ଚମତ୍କାର ଇନିଂସ ପରେ କାହାକୁ ସାଲ୍ୟୁଟ୍‌ କଲେ ଧ୍ରୁବ୍‌ ଜୁରେଲ୍‌: ଜାଣିଲେ ସମସ୍ତେ କରିବେ ବାଃ ବାଃ

ରାଞ୍ଚି,୨୫।୨: ରାଞ୍ଚି ଟେଷ୍ଟରେ ଧ୍ରୁବ ଜୁରେଲ ଚମତ୍କାର ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୯୦ ରନର ଇନିଂସ ଖେଳିଥିଲେ। ଧ୍ରୁବ ଅର୍ଦ୍ଧଶତକ ପରେ ଏକ ଆକର୍ଷଣୀୟ ଢଙ୍ଗରେ ପାଳନ କରିଥିଲେ। ସେ ପଡିଆରୁ ତାଙ୍କ ପିତାଙ୍କୁ ସାଲ୍ୟୁଟ୍‌ ଜଣାଇଲେ। ଧ୍ରୁବଙ୍କ ପିତା ନେମ ଚାନ୍ଦ ଭାରତୀୟ ସେନାର ଜଣେ ସୈନିକ ଥିଲେ ଏବଂ କାର୍ଗିଲ ଯୁଦ୍ଧରେ ମଧ୍ୟ ଲଢିଥିଲେ। ପ୍ରଥମ ଇନିଂସରେ ୩୦୭ ରନ ସ୍କୋର କରିବା ପରେ ଟିମ ଇଣ୍ଡିଆ […] The post ଚମତ୍କାର ଇନିଂସ ପରେ କାହାକୁ ସାଲ୍ୟୁଟ୍‌ କଲେ ଧ୍ରୁବ୍‌ ଜୁରେଲ୍‌: ଜାଣିଲେ ସମସ୍ତେ କରିବେ ବାଃ ବାଃ appeared first on Dharitri Odia News.

ଚମତ୍କାର ଇନିଂସ ପରେ କାହାକୁ ସାଲ୍ୟୁଟ୍‌ କଲେ ଧ୍ରୁବ୍‌ ଜୁରେଲ୍‌: ଜାଣିଲେ ସମସ୍ତେ କରିବେ ବାଃ ବାଃ

ରାଞ୍ଚି,୨୫।୨: ରାଞ୍ଚି ଟେଷ୍ଟରେ ଧ୍ରୁବ ଜୁରେଲ ଚମତ୍କାର ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୯୦ ରନର ଇନିଂସ ଖେଳିଥିଲେ। ଧ୍ରୁବ ଅର୍ଦ୍ଧଶତକ ପରେ ଏକ ଆକର୍ଷଣୀୟ ଢଙ୍ଗରେ ପାଳନ କରିଥିଲେ। ସେ ପଡିଆରୁ ତାଙ୍କ ପିତାଙ୍କୁ ସାଲ୍ୟୁଟ୍‌ ଜଣାଇଲେ। ଧ୍ରୁବଙ୍କ ପିତା ନେମ ଚାନ୍ଦ ଭାରତୀୟ ସେନାର ଜଣେ ସୈନିକ ଥିଲେ ଏବଂ କାର୍ଗିଲ ଯୁଦ୍ଧରେ ମଧ୍ୟ ଲଢିଥିଲେ। ପ୍ରଥମ ଇନିଂସରେ ୩୦୭ ରନ ସ୍କୋର କରିବା ପରେ ଟିମ ଇଣ୍ଡିଆ ଆଉଟ ହୋଇଯାଇଥିଲା। ଏହାପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ ସଂଗ୍ରହ କରିଥିଲା।
ଧ୍ରଧ୍ରୁବଙ୍କ ପିତାଙ୍କ ପିତା ନେମ ଚାନ୍ଦ ୧୯୯୯ କାର୍ଗିଲ ଯୁଦ୍ଧରେ ଲଢିଥିଲେ। ପ୍ରାରମ୍ଭିକ ଦିନରେ ଧ୍ରୁବଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଲା। ସେ ୧୩ ବର୍ଷ ବୟସରେ କ୍ରିକେଟ ଶିଖିବା ପାଇଁ ନିଜର କଠିନ ପରିଶ୍ରମ ଆରମ୍ଭ କରିଥିଲେ। ଧ୍ରୁବଙ୍କ କଠିନ ପରିଶ୍ରମ ସଫଳ ହୋଇଥିଲା ଏବଂ ବର୍ତ୍ତମାନ ସେ ଟିମ ଇଣ୍ଡିଆର ଏକ ଅଂଶ। ସେ ରାଞ୍ଚିରେ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଅର୍ଦ୍ଧଶତକ ପରେ ସେ ନିଜ ପିତାଙ୍କୁ କ୍ଷେତ୍ରରୁ ଅଭିବାଦନ ଜଣାଇଲେ।
ରାଞ୍ଚି ଟେଷ୍ଟର ପ୍ରଥମ ଇନିଂସରେ ୩୦୭ ରନ ସ୍କୋର କରିବା ପରେ ଟିମ ଇଣ୍ଡିଆ ଆଉଟ ହୋଇଯାଇଥିଲା। ଏହି ସମୟ ମଧ୍ୟରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ୧୪୯ ବଲ ସମ୍ମୁଖରେ ୯୦ ରନ ସ୍କୋର କରିଥିଲେ। ଧ୍ରୁବ ୬ ଚୌକା ଓ ୪ ଛକା ମାରିଥିଲେ। ଯଦିଓ ସେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଧ୍ରୁବଙ୍କ ଇନିଂସ ଯୋଗୁ ଟିମ ଇଣ୍ଡିଆ ୩୦୦ ରନ ମାର୍କ ଅତିକ୍ରମ କରିଛି।