁ ଚଳିତ ବର୍ଷ ରଥଯାତ୍ରା ଶୃଙ୍ଖଳିତ ଭାବେ ତୁଲାଇବାକୁ ପଡ଼ିବ। ନିର୍ବାଚନ ଓ ଏହା ପରେ ପରେ ଅନୁଷ୍ଠିତ ହେବାକୁ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପ୍ରଶାସନ ପାଖରେ ଚ୍ୟାଲେଞ୍ଜ ସୃଷ୍ଟି କରିବ। ରଥ ନିର୍ମାଣ ନିମନ୍ତେ କାଠର ବ୍ୟବସ୍ଥା ସାଙ୍ଗକୁ ରଥଯାତ୍ରା ସମୟରେ ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ପହଣ୍ଡି, ରଥଟଣା, ଗହଳି ନିୟନ୍ତ୍ରଣ, ସାଧାରଣ ଲୋକଙ୍କ ସୁରକ୍ଷା, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା, ବିଭିନ୍ନ ପ୍ରକାର ପାସ୍‌ ବ୍ୟବସ୍ଥା, ଯାତ୍ରୀ ପରିବହନ ପ୍ରଭୃତି ଉପରେ ଏହି ବୈଠକ ହେବାକୁ ଯାଉଥିବା ଜଣାପଡ଼ିଛି ।  ଆସନ୍ତା ଜୁଲାଇ ୭ରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ।

ରଥଯାତ୍ରା ୨୦୨୪, ପୁରୀ ସର୍କିଟ ହାଉସରେ ବସିବ ପ୍ରସ୍ତୁତି ବୈଠକ

ପୁରୀ ୨୮।୦୩ : ରଥଯାତ୍ରା ପ୍ରସ୍ତୁତି । ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ ହେବାକୁ ଯାଉଛି । ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ପୁରୀ ସର୍କିଟ ହାଉସ୍‌ଠାରେ ବସିବାକୁ ଥିବା ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଳା ପ୍ରଶାସନ ସମସ୍ତ ବିଭାଗୀୟ ଅଧିକାରୀ, ଏସ୍‌ପି ଓ ଜିଲ୍ଲା ପୁଲିସ ଅନ୍ୟ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ନୂଆ ଜିଲ୍ଲାପାଳ ଓ ନୂଆ ଏସ୍‌ପିଙ୍କୁ ଚଳିତ ବର୍ଷ ରଥଯାତ୍ରା ଶୃଙ୍ଖଳିତ ଭାବେ ତୁଲାଇବାକୁ ପଡ଼ିବ। ନିର୍ବାଚନ ଓ ଏହା ପରେ ପରେ ଅନୁଷ୍ଠିତ ହେବାକୁ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପ୍ରଶାସନ ପାଖରେ ଚ୍ୟାଲେଞ୍ଜ ସୃଷ୍ଟି କରିବ। ରଥ ନିର୍ମାଣ ନିମନ୍ତେ କାଠର ବ୍ୟବସ୍ଥା ସାଙ୍ଗକୁ ରଥଯାତ୍ରା ସମୟରେ ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ପହଣ୍ଡି, ରଥଟଣା, ଗହଳି ନିୟନ୍ତ୍ରଣ, ସାଧାରଣ ଲୋକଙ୍କ ସୁରକ୍ଷା, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା, ବିଭିନ୍ନ ପ୍ରକାର ପାସ୍‌ ବ୍ୟବସ୍ଥା, ଯାତ୍ରୀ ପରିବହନ ପ୍ରଭୃତି ଉପରେ ଏହି ବୈଠକ ହେବାକୁ ଯାଉଥିବା ଜଣାପଡ଼ିଛି ।  ଆସନ୍ତା ଜୁଲାଇ ୭ରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ।